ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଶିଶୁବାଟିକାରେ ନିଯୁକ୍ତି ହେବେ ଶିଶୁ ସେବିକା

Spread the love

ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ‘ଶିଶୁ ସେବିକା’ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ନେଇଛନ୍ତି।ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା କାର୍ଯ୍ୟର ବୋଝ ହାଲୁକା କରିବାରେ ସହାୟକ ହେବେ ।
ତେଣୁ ଶିକ୍ଷକମାନେ କେବଳ ଶିକ୍ଷା ଉପରେ ଦୃଷ୍ଟି ଦେବେ । ଏହାଦ୍ୱାରା ପ୍ରାକ-ପ୍ରାଥମିକ ଶ୍ରେଣୀରେ ପିଲାଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ୪୫ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଶିଶୁବାଟିକା ଖୋଲାଯାଇଛି। ଏଥିରେ ୫ରୁ ୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ-ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି । ଶିଶୁବାଟିକାରେ ପିଲାଙ୍କ ସଂଖ୍ୟାକୁ (Enrolment) ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ଶିଶୁ ସେବିକା ନିଯୁକ୍ତି ନିଷ୍ପତ୍ତି ନିଆଯିବ ।

ଛୋଟ ପିଲାମାନଙ୍କୁ ଶ୍ରେଣୀଗୃହରେ ପରିଚାଳନା କରିବା, ସେମାନଙ୍କ ଜତ୍ନ ନେବା ଏକ ଗୁରୁ ଦାୟିତ୍ୱ । ଶିକ୍ଷକମାନଙ୍କ ଉପରେ ଏ ଦାୟିତ୍ୱ ରହିଲେ ଶିକ୍ଷା କାର୍ଯ୍ୟ ବ୍ୟାହତ ହେବ । ସାରା ରାଜ୍ୟରେ ବିଭିନ୍ନ ଶିଶୁବାଟିକାରେ ଏ ସମ୍ପର୍କିତ ଏକ ଅଧ୍ୟୟନରୁ (Situational Study of Sishu Vatikas across the state) ଜଣାଯାଇଛି ଯେ, ଶିକ୍ଷକମାନଙ୍କୁ ଅଣଶିକ୍ଷା କାର୍ଯ୍ୟରେ ସହାୟତା କରିବା ପାଇଁ ଶିଶୁବାଟିକା ମାନଙ୍କରେ ଶିଶୁସେବିକା ମାନଙ୍କର ଆବଶ୍ୟକତା ରହିଛି ।

ନିଷ୍ପତ୍ତି ଅନୁଯାୟୀ, ସରକାରୀ ବିଦ୍ୟାଳୟରେ ନିଯୁକ୍ତ ପାଚିକାମାନଙ୍କ ଯେଉଁ ହାରରେ ଦରମା ଦିଆଯାଉଛି, ଶିଶୁ ସେବିକାମାନଙ୍କୁ ସେହି ହାରରେ ଦରମା ଦିଆଯିବ। ସମଗ୍ର ଶିକ୍ଷାର ବଜେଟରୁ ଏହି ଅର୍ଥ ପ୍ରଦାନ କରାଯିବ ।

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026