ସୁମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମରୁଡ଼ି ! ୬ ପଦବୀ ଜାଗାରେ ମାତ୍ର ୨ ଡାକ୍ତର ।

Spread the love

କୋଦଳା : ଜେଏମଜେ ନ୍ୟୁଜ : (କୃଷ୍ଣ ଚନ୍ଦ୍ର ପଲେଇ ): )-: ଚିକିତ୍ସା କେନ୍ଦ୍ରର ଭିତ୍ତିଭୂମି ବିକାଶରେ କୋଟି କୋଟି ଟଙ୍କା ବ୍ୟୟ ହେଉଛି, ହେଲେ ରୋଗୀଙ୍କୁ ଚିକିତ୍ସା କରିବ କିଏ ? ଡାକ୍ତର ଅଭାବରୁ ଦୋହଲି ଯାଇଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟସେବା। ୬ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୨ ଜଣ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଭରସାରେ ଚାଲିଛି ଚିକିତ୍ସା। ଏଭଳି ସ୍ଥିତିରେ ସାଧାରଣ ରୋଗର ଚିକିତ୍ସା ପାଇଁ ମଧ୍ୟ ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି । ନିୟମ ଅନୁଯାୟୀ, ଏଠାରେ ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି, ଭେଷଜ ଓ ଅସ୍ତ୍ରୋପ୍ରଚାର ବିଶେଷଜ୍ଞ ସମେତ ଅନ୍ୟ ବିଶେଷଜ୍ଞ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ରହିବା କଥା। କିନ୍ତୁ ଆବଶ୍ୟକ ଡାକ୍ତର ନଥିବାରୁ ଚିକିତ୍ସାସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ଏପରିକି କେତେକ କାଗଜପତ୍ରରେ ଦସ୍ତଖତ କରାଇବା ପାଇଁ କୋଦଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡ଼ୁଥିବା ଅଭିଯୋଗ ରହିଛି। ଏହା ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଲଗାଇଛି। ସମସ୍ୟା କେବଳ ଡାକ୍ତରଙ୍କ ଅଭାବରେ ସୀମିତ ନୁହେଁ। ଏଠାରେ ନର୍ସଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କ ଅଭାବ ରହିଥିବାବେଳେ ଫାର୍ମାସିଷ୍ଟ ମଧ୍ୟ ନାହାନ୍ତି। ଫଳରେ ସ୍ୱାସ୍ଥ୍ୟସେବା ପାଇବାକୁ ଆସୁଥିବା ରୋଗୀଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଅନ୍ୟପଟେ, ଘରୋଇ ଡାକ୍ତରଖାନା କିମ୍ବା ଦୂରଦୂରାନ୍ତର ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡ଼ୁଥିବାରୁ ଗରିବ ରୋଗୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ୁଛି। ପ୍ରାୟ ୧୦ଟି ପଞ୍ଚାୟତର ଲୋକେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ। ଡାକ୍ତର, ନର୍ସ ଓ ଆବଶ୍ୟକ କର୍ମଚାରୀ ନଥିଲେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରର ଉଦ୍ଦେଶ୍ୟ ହିଁ ବ୍ୟର୍ଥ ହୋଇପଡ଼ିବ। ଏହି ଅବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀମାନେ ରାଜ୍ୟ ସରକାର ଓ ସ୍ଥାନୀୟ ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଖାଲି ପଡ଼ିଥିବା ଡାକ୍ତର ପଦବୀ ସହ ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀ ପଦବୀ କେବେ ପୂରଣ ହେବ, ତାହା ଏବେ ବଡ଼ ପ୍ରଶ୍ନ। ତେଣୁ ଆଉ ବିଳମ୍ବ ନକରି ସୁମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଡାକ୍ତର ନିଯୁକ୍ତି ସହ ସମସ୍ତ ଆବଶ୍ୟକ ପଦବୀ ପୂରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ଡ. କାମେଶ୍ୱର ରାଓଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ମୁଁ ଦେଖୁଛି କଣ ହୋଇପାରିବ।

  • jmjnewso

    Related Posts

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    Spread the love

    Spread the loveକୋଦଳା : ଜେଏମଜେ ନ୍ୟୁଜ : କୃଷ୍ଣ ଚନ୍ଦ୍ର ପଲେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ଗ୍ରାମୀଣ ଏବଂ ଉପାନ୍ତ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେଉଛି। ଦଳ ନିଜର ସଂଗଠନକୁ ତୃଣମୂଳ…

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    Spread the love

    Spread the loveକୋଦଳା: ଜେଏମଜେ ନ୍ୟୁଜ : (କୃଷ୍ଣ ଚନ୍ଦ୍ର ପଲେଇ ): ବିକାଶର କଥା କହୁଛନ୍ତି ଲୋକ ପ୍ରତିନିଧି, ହେଲେ ପୁରାତନ ମନ୍ଦିରକୁ ଯିବା ପାଇଁ ଆଜି ବି ନାହିଁ ପକ୍କା ରାସ୍ତା ! ଏହା କ’ଣ ବିକାଶର ନମୁନା,…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି