ତିନି ଘରୋଇ ବ୍ୟାଙ୍କ ସହ କାରବାର ନେଇ ଅର୍ଥ ବିଭାଗର ୟୁ-ଟର୍ଣ୍ଣ

Spread the love

ଜେଏମଜେ ବ୍ୟୁରୋ : ତିନି ଘରୋଇ ବ୍ୟାଙ୍କ ସହ କାରବାର ନେଇ ଅର୍ଥ ବିଭାଗର ୟୁ-ଟର୍ଣ୍ଣ। ପରିଣାମକୁ ଆକଳନ ନ କରି ଲୋକ ଦେଖାଣିଆ ଭାବେ ନିର୍ଦ୍ଦେଶନାମା ଜାରି କରିଥିଲା ଅର୍ଥ ବିଭାଗ। ଏବେ ନେଡି ଗୁଡ କହୁଣୀକୁ ବୋହିଗଲା ପରେ ଅର୍ଥ ବିଭାଗର ଚେତା ପଶିଛି । ବାହାବା ନେବାକୁ ଉଦ୍ୟମ କରି ଫସିଯାଇଛି ଅର୍ଥ ବିଭାଗ। ଅର୍ଥ ବିଭାଗର ଏପରି ବେପରୁଆ ମନୋଭାବକୁ ସମାଲୋଚନା କରିଛନ୍ତି ବିଶେଷଜ୍ଞ।
ନଜର ପକାନ୍ତୁ ଅର୍ଥ ବିଭାଗର ଏହି ନିର୍ଦ୍ଦେଶନାମା ଉପରେ। ୨୧ ଜୁନରେ ଚିଠି ନମ୍ବର ୧୮ ହଜାର ୫୬୦ରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ସବୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବ ମାନଙ୍କୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଥିଲା। ଆଇସିଆଇସିଆଇ, ଏଚଡିଏଫସି ଓ ଆକ୍ସିସ ବ୍ୟାଙ୍କ ସହ କୌଣସି ଆର୍ଥିକ କାରବାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାରୀ ଏମ୍ ପ୍ୟାନେଲ ତାଲିକାରୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏହାର ତିନି ଦିନ ପରେ ଅର୍ଥାତ ୨୪ ଜୁନରେ ଅର୍ଥ ବିଭାଗର ପ୍ରମୁଖ ସଚିବ ୟୁ ଟର୍ଣ୍ଣ ମାରିଛନ୍ତି। ୨୧ ତାରିଖର କଟକଣାକୁ ୨୪ ତାରିଖରେ ପ୍ରତ୍ୟାହାର କରିଛନ୍ତି। ଏହା ଅର୍ଥ ବିଭାଗର ଦୂରଦୃଷ୍ଟିର ଅଭାବ ଓ ଅପରିଣାମଦର୍ଶୀ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି ବିଶେଷଜ୍ଞ।

୨୧ ତାରିଖରେ ୩ ଘରୋଇ ବ୍ୟାଙ୍କ ସହ ବ୍ୟବସାୟିକ ସମ୍ପର୍କ ଓ ସରକାରୀ ଜମା ହେବନି ବୋଲି ଜାରି ହୋଇଥିଲା ନିର୍ଦ୍ଦେଶ। ସଞ୍ଚୟ ଜମା, କରେଣ୍ଟ ଜମା ତତ୍କାଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା। ଫିକ୍ସଡ ଟର୍ମ ଡିପୋଜିଟ ବର୍ତ୍ତମାନ ପାଇଁ ରହିବ, ଅବଧି ପରେ ଟଙ୍କା ଅନ୍ୟତ୍ର ନେବାକୁ ସବୁ ବିଭାଗ, ସୋସାଇଟି, ସରକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହାର ପରିଣାମ ବାବଦରେ ଚିନ୍ତା କରିନଥିଲେ। ଯେଉଁ ଭୂଲ୍ ପାଇଁ ଅପଦସ୍ତ ହେଲା ଅର୍ଥ ବିଭାଗ। ପରିବର୍ତ୍ତିତ ନିଷ୍ପତ୍ତିରେ ୩ ଘରୋଇ ବ୍ୟାଙ୍କରେ କେବଳ ନୂଆ ଆକାଉଣ୍ଟ ଖୋଲିବା ଉପରେ କଟକଣା ବଳବତ୍ତର ରହିଛି। ଏବଂ ପୂର୍ବ ଭଳି କାରବାର କରିବାକୁ ନିର୍ଦ୍ଦେଶ ଦେଇଛି ଅର୍ଥ ବିଭାଗ। ଏହା ଅର୍ଥ ବିଭାଗର ଖାମଖିଆଲି ଓ ମିଛ ବାହାବା ନେବାକୁ ଉଦ୍ୟମ ବୋଲି ସମାଲୋଚନା କରିଛି ବିଜେଡି।

କାହା ଚାପରେ ଚାପି ହୋଇଥିଲା ଅର୍ଥ ବିଭାଗ ? କଟକଣା ଜାରି କରିବା ପୂର୍ବରୁ ଏହାର ପରିଣାମ ଉପରେ କାହିଁକି କରାଗଲାନି ତର୍ଜମା ? ସରକାରଙ୍କୁ ଲୋକହସା କରିବାକୁ ହୋଇଥିଲା କି ଚକ୍ରାନ୍ତ ? ପରିବର୍ତ୍ତିତ ନିଷ୍ପତ୍ତି ପଛରେ ରହିଛି କି କିକବ୍ୟାକ୍ ? ଅର୍ଥ ବିଭାଗର ୟୁ ଟର୍ଣ୍ଣ ପରେ ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ