ଦଳାଚକଟା ପଛରେ ସାଙ୍ଘାତିକ ଅବ୍ୟବସ୍ଥା. ପ୍ରଶାସନ ମାନିବାକୁ ନାରାଜ

Spread the love


ଜେଏମଜେ ବ୍ୟୁରୋ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସି ଜୀବନ ହରାଇଲେ ଶ୍ରଦ୍ଧାଳୁ। ଏହା କ’ଣ ଥିଲା ସେମାନଙ୍କର ନିୟତି ? ଦଳାଚକଟା ପାଇଁ ଦାୟୀ କିଏ ? କିଏ ଏତେ ବଡ଼ ଅଘଟଣର ଦୋଷ ମୁଣ୍ଡାଇବ ? ନା ବିନା କାରଣରେ ଘଟିଗଲା ଦଳାଚକଟା ? ଏମିତି ଅନେକ ପ୍ରଶ୍ନ ଆସୁଛି। ସରକାର କିନ୍ତୁ ତଦନ୍ତ ହେବ କହି କଥା ସାରିଦେଇଛନ୍ତି। ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି, ଘଟଣା ସମୟରେ ପୁଲିସ ନ ଥିଲା।
ଏସପି କହୁଛନ୍ତି ପୁଲିସ ମୁତୟନ ଥିଲେ। ତା’ ଅର୍ଥ ଦଳାଚକଟା ରୋକିବାରେ ପୁଲିସ ବିଫଳ ହୋଇଥିଲା। କେବଳ ଏତିକି ନୁହେଁ, ଏହି ବଡ଼ ଅଘଟଣ ପଛରେ ରହିଛି ସାଙ୍ଘାତିକ ଅବ୍ୟବସ୍ଥା, ଯାହାକୁ ପ୍ରଶାସନ ମାନିବାକୁ ନାରାଜ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଭୋର ୪ଟା ବେଳେ ପହୁଡ଼ ଖୋଲିବାରୁ ଦର୍ଶନ ପାଇଁ ଭିଡ଼ ହୋଇଥିଲା। ସେଥିପାଇଁ ଦଳାଚକଟା ହେଲା। କିଛି ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି ବଡ଼ଦାଣ୍ଡରେ ଜରି ପାଲ ପକାଇ ଶ୍ରଦ୍ଧାଳୁମାନେ ବସିଥିଲେ। ଝିପି ଝିପି ବର୍ଷା ହେବାରୁ ଜରିରେ ଗୋଡ଼ ଖସିବାରୁ ଶ୍ରଦ୍ଧାଳୁ ତଳେ ପଡ଼ିଯାଇଥିଲେ। ସେହିପରି ଭିଡ଼ ଭିତରକୁ ଚାରମାଳ ବୋଝେଇ ଟ୍ରକ ଆସିଯିବାରୁ ଲୋକେ ହଡ଼ବଡ଼େଇ ଯାଇଥିଲେ। ଯେଉଁଥିପାଇଁ ଧାଁଦଉଡ଼ କରିବାରୁ ଦଳାଚକଟା ହେଲା। ଏ ତ ଥିଲା ପ୍ରତ୍ୟକ୍ଷଦର୍ଶୀଙ୍କ କଥା। ଏହାବ୍ୟତୀତ ଆହୁରି ଅନେକ କିଛି କାରଣ ରହିଛି, ଯେଉଁଥିପାଇଁ ଅଘଟଣ ଘଟିଲା ବୋଲି କୁହାଯାଉଛି। ସେହିପରି ରଥ ଚାରିକଡ଼ରେ କର୍ଡନ ବଡ଼ କରାଯାଇଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ଥାନ ସଙ୍କୁଚିତ ହୋଇଥିଲା। ଯେଉଁଥିପାଇଁ ଅଳ୍ପ ଅଞ୍ଚଳରେ ଶ୍ରଦ୍ଧାଳୁମାନେ ଚଳପ୍ରଚଳ କରିପାରି ନ ଥିଲେ। ଭିଡ଼ ବଢ଼ିଥିଲା। ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ପୃଥକ ବାଟ ରଖାଯାଇ ନ ଥିଲା। ଶ୍ରଦ୍ଧାଳୁମାନେ ଯେଉଁ ବାଟେ ଯାଉଥିଲେ, ସେହି ବାଟେ ଫେରୁଥିଲେ। ଯାହାଫଳରେ ଶରଧାବାଲି ଜାମ୍ ହୋଇଯାଇଥିଲା। ଭୋର ୪ଟା ବେଳେ ଅନ୍ଧାର ଥିଲା। ସେଠାରେ ପ୍ରଶାସନ ପକ୍ଷରୁ କୌଣସି ଆଲୋକ ବ୍ୟବସ୍ଥା ବି କରାଯାଇ ନ ଥିଲା। ଶ୍ରଦ୍ଧାଳୁମାନେ କିଏ କେଉଁଆଡ଼େ ଯିବେ ତାହା ଜାଣିପାରି ନ ଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜୀଉଙ୍କ ପହୁଡ଼ କେତେବେଳେ ପଡ଼ିବ ଏବଂ କେତେବେଳେ ଖୋଲିବ ତାହା ଘୋଷଣା କରାଯିବାର ବ୍ୟବସ୍ଥା ରହିଛି। କିନ୍ତୁ ତାହା କରାଯାଇ ନ ଥିଲା। ରଥ ସମ୍ମୁଖରେ ଶ୍ରଦ୍ଧାଳୁ ଶୋଇବା କିମ୍ବା ବସିବା ଅନୁଚିତ। ମାତ୍ର ସ୍ଥାନ ଅଭାବରୁ ଶ୍ରଦ୍ଧାଳୁମାନେ ରଥ ସମ୍ମୁଖରେ ଶରଧାବାଲିରେ ଶୋଇଥିବା ଦେଖାଯାଇଥିଲା। ଏସବୁ ଅବ୍ୟବସ୍ଥା ଯାଞ୍ଚ କରିବା ପ୍ରଶାସନର ଦାୟିତ୍ଵ ନ ଥିଲା କି ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

jmjnewso

Related Posts

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

Spread the love

Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

Spread the love

Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର…

Leave a Reply

Your email address will not be published. Required fields are marked *

You Missed

ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

  • By jmjnewso
  • September 15, 2026
  • 29 views
ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

  • By jmjnewso
  • September 15, 2026
  • 25 views
ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

  • By jmjnewso
  • September 15, 2026
  • 33 views
ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

  • By jmjnewso
  • September 14, 2026
  • 36 views
ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

  • By jmjnewso
  • September 14, 2026
  • 42 views
ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

  • By jmjnewso
  • September 14, 2026
  • 41 views
ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ