ରତ୍ନାକରଙ୍କ ନାମରେ ସଂଗୀନ ଅଭିଯୋଗ. ମହିଳା ବିଡ଼ିଓଙ୍କୁ ଦେଉଥିଲେ ନିର୍ଯ୍ୟାତନା.ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଅଡିଓ.

Spread the love

ଜେଏମଜେ ବ୍ୟୁରୋ : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାମରେ ସଂଗୀନ ଅଭିଯୋଗ ଆସିଛି । ଏହି ଅଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି । ଜନୈକା ମହିଳା ଓଏଏସ ଅଧିକାରିଣୀଙ୍କୁ ସେ ସଂଜରେ ଆସିବାକୁ କହୁଥିଲେ । ତାଙ୍କୁ ବାରମ୍ବାର ହାରାସ୍‌ ବି କରୁଥିବାର ଅଭିଯୋଗ ହୋଇଛି ।ସଂପୃକ୍ତା ମହିଳା ବିଡ଼ିଓ କହିଛନ୍ତିଯେ, ତେନ୍ତୁଳିଖୁଣ୍ଟି ବିଡ଼ିଓ ଥିବାବେଳେ ରତ୍ନାକର ବାବୁ ଡିଆରଡ଼ିଏରେ ଚାକିରୀ କରୁଥିଲେ ।
ପ୍ରତିଦିନ ସେ ଆସି ବିରକ୍ତ କରନ୍ତି । ତାଙ୍କୁ ମୋ ପାଖକୁ ଆସିବାକୁ ମନାକଲା । ପରେ ମୁଁ କୋଷାମଗୁଡ଼ା ବ୍ଳକକୁ ଗଲାବେଳେ ଏହି ଲୋକଟା ଦୁର୍ଭାଗ୍ୟକୁ ଏଡ଼ିଏମ ହୋଇଥିଲେ । ସେ ପିଡ଼ି ହୋଇଯାଇଥିବାରୁ ସଂଜକୁ ଡାକି ହଇରାଣ କରନ୍ତି । ମୋତେ ହାରାସ୍‌ କଲେ । ମୋ ବ୍ଳକ ଜିଲ୍ଲାରେ ଭଲ ପ୍ରଦର୍ଶନ କରୁଥିଲେ ବି ମୋତେ ବାରମ୍ବାର ସେ ହଇରାଣ କରିଥିଲେ । ପ୍ରତି ମିଟିଂରେ ସେ ମୋତେ ଟର୍ଚ୍ଚର କରୁଥିଲେ । ମୋ ନାଁରେ ମିଛ ଅଭିଯୋଗ କରି ନିଲମ୍ବିତ କରିଦେଇଥିଲେ ।
କୋଭିଡ଼ ସମୟରେ ମୋତେ ସେ ଟଙ୍କା ମାଗିଥିଲେ । ମୁଁ କିନ୍ତୁ ଟଙ୍କା ଦେଇନଥିଲି । ଏମିତି ମୋତେ ହଇରାଣ କଲେଯେ, ମୋର ଗର୍ଭପାତ ହୋଇଗଲା । ନବୀନ ସରକାରଙ୍କ ଅମଳରେ ଉପରସ୍ତରରେ ତାଙ୍କର ଭଲ ହାତ ଥିବାରୁ ମୁଁ ଆଉ ଲଢ଼ିପାରିଲିନି । ୨୦୧୧ ବ୍ୟାଚ ଓଏଏସ ଅକ୍ଷୟମିତା ଏଭଳି ଅଭିଯୋଗ କରିଛନ୍ତି । ଏମିତିକି ବରିଗୁମ୍ମା ବ୍ଳକରେ ଜଣେ ତାଙ୍କ ପାଇଁ ଆତ୍ମହତ୍ୟା କରିଥିଲେ ବୋଲି ସେ କହିଛନ୍ତି ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 6 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ