IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବଡ଼ ଦାୟିତ୍ବ

Spread the love


ଜେଏମଜେ ବ୍ୟୁରୋ : ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବଡ଼ ଦାୟିତ୍ବ । ରଥଯାତ୍ରାରେ ପୋଲିସ ପରିଚାଳନା ଦାୟିତ୍ବ ବୁଝିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । ନୀତିକାନ୍ତି ଓ ଉତ୍ସବ ପାଳନ ବେଳେ ପୋଲିସ୍‌ ବ୍ୟବସ୍ଥା ଦେଖିବେ । ରବିବାର ଭୋରରୁ ଶରଧାବାଲିରେ ଦଳଚକଟା ଘଟି ୩ ଭକ୍ତଙ୍କର ଜୀବନ ଚାଲିଗଲା ବହୁ ଭକ୍ତ ଆହତ ହେଲେ। ଏହାକୁ ନେଇ ବିଭିନ୍ନ ମହଲରେ ଦେଖିବାକୁ ମିଳିଲା ତୀବ୍ର ପ୍ରତିକ୍ରିୟା।
ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ଏ ଘଟଣାକୁ ନେଇ ଏକ୍ସରେ ପୋଷ୍ଟ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଥିଲେ ସିଏମ୍। ଅପରାହ୍ମ ଗୋଟାଏ ବେଳକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ ବି ହୋଇଥିଲେ ସାମିଲ।

ଆଉ ଅପରାହ୍ନ ୨ଟା ବେଳକୁ ଘୋଷଣା କରାଯାଇଥିଲା ଆକ୍ସନ। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ ଓ ଏସପି ବୀନିତ ଅଗ୍ରୱାଲଙ୍କୁ ବଦଳି ସହ DCP ବିଷ୍ଣୁ ପ୍ରସାଦ ପତି ଏବଂ OSAP ତୃତୀୟ ବାଟାଲିଅନର କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀଙ୍କୁ ନିଲମ୍ବନ ନେଇ କରାଯାଇଥିଲା ଘୋଷଣା। ଏଥିସହ ଘଟଣାର ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ହେବ ଦଳାଚକଟାର ପ୍ରଶାସନିକ ତଦନ୍ତ। ମାସେ ଭିତରେ ତଦନ୍ତ ରିପୋର୍ଟ ଆସିବା ସହ ଅଘଟଣ ପାଇଁ ଦାୟୀ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଏଥିସହ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ପୁରୀର ଜିଲ୍ଲାପାଳ ଏବଂ ଏସଟିଏଫ ଡିଆରଜି ଥିବା ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଦିଆଯାଇଛି ଦାଯିତ୍ବ। ସେହିପରି ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପାରିଚାଳନାର ଦିଆଯାଇଛି ଅତିରିକ୍ତ ଦାୟିତ୍ବ। ଏହାଛଡ଼ା ପୋଲିସ ଆଧୁନୀକିକରଣ ଏଡିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବିଭିନ୍ନ ଉତ୍ସବ ଓ ନୀତିକାନ୍ତି ବେଳେ ପୋଲିସ ବ୍ୟବସ୍ଥାର ଦାୟିତ୍ବ ଦିଆଯାଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀ ପୂର୍ବରୁ ପୁରୀ ଏସପି ରହିସାରିଥିବା ବେଳେ ରଥଯାତ୍ରାରେ ପୋଲିସ ପରିଚାଳନାର ସ୍ବତନ୍ତ୍ର ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। ସେହିପରି ଅରବିନ୍ଦ ଅଗ୍ରୱାଲ ପୂର୍ବରୁ ପୁରୀ ଜିଲ୍ଲାପାଳ ଦାୟିତ୍ବରେ ରହିସାରିଛନ୍ତି । ତେଣୁ ତାଙ୍କର ରଥଯାତ୍ରା ପରିଚାଳନା ନେଇ ଅଭିଜ୍ଞତା ରହିଛି। ପିନାକ ମିଶ୍ର ମଧ୍ୟ ପୂର୍ବରୁ ପୁରୀ ଏସପି ଥିଲେ। ନିଯୁକ୍ତି ଘୋଷଣା ପରେ
ଉଭୟ ଚଞ୍ଚଳ ରଣା ଓ ପିନାକ ମିଶ୍ର ଦାୟିତ୍ବରେ ଯୋଗଦେବା ସହ ଗ୍ରାଉଣ୍ଡରେ ପହଞ୍ଚି ରଥଯାତ୍ରା ପରିଚାଳନା କାମ ସମ୍ଭାଳିଛନ୍ତି।

  • jmjnewso

    Related Posts

    ଶରଧାବାଲି ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ, ବଦଳିଲେ ପୁରୀ ଜିଲ୍ଲାପାଳ, ଏସ୍‌ପି ଏବଂ ଦୁଇ ଅଧିକାରୀ ନିଲମ୍ବିତ

    Spread the love

    Spread the loveଅଘଟଣ ପରେ ଆକ୍ସନ । ପୁରୀ ଶରଧାବାଲି ଦଳଚକଟା ଘଟଣାରେ ରାଜ୍ୟସରକାରଙ୍କ କଠୋର ଆକ୍ସନ । ଅଘଟଣ ପାଇଁ ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍ପି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ୱାଇଁଙ୍କ ବଦଳରେ ଚଞ୍ଚଳ ରଣାକୁ…

    ପୁରୀରେ ଦଳାଚକଟା ଘଟଣା, ବଳି ପଡିବେ କି ବଡ ଅଫିସର, ପ୍ରଶାସନିକ ଅବହେଳା କହିଲେ ଆଇନ ମନ୍ତ୍ରୀ.

    Spread the love

    Spread the loveପୁରୀ :(ଜେଏମଜେ ବ୍ୟୁରୋ ): ଖୁବ ଶୀଘ୍ର ବଳିପଡିବେ ବଡ ଅଫିସର। ପୁରୀରେ ହୋଇଥିବା ଦଳଚକଟା ଘଟଣାରେ ପ୍ରଶାସନର ଅବହେଳା ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି। ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ