ମଧ୍ୟାହ୍ନ ଭୋଜନ ଖାଇ 21 ପିଲା ଅସୁସ୍ଥ ଘଟଣା:ଗାଁ ରେ ପହଞ୍ଚିନି ପ୍ରଶାସନ: ବଢୁଛି ଅସନ୍ତୋଷ

Spread the love

କବିସୂର୍ଯ୍ୟନଗର :(ବ୍ୟୁରୋ )ମଧ୍ୟାହ୍ନ ଭୋଜନ ଖାଇ 21 ପିଲା ଅସୁସ୍ଥ.ଘଟଣା…ଏବେ ବି ଗୁରୁତର ଅଛନ୍ତି 9 ଜଣ ପିଲା…ଗାଁ ରେ ପହଞ୍ଚିନି ପ୍ରଶାସନ…ନା ହେଲା ସ୍ୱାସ୍ଥ୍ୟ ପରୀକ୍ଷା ନା ହେଲା ତଦନ୍ତ…ଅପାରଗ ପ୍ରଶାସନ ଘଟଣା ଚାପିଦେବାକୁ କରୁଥିବା ଉଦ୍ୟମ କୁ ନେଇ ତାତିଲେଣି ଅଭିଭାବକ…କେଉଁ କାରଣ ରୁ ହେଲା କେହି କହିପାରୁନଥିବା ବେଳେ ପିଲାଙ୍କ ଜୀବନ ସହ ଖେଳୁଛି ପ୍ରଶାସନ…

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଆଠଗଡ ପାଟଣାସ୍ଥିତ ଗୌଡ଼ସାହି ପ୍ରାଥମିକ ବିଦ୍ୟାଳୟରେ.. ଯାହା ସୂଚନା ରହିଛି 31 ତାରିଖ ଦିନ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଖାଇବା ପରେ 21 ଜଣ ପିଲା ଅସୁସ୍ଥ ହୋଇପଡ଼ିଥିଲେ.. ସେମାନଙ୍କୁ କବିସୂର୍ଯ୍ୟନଗର ଓ ଆଉ କେତେ ଜଣଙ୍କୁ ଆସିକା ଡାକ୍ତରଖାନା ରେ ଭର୍ତି କରାଯାଇ ଚିକିତ୍ସା କରାଯାଇଥିବା ବେଳେ ଗୁରୁତର ଥିବା 5 ଜଣଙ୍କୁ ବ୍ରହ୍ମପୁର ପଠାଯାଇ ଚିକିତ୍ସା ଚାଲିଛି.. ଘଟଣା ସମ୍ପର୍କ ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭଗବାନ ସେଠି କବିସୂର୍ଯ୍ୟନଗର ବିଇଓ ଙ୍କୁ ଲିଖିତ ଜଣାଇଥିବା କହିଛନ୍ତି..କିନ୍ତୁ ଘଟଣା ର 3 ଦିନ ପରେ ମଧ୍ୟ କୌଣସି ଅଧିକାରୀ ବିଦ୍ୟାଳୟ କିମ୍ବା ଗାଁ ରେ ପହଞ୍ଚିନଥିବା ଅଭିଯୋଗ ହୋଇଛି..ଏପଟେ ବିଦ୍ୟାଳୟ ରେ 114 ପିଲା ଉପସ୍ଥାନ ଥିବା ବେଳେ ଆଜି ଭୟରେ ଆସିଛନ୍ତି 8 ଜଣ ପିଲା….

କେଉଁ କାରଣ ରୁ ଏଭଳି ଘଟଣା ହେଲା କେହିଜାଣି ପାରୁନଥିବା ବେଳେ କିଏ କହୁଛି ଫାଲେରିଆ ଟାବଲେଟ ଖାଇଵା ପରେ ତ ଆଉ କିଏ କହୁଛି ବିଦ୍ୟାଳୟ ରେ ଖାଦ୍ୟ ଖାଇବା ପରେ ପିଲାମାନେ ଅସୁସ୍ଥ ହେବା ଅଭିଯୋଗ କରିଛନ୍ତି ଅଭିଭାବକ ମାନେ..

ଆଜି କବିସୂର୍ଯ୍ୟନଗର ବିଇଓ ବିଦ୍ୟାଳୟ ରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି
ଅନ୍ୟ ପକ୍ଷରେ କୁହା ଯାଉଛି ଯେ 21 ପିଲା ଅସୁସ୍ଥ ହେବା ପରେ ମଧ୍ୟ ଗଞ୍ଜାମ DEO ଙ୍କ ନୀରବତା ସାଙ୍ଗକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅଖି ବୁଜିଦେଇଥିବା ଘଟଣା କୁ
ନେଇ ସାଧାରଣରେ ପ୍ରତିକ୍ରିୟା ଦେଖାଦେଲାଣି..
ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ କହିଛନ୍ତି କୌଣସି କାରଣରୁ ହେଲା ସେ ଜାଣିନାହାନ୍ତି ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ସତ୍ୟାସତ୍ୟ ଜଣାପଡିବ… କିନ୍ତୁ ଏତେ ବଡ଼ ଘଟଣା ପରେ ଜିଲ୍ଲା ଅଧିକାରୀ ଙ୍କ ଦାୟିତ୍ୱ ହୀନତା କାମ କୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ପିଲାଙ୍କ ଜୀବନ ସହ ସରକାର ଖେଳୁଛନ୍ତି ବୋଲି ଅଭିଯୋଗ ହୋଇଛି..
କିଏ କରିବ ତଦନ୍ତ..ଭୁଲ କାହାର…ଜିଲ୍ଲା ଶିକ୍ଷା ବିଭାଗ ନୀରବ କାହିଁକି ବୋଲି ପ୍ରଶ୍ନ ଉଠୁଛି..
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • Related Posts

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ…

    ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

    Spread the love

    Spread the loveଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ…

    Leave a Reply

    Your email address will not be published. Required fields are marked *

    You Missed

    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ

    • By jmjnewso
    • September 19, 2026
    • 28 views
    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ:  ସରକାରଙ୍କୁ ଘେରିବେ ବିରୋଧୀ

    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    • By jmjnewso
    • September 19, 2026
    • 42 views
    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    • By jmjnewso
    • September 19, 2026
    • 31 views
    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    • By jmjnewso
    • September 19, 2026
    • 60 views
    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 70 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 48 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା