କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : ଗୀତା ବହି ସହ ଫଳ ବାଣ୍ଟି ଆଧ୍ୟାତ୍ମିକ ଭାବ ସୃଷ୍ଟି କଲେ ଶିକ୍ଷକ.ସିମାଞ୍ଚଳ ପାଣି…ଆଜି ପବିତ୍ର ବଡ଼ ଏକାଦଶୀ ଓ ପୁଣ୍ୟମାସ କାର୍ତିକ …ଏହି ଅବସରରେ ପିଲାଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜ୍ଞାନ ଜାଗ୍ରତ କରିବା ପାଇଁ ଶିକ୍ଷକ ସିମାଞ୍ଚଳ ପାଣି କବିସୂର୍ଯ୍ୟ ବିଦ୍ୟାପୀଠ ରେ ପହଞ୍ଚି 100ରୁ ଉର୍ଦ୍ଧ ଛାତ୍ର ଙ୍କୁ ଗୀତା ବହି ବଣ୍ଟନ କରିବା ସହ ପାଚିଲା ଫଳ ବଣ୍ଟନ କରିଥିବା ଦେଖିବାକୁ ମିଳିଛି.. ସେହିପରି ବହି ପାଇବା ପରେ ପିଲାମାନେ ଗୀତା ପାଠ କରି ବିଦ୍ୟାଳୟ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ.. ଏବଂ ଗୀତା ର ମହାତ୍ମା, ଗୀତା ସାର ସମ୍ପର୍କ ରେ ଶିକ୍ଷକ ଶ୍ରୀ ପାଣି ପିଲାଙ୍କୁ ବୁଝାଇଥିଲେ..ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁନୀଲ କୁମାର ରଥ, ଶିକ୍ଷକ କାଳୀ ଚରଣ ଶତପଥି, କପିଳ ବିଶ୍ୱାଳ ଉପସ୍ଥିତ ରହି ସହଯୋଗ କରିଥିଲେ..
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ









