ଜେଏମଜେ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ନେଇ ପୋଲିସ ଉପରେ କଡା ନଜର ରହିଛି ବୋଲି ଡିଜିପି ବିନୟ ତୋଷ ପ୍ରତିକ୍ରିୟା ରଖି କହିଛନ୍ତି, ଅଣଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ନକରି ଶାନ୍ତି ଶୃଙ୍ଖଳା ବଜାଇ ରଖିବାକୁ ଅପିଲ କରିଛନ୍ତି । କ୍ୟାମ୍ପସରେ ସୁରକ୍ଷା କଡାକଡି ପାଇଁ ଏସପିମାନଙ୍କୁ ନିର୍ଦ୍ଦେଶ ହୋଇଛି ।ସୂଚନା ଥାଉକି, ଆସନ୍ତାକାଲି କଲେଜ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ୯ ତାରିଖରେ ନୋମିନେସନ, ୧୫ରେ ନିର୍ବାଚନ ସେହିପରି ୧୬ ରେ ଶପଥ ଗ୍ରହ କରିବେ ନବ ନିର୍ବାଚିତ ନେତା, ନେତ୍ରୀ ।







