ଏ-୧ ଗ୍ରେଡ ଆଶାୟୀ ଛାତ୍ରଛାତ୍ରୀଙ୍କ ଦୁଇ ଦିବସୀୟ ଦକ୍ଷତା ବୃଦ୍ଧି କର୍ମଶାଳା -୨୦୨୬ ଅନୁଷ୍ଠିତ

Spread the love

ପୁରୁଷୋତ୍ତମପୁର : ଜେଏମଜେ ନ୍ୟୁଜ : ପୁରୁଷୋତ୍ତମପୁର ବ୍ଳକ୍ ଅନ୍ତର୍ଗତ ନେତ୍ରୋତ୍ସବ ଉଚ୍ଚ ବିଦ୍ୟାଳୟ ଚିଙ୍ଗୁଡ଼ି ଘାଇ ରେ ଏ-୧ ଗ୍ରେଡ ଆଶାୟୀ ଛାତ୍ରଛାତ୍ରୀଙ୍କ ଦୁଇ ଦିବସୀୟ ଦକ୍ଷତା ବୃଦ୍ଧି କର୍ମଶାଳା ୨୦୨୬ ଅନୁଷ୍ଠିତ ହୋଇଯାଇଛି।

ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଓ ଅତିରିକ୍ତ ଶିକ୍ଷାଧିକାରୀ ଙ୍କ ମାର୍ଗଦର୍ଶନରେ ଆୟୋଜିତ କର୍ମଶାଳା ରେ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ସ୍ଥିତ ୨୯ଗୋଟି ଉଚ୍ଚ ବିଦ୍ୟାଳୟରେ ୯୦ଜଣ ଏ-୧ ଗ୍ରେଡ ଏବଂ ଏ-୨ ଗ୍ରେଡ ଆଶାୟୀ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେନୋଡାଲ ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ସର୍ଦ୍ଦାର, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ପରମ ଗୁରୁ ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର ଉପସ୍ଥିତ ରହି ଆଗାମୀ ମାଟ୍ରିକ ପରୀକ୍ଷାରେ‌ ସର୍ବୋଚ୍ଚ ମାର୍କ ରଖି ପାସ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେବାସହ ସେମାନଙ୍କ ସଫଳତା ଶୁଭକାମନା କରିଥିଲେ।

ପ୍ରଥମ ଦିବସ ୧୩ ତାରିଖ ମଙ୍ଗଳବାର ଦିନ,ଗଣିତ,,ହିନ୍ଦୀ ଓ ସଂସ୍କୃତ ଭାଷା, ଜୀବ ବିଜ୍ଞାନ ଏବଂ ୧୪ ତାରିଖ ବୁଧବାର ଦିନ ଇ°ରାଜି,ଭୈତିକ ବିଜ୍ଞାନ, ,ଇତିହାସ ଓ ଭୂଗୋଳ ସହ ସମସ୍ତ ବିଷୟଗୁଡ଼ିକ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ୧୦ ଗୋଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଜଗବନ୍ଧୁ ଦଳେଇ,ଶିବରାମ ବେହେରା, ଦୁର୍ଗା ମାଧବ ପାଣି ଓ ଶିକ୍ଷୟତ୍ରୀ ମମତା ଆଚାର୍ଯ୍ୟ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି କର୍ମଶାଳାର ଯଥେଷ୍ଟ ଗୁରୁତ୍ୱ ରହିଛି। ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ସହିତ ମନୋବଳ ବୃଦ୍ଧି ଦିଗରେ ବେଶ୍ ସହାୟକ ହୋଇପାରିବ ବୋଲି ସଚେତନ ନାଗରିକ ଓ ବୃଦ୍ଧିଜୀବି ମହଲରେ ଆଲୋଚିତ ହେଉଛି ।ଏହି କର୍ମଶାଳରେ ଶିକ୍ଷକ , ଶିକ୍ଷୟତ୍ରୀମାନେଓ କର୍ମଚାରୀ ସହଯୋଗ କରିଥିଲେ। କର୍ମଶାଳା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

  • jmjnewso

    Related Posts

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    Spread the love

    Spread the loveକୋଦଳା : ଜେଏମଜେ ନ୍ୟୁଜ : କୃଷ୍ଣ ଚନ୍ଦ୍ର ପଲେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ଗ୍ରାମୀଣ ଏବଂ ଉପାନ୍ତ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେଉଛି। ଦଳ ନିଜର ସଂଗଠନକୁ ତୃଣମୂଳ…

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    Spread the love

    Spread the loveକୋଦଳା: ଜେଏମଜେ ନ୍ୟୁଜ : (କୃଷ୍ଣ ଚନ୍ଦ୍ର ପଲେଇ ): ବିକାଶର କଥା କହୁଛନ୍ତି ଲୋକ ପ୍ରତିନିଧି, ହେଲେ ପୁରାତନ ମନ୍ଦିରକୁ ଯିବା ପାଇଁ ଆଜି ବି ନାହିଁ ପକ୍କା ରାସ୍ତା ! ଏହା କ’ଣ ବିକାଶର ନମୁନା,…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି