ଉଚ୍ଚଶିକ୍ଷା ବିଭାଗର କଠୋର ନିଷ୍ପତ୍ତି: ପିଲା କମ୍‌ ଥିଲେ କଲେଜ ବନ୍ଦ

Spread the love

ଜେଏମଜେ ବ୍ୟୁରୋ : ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଖରାପ ପ୍ରଦର୍ଶନ କରୁଥିବା କିମ୍ବା ପିଲା ହେଉ ନ ଥିବା ଡିଗ୍ରି କଲେଜଗୁଡ଼ିକ ବନ୍ଦ କରାଯିବ। ଅନୁଦାନପ୍ରାପ୍ତ, ଘରୋଇ, ପ୍ରଫେସନାଲ୍ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା କୌଣସି କଲେଜରେ ଯଦି ନିୟମିତ ଭାବେ ପିଲା କମ୍ ରହୁଛନ୍ତି ତେବେ ସେଗୁଡ଼ିକରେ ସବୁଦିନ ପାଇଁ ତାଲା ପଡ଼ିବ।

ଏଥିସହ ଲଗାତାର ୩ରୁ ୪ଟି ଶିକ୍ଷାବର୍ଷରେ ସିଟ୍ ଖାଲି ପଡ଼ିଲେ ସଂପୃକ୍ତ କଲେଜକୁ ମଧ୍ୟ ବନ୍ଦ କରି ଦିଆଯିବ। ଉଚ୍ଚଶିକ୍ଷା ବିଭାଗ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍ପିସି)ରେ ଏଭଳି ନିଷ୍ପତ୍ତି ନିଆଯାଇଛି।

କେବଳ ସେତିକି ନୁହେଁ, ଅନୁମତି ପ୍ରଦାନ ଦିଗରେ ମଧ୍ୟ କଠୋର ହୋଇଛି ଉଚ୍ଚଶିକ୍ଷା ବିଭାଗ। ସ୍ଥାୟୀ ଅନୁମୋଦନ ପାଇଁ ୨୦୨୧-୨୨, ୨୦୨୨-୨୩, ୨୦୨୩-୨୪ ଓ ୨୦୨୪-୨୫ ଶିକ୍ଷାବର୍ଷରେ ଆବେଦନ କରିଥିବା ରାଜ୍ୟର ୧୪୬ଟି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଯାଞ୍ଚ କରାଯିବ। ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ କମିଟି ଶିକ୍ଷାନୁଷ୍ଠାନକୁ ଗସ୍ତ କରି ଭିତ୍ତିଭୂମି, ପାଠ୍ୟକ୍ରମ, ଅଧ୍ୟାପକ-ଛାତ୍ରଛାତ୍ରୀଙ୍କ ଅନୁପାତ ପରି ବିଭିନ୍ନ ବିଷୟ ଉପରେ ଅନୁଧ୍ୟାନ କରିବ। ସେହି କମିଟି ଯେଉଁ ରିପୋର୍ଟ ପ୍ରଦାନ କରିବ ତାହାରି ଆଧାରରେ ବିଭାଗ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ। ଯେଉଁଥିରେ ୧୩ଟି ପ୍ରଫେସନାଲ୍ କଲେଜ ମଧ୍ୟ ରହିଛି। ଏହାବ୍ୟତୀତ ୧୩ଟି ପ୍ରଫେସନାଲ କଲେଜ ନୂତନ ପାଠ୍ୟକ୍ରମ ଖୋଲିବାକୁ କରିଥିବା ଆବେଦନକୁ ବିଭାଗ ବାତିଲ୍ କରିଛି।

ଯୁଗ୍ମ କମିଟି ସଦସ୍ୟଙ୍କ ମିଳିତ ଯାଞ୍ଚ ପରେ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିବ। ସେହି ଅନୁଯାୟୀ ୨୦୨୨-୨୩ରୁ ୨୦୨୪-୨୫ ଶିକ୍ଷାବର୍ଷ ମଧ୍ୟରେ ଯାଞ୍ଚ ହୋଇ ନଥିବା ପ୍ରସ୍ତାବଗୁଡ଼ିକୁ ଆସନ୍ତା ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ଯୁଗ୍ମ ଯାଞ୍ଚ କମିଟିକୁ ପଠାଯିବ। ସମ୍ପୃକ୍ତ କଲେଜଗୁଡ଼ିକୁ ସ୍ଥାୟୀ ଅନୁମୋଦନ ମିଳିବ କି ନାହିଁ ତାହା ଉପରେ କମିଟି ନିଷ୍ପତ୍ତି ନେବ। ଗତ ତିନିଟି ଶିକ୍ଷାବର୍ଷରେ ସ୍ଥାୟୀ ଅନୁମୋଦନ ପାଇଁ ଆସିଥିବା ୨୫ଟି ପ୍ରସ୍ତାବକୁ ଉଚ୍ଚସ୍ତରୀୟ କମିଟି ଅନୁମତି ଦେଇ ନାହିଁ। ଯେଉଁଥିରେ ଜୟପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ୨୦୨୧-୨୨ ଶିକ୍ଷାବର୍ଷରେ ୯ଟି, ୨୦୨୨-୨୩ରେ ଗୋଟିଏ, ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ୨୦୨୨-୨୩ ଶିକ୍ଷାବର୍ଷରେ ୫ଟି, ୨୦୨୩-୨୪ରେ ୬ଟି, ବାଲେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ୨୦୨୨-୨୩ ଶିକ୍ଷାବର୍ଷରେ ଗୋଟିଏ, ୨୦୨୩-୨୪ ଶିକ୍ଷାବର୍ଷରେ ଦୁଇଟି, ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ୨୦୨୨-୨୩ ଓ ୨୦୨୩-୨୪ରେ ଆସିଥିବା ଗୋଟିଏ ଲେଖାଏଁ ପ୍ରସ୍ତାବକୁ ଅନୁମତି ଦିଆଯାଇ ନାହିଁ।

ତେବେ ୨୦୨୫-୨୬ ଶିକ୍ଷାବର୍ଷରେ ୧୩ଟି ଓ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଗୋଟିଏ ପ୍ରଫେସନାଲ୍ କଲେଜକୁ ଏଚ୍ପିସି ଅନୁମତି ଦେଇଛି। ୧୦ଟି କଲେଜକୁ ନୂତନ ପ୍ରଫେସନାଲ୍ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ମିଳିଛି। ଏଚ୍ପିଏ ଅନୁମତି ଦେବା କ୍ଷଣି ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ଅନୁମୋଦନ ମିଳିବ ବୋଲି ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସ୍ଥିର ହୋଇଛି।

  • jmjnewso

    Related Posts

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ…

    ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

    Spread the love

    Spread the loveଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ…

    Leave a Reply

    Your email address will not be published. Required fields are marked *

    You Missed

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 6 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ