ଓଏଏସ୍‌ ସଂଘକୁ ଆଶ୍ୱସ୍ତ କଲେ ମୁଖ୍ୟମନ୍ତ୍ରୀ: OAS ସଂଘ ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ.

Spread the love

ଜେଏମଜେ ବ୍ୟୁରୋ :ଦୋଷୀ ଯେତେ ପ୍ରଭାବଶାଳୀ ହୋଇଥାଆନ୍ତୁ ନା, କାହିଁକି ତାଙ୍କୁ କଠୋର ଦଣ୍ଡ ଦିଆଯିବ । ଓଏଏସ୍ ଅଧିକାରୀଙ୍କୁ ଆକ୍ରମଣକାରୀ ଓ ଏହା ପଛରେ ଯେଉଁମାନେ ବି ରହିଛନ୍ତି ସମସ୍ତଙ୍କୁ ଜେଲ୍ରେ ପୂରାଇବୁ । ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବୁ, କାହାକୁ ଛାଡ଼ିବୁନି । ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ସଂଘର ପ୍ରତିନିଧି ଦଳକୁ ଏଭଳି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସୋମବାର ରାତି ପ୍ରାୟ ୧୧ଟାରେ ଓଏଏସ୍ ସଂଘର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଘଟଣାରେ ପୁଲିସ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ନେଇ ୩ଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଖୋଜା ଚାଲିଛି । ଓଏଏସ୍ମାନେ ମଙ୍ଗଳବାରଠାରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲେ । ଏ ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଛୁଟିରେ ନ ଯିବାକୁ ଅନୁରୋଧ କରିଛନ୍ତି । ମୋ ଉପରେ ଆସ୍ଥା ରଖନ୍ତୁ । ମୁଁ ନିଶ୍ଚୟ ପଦକ୍ଷେପ ନେବି ବୋଲି ସଂଘକୁ କହିଛନ୍ତି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇବି ଖୁରାନିଆ, ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଓ ପୁଲିସ କମିଶନର ଏସ୍ ଦେବଦତ୍ତ ସିଂ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ଓଏଏସ୍ ସଂଘ ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଛି । ତେବେ ପ୍ରତି ଜିଲ୍ଲା ପ୍ରଶାସନିକ ସେବା ସଂଘ ଓ ରାଜ୍ୟ ପ୍ରଶାସନିକ ସେବା ସଂଘର ସଦସ୍ୟମାନେ ଏକାଠି ହୋଇ ଏହି ଘଟଣାର ନିନ୍ଦା କରନ୍ତୁ । ଏ ସମ୍ପର୍କରେ ପ୍ରସ୍ତାବ ପାରିତ କରି ରାଜ୍ୟ ସଂଘକୁ ପଠାଇବାକୁ ଓଏଏସ୍ ସଂଘ ପକ୍ଷରୁ ଅପିଲ୍ କରାଯାଇଛି ।

ସନ୍ଧ୍ୟାରେ ଓଏଏସ୍ ସଂଘର ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କୁ ଭେଟି ସମୂହ ଛୁଟି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ । ଓଏଏସ୍ ସଂଘ କହିଛି, କେବଳ ଏହି ଗୋଟିଏ ଘଟଣା ନୁହେଁ, ବର୍ଷେ ହେଲାଣି ସରକାରୀ ଅଧିକାରୀଙ୍କୁ ଅପମାନିତ କରିବାକୁ ଲଗାତର ଅପପ୍ରୟାସ ଚାଲିଛି । ଏଥିପାଇଁ ଅନେକ ମିଛ କାହାଣୀ ସୃଷ୍ଟି କରାଯାଉଛି । ଅଧିକାରୀମାନେ ଶାରୀରିକ ଆଘାତ ଓ ଅସଦାଚରଣ ସହିତ ମାନସିକ ଯନ୍ତ୍ରଣାକୁ ସାମ୍ନା କରୁଛନ୍ତି । ଏଭଳି ମାନସିକତା ଦୁର୍ଭାଗ୍ୟଜନକ ଓ ଗଭୀର ଚିନ୍ତାଜନକ । ରାଜ୍ୟରେ କାମ କରୁଥିବା ସବୁ ସରକାରୀ ଅଧିକାରୀଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଏହା ଭୟଙ୍କର ବିପଦ ସୃଷ୍ଟି କରୁଛି । କାର୍ଯ୍ୟରତ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣର ଅର୍ଥ ପ୍ରଶାସନିକ ଢାଞ୍ଚା ଉପରେ ସିଧାସଳଖ ଆକ୍ରମଣ ।
ସଂଘ ଏହାକୁ କଠୋର ନିନ୍ଦା କରିବା ସହ ଆକ୍ରମଣର ଶିକାର ଅଧିକାରୀଙ୍କ ପ୍ରତି ଅକୁଣ୍ଠ ସମର୍ଥନ ଜଣାଉଛି । କର୍ତ୍ତୃପକ୍ଷ ଏହି ଘଟଣାରେ ତତ୍କାଳ ଓ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ଦାବି କରିଛି । କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ଦାବି ହୋଇଛି । ସେବେ ଯାଏ ସବୁ ଓଏଏସ୍ ଛୁଟିରେ ରୁହନ୍ତୁ ବୋଲି ସଂଘ ପୂର୍ବରୁ ଅପିଲ୍ କରିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ଏହାକୁ ସ୍ଥଗିତ ରଖାଯାଇଛି । ସଂଘର ସାଧାରଣ ସମ୍ପାଦକ ସାଧାରଣ ସମ୍ପାଦକ ବିଜୟ ସ୍ୱାଇଁ କହିଛନ୍ତି, ଆକ୍ରମଣର ଶିକାର ରତ୍ନାକର ସାହୁଙ୍କ ପୂରା ଚାକିରୀ କାଳ କେବିକେ ଅଞ୍ଚଳରେ କଟିଛି । ସେଠାରେ ନିଷ୍ଠାପର ଭାବେ କାମ କରି ନିକଟରେ ବିଏମ୍ସି ଆସିଛନ୍ତି । କିନ୍ତୁ ତାଙ୍କ ଉପରେ ଯେଭଳି ଅମାନୁଷିକ ଆକ୍ରମଣ ହେଲା ତାହା ନିନ୍ଦନୀୟ । ଏଭଳି ଘଟଣା ଯୋଗୁ ନିଷ୍ଠାପର ଭାବେ ସରକାରୀ ସେବା କରୁଥିବା ଅଧିକାରୀଙ୍କ ମନୋବଳ ଭାଙ୍ଗିଯିବ । ଏହାକୁ ଆମେ ଦୃଢ଼ ବିରୋଧ କରୁଛୁ ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 3 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ