ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

Spread the love

ନୂଆଦିଲ୍ଲୀ : ଜେଏମଜେ ନ୍ୟୁଜ : ବରିଷ୍ଠ ବିଜେପି ନେତା ଲାଲ୍‌ କୃଷ୍ଣ ଆଡଭାନୀ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଛନ୍ତି। ଶ୍ବାସନଳୀ ସଂକ୍ରମଣ ଯୋଗୁ ଆଡଭାନୀଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଲ୍‌ମୋନାରି (ଫୁସ୍‌ଫୁସ୍‌) ବିଭାଗର ଏକ ଡାକ୍ତରୀ ଦଳ ଆଡଭାନୀଙ୍କର ଚିକିତ୍ସା କରୁଛନ୍ତି। ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା।
ଆଡଭାନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଆପୋଲୋ ହସ୍ପିଟାଲ ପକ୍ଷରୁ ବିବୃତି ଜାରି କରାଯାଇଛି। ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ସ୍ନାୟୁରୋଗ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି। ହସ୍ପିଟାଲରେ ପହଞ୍ଚି ଭେଟିଲେ ଜେ.ପି. ନଡ୍ଡା। ଏହି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଆପୋଲୋ ହସ୍ପିଟାଲରେ ପହଞ୍ଚି ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଛନ୍ତି। ଏହା ସହିତ ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ସୂଚନା ନେଇଛନ୍ତି।

୯୮ ବର୍ଷୀୟ ଆଡଭାନୀ ଚଳିତ ବର୍ଷ ମେ’ ମାସରେ ମଧ୍ୟ ବୟସଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ କିଛି ଦିନ ହସ୍ପିଟାଲରେ ରହିବା ପରେ ଡିସଚାର୍ଜ ହୋଇଥିଲେ। ଏହା ପୂର୍ବରୁ ଡିସେମ୍ବର ୨୦୨୪ରେ ମଧ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପୂର୍ବତନ ଉପପ୍ରଧାନମନ୍ତ୍ରୀଙ୍କୁ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ମଧ୍ୟ ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ହୋଇଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା।

  • jmjnewso

    Related Posts

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    Spread the love

    Spread the loveଭୁବନେଶ୍ବର:ଜେଏମଜେ ନ୍ୟୁଜ : ଓଡ଼ିଶାରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ । ରାଜ୍ୟପାଳଙ୍କ ଆଗମନ ଏବଂ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ମଧ୍ୟାହ୍ନ ୧୨ଟା…

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଓଡ଼ିଶା ଆସୁଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ । ସେ ୧୮ ତାରିଖରେ ଶପଥ ନେବେ । ସାଙ୍ଗରେ ୩୦୦ ଅତିଥିଙ୍କୁ ନେଇ ଆସୁଥିବା ବେଳେ ସେମାନଙ୍କ ଚର୍ଚ୍ଚା…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି