ବୁଗୁଡ଼ା,୧୫/୧୦ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ):ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ରେ ପ୍ରଥମ ଥର ଛାତ୍ର ସଂସଦ ନିର୍ବାଚନ ହୋଇଛି ।ଏଠାରେ ଉଭୟ ଏବିଭିପି ଏବଂ ବିସିଜେଡ଼ି ପାର୍ଥି ଦେଇଥିବା ବେଳେ ଏବିଭିପିର ନାଟ୍ୟ ସମ୍ପାଦକ ରାକେଶ ଜେନା,ସହ ନାଟ୍ୟ ସମ୍ପାଦକ ରୁପାଲୀ ଜେନା, କ୍ରୀଡା ସମ୍ପାଦକ ରୁଦ୍ର ପ୍ରସାଦ ସ୍ୱାଇଁ ଅପ୍ରତିଦ୍ବନ୍ଦି ରହିଥିଲେ ।ସଭାପତି, ଉପ ସଭାପତି ଏବଂ ସାଧାରଣ ସମ୍ପାଦକ ପଦବୀ ପାଇଁ ଏବିଭିପି ଏବଂ ବିସିଜେଡ଼ି ପାର୍ଥି ମଧ୍ୟରେ କଡା ମୁକାବିଲା ହୋଇଥିଲା !ଭୋଟଦାନ ପରେ ଆରମ୍ଭ ହୋଇଥିଲା ଭୋଟ ଗଣତି। ଗଣତି ଶେଷ ହେବା ପରେ ଏବିଭିପିର ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣାକୁ ନେଇ କଲେଜ ପରିସରରେ ଦେଖିବାକୁ ମିଳିଥିଲା ଉତ୍ସାହ। ବିଜୟୀ ପ୍ରାର୍ଥୀଙ୍କୁ ସମର୍ଥକମାନେ ଶୁଭେଚ୍ଛା ଜଣାଇବା ସହ ଖୁସି ମନାଇଥିଲେ।ଏବିଭିପିର ସଭାପତି ପାର୍ଥି ଶମ୍ଭୁ ପ୍ରଧାନ ୧୫୭ଟି ଭୋଟ ପାଇ ବିଜୟୀ ଲାଭ କରିଥିବାବେଳେ ବିସିଜେଡ଼ି ରୁଦ୍ର ଡାକୁଆ ୧୪୧ଟି ଭୋଟ ପାଇଛନ୍ତି।ଏବିଭିପିର ଉପ ସଭାପତି ପାର୍ଥି ଶଙ୍କର ବିଷୋୟୀ ୧୬୦ ଟି ଭୋଟ ପାଇ ବିଜୟୀ ଲାଭ କରିଥିବାବେଳେ ବିସିଜେଡ଼ି ସମୀର ରାଉତ ୧୩୮ ଟି ଭୋଟ ପାଇଛନ୍ତି।ଏବିଭିପିର ସାଧାରଣ ସମ୍ପାଦକ ପାର୍ଥି ସ୍ମିତାରାଣୀ ଭୂୟାଁ ୧୬୭ ଟି ଭୋଟ ପାଇ ବିଜୟୀ ଲାଭ କରିଥିବାବେଳେ ବିସିଜେଡ଼ି ର ସାଇଲ ନାଇକ ୧୩୦ ଟି ଭୋଟ ପାଇଛନ୍ତି।ବିଜୟୀ ପ୍ରାର୍ଥୀମାନେ ଏହି ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କଲେଜର ବିକାଶ, ଶିକ୍ଷାର ଗୁଣବତ୍ତା ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଆଶା ପ୍ରକାଶ କରିଥିଲେ।







