ପାର୍ବଣରେ ଚଳ ଚଞ୍ଚଳ ହେଲାଣି ବିଭିନ୍ନ ଶକ୍ତିପୀଠ

Spread the love

ଜେଏମଜେ ବ୍ୟୁରୋ : ପାର୍ବଣରେ ଶକ୍ତି ଆରାଧନା । ଚଳଚଞ୍ଚଳର ରାଜ୍ୟର ସମସ୍ତ ଶକ୍ତପୀଠ । ମୂଳାଷ୍ଟମୀ ଠାରୁ ବିଜୟା ଦଶମୀ ଯାଏଁ ଚାଲିବ ଷୋଡ଼ଶ ଉପଚାର ପୂଜା । ଏଥିପାଇଁ କଟକର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ସହରର ପ୍ରମୁଖ ପୀଠ କଟକ ଚଣ୍ଡୀ, ଗଡ଼ଚଣ୍ଡୀ, ଭୂଆସୁଣୀ ଓ ଅନ୍ୟାନ୍ୟ ଶକ୍ତିପୀଠ ଗୁଡ଼ିକରେ ସମସ୍ତ ପ୍ରସ୍ତୁତି କରାଯାଇଛି ।ମନ୍ଦିର ରଙ୍ଗ ଠାରୁ ଆରମ୍ଭ କରି ସମସ୍ତ ଆୟୋଜନ ଶେଷ ହୋଇଛି । ମାଆ କଟକ ଚଣ୍ଡୀଙ୍କ ମନ୍ଦିରରେ ଶନିବାର ମୂଳାଷ୍ଟମୀରେ ଶହସ୍ର କୁମ୍ଭାଭିଷେକ ଓ ଘଟ ସ୍ଥାପନ ହେବ । ଏହିଦିନ ମାଆ କଟକ ଚଣ୍ଡୀ ସୁନା ବେଶରେ ଦର୍ଶନ ଦେବେ । ସେହିଭଳି ଗଡ଼ଚଣ୍ଡୀଙ୍କ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ମୂଳାଷ୍ଟମୀ ଦିନ ଶହସ୍ର କୁମ୍ଭାଭିଶଷେକ ଓ ଘଟ ସ୍ଥାପନ ସହ ଚାନ୍ଦି ବେଶରେ ଦର୍ଶନ ଦେବେ ମାଆ ଗଡଚଣ୍ଡୀ । ଅନ୍ୟପଟେ ଷୋଡ଼ଶ ଉପଚାର ପୂଜାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଦେଖିବାକୁ ମିଳିଛି ବେଶ୍ ଉତ୍ସାହ । ୧୬ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ସ୍ୱତନ୍ତ୍ର ପୂଜାରେ ମାଆଙ୍କୁ ବିଭିନ୍ନ ରୂପରେ ଦର୍ଶନ କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ବିଶେଷକରି ଦୁର୍ଗାପୂଜା ଆସିଲେ କଟକ ସହରର ପରିବେଶ ଉତ୍ସବମୁଖର ହୋଇଉଠେ ।

ଦୂରଦୂରାନ୍ତରେ ରହୁଥିବା ଅତିଥି ଓ ପ୍ରିୟଜନ ଘରକୁ ଫେରିଆସନ୍ତି । ପରିବାର, ବନ୍ଧୁବାନ୍ଧବଙ୍କ ସହ ଏକାଠି ହୋଇ ପୂଜାର ଆନନ୍ଦ ନେବା ସହ ବିଭିନ୍ନ ମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରିଥାନ୍ତି । ଏହାସହ କଟକ ଓ ଆଖପାଖ ଅଞ୍ଚଳର ବିଭିନ୍ନ ଶକ୍ତିପୀଠ ପରିଦର୍ଶନ କରି ମାଆଙ୍କ ଆଶୀର୍ବାଦ ନେଇଥାନ୍ତି । କଟକ ବାସିନ୍ଦାଙ୍କ ପାଇଁ ଦୁର୍ଗାପୂଜା କେବଳ ଏକ ପର୍ବ ନୁହେଁ, ବରଂ ଏହା ସହ ଜଡ଼ିତ ରହିଛି ଭାବନା, ପରମ୍ପରା ଓ ଭାଇଚାରା ।

  • jmjnewso

    Related Posts

    ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ। ବିଭିନ୍ନ ରାଜ୍ୟରେ ସିଜେପି ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ। ନିର୍ବାଚନ କମିଶନ ମଧ୍ୟରେ…

    ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମଫେଡ୍

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପାର୍ବଣ ପୂର୍ବରୁ ପୁଣି ଗ୍ରାହକଙ୍କୁ ମହଙ୍ଗାମାଡ। ପକେଟରେ ପଡ଼ିବ ପ୍ରଭାବ। ଗତକାଲି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଥିବା ବେଳେ ଏବେ ବଢିଲା ଓମଫେଡ୍ କ୍ଷୀର ଦର। ଆସନ୍ତା ୪…

    Leave a Reply

    Your email address will not be published. Required fields are marked *

    You Missed

    ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ

    ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ

    ପାର୍ବଣରେ ଚଳ ଚଞ୍ଚଳ ହେଲାଣି ବିଭିନ୍ନ ଶକ୍ତିପୀଠ

    ପାର୍ବଣରେ ଚଳ ଚଞ୍ଚଳ ହେଲାଣି ବିଭିନ୍ନ ଶକ୍ତିପୀଠ

    ପୁନର୍ଗଠିତ ହେଲା ବିଜେଡି ମିଡିଆ ସେଲ୍

    ପୁନର୍ଗଠିତ ହେଲା ବିଜେଡି ମିଡିଆ ସେଲ୍

    ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା, ଆସନ୍ତା ୬ରୁ ଅନଲାଇନ୍ ଆବେଦନ

    ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା, ଆସନ୍ତା ୬ରୁ ଅନଲାଇନ୍ ଆବେଦନ

    ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପି ଉପରେ ନବୀନଙ୍କ କଡ଼ା ପ୍ରହାର

    ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପି ଉପରେ ନବୀନଙ୍କ କଡ଼ା ପ୍ରହାର

    ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମଫେଡ୍

    ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମଫେଡ୍