ଆଜି ଆସୁଛନ୍ତି ରାହୁଲ ଗାନ୍ଧୀ,ଉତ୍ସାହରେ ଉଛୁଳୁଛି କଂଗ୍ରେସ ଶିବିର

Spread the love

ଜେଏମଜେ ବ୍ୟୁରୋ : ଲମ୍ବା ଅବଧି ପରେ ଉତ୍ସାହରେ ଉଛୁଳୁଛି କଂଗ୍ରେସ ଶିବିର । ଆଜି ଆସୁଛନ୍ତି କଂଗ୍ରେସର ସବୁଠାରୁ ଲୋକପ୍ରିୟ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ । ଶୁକ୍ରବାର ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବେ ରାହୁଲ ଓ ଖଡ୍ଗେ.
ସମାବେଶକୁ ସଫଳ କରିବା ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ ଓ ତାଙ୍କ ଟିମ୍ ପୂରା ରାତି ଦିନ ଏକ କରି ଲାଗି ପଡ଼ିଛନ୍ତି । ନିର୍ବାଚନ ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ। ଏପଟେ ଭକ୍ତ ସଭାପତି ହେବା ପରେ ପ୍ରଥମ କରି ଏତେ ବଡ଼ ସମାବେଶ ଆୟୋଜନ ହୋଇଛି। ତେଣୁ ସମାବେଶକୁ ସଫଳ କରିବା ଭକ୍ତଙ୍କ ପାଇଁ ମଧ୍ୟ ବଡ଼ ଆହ୍ୱାନ ।

ଏପଟେ କଂଗ୍ରେସ ହୋର୍ଡିଂ, ପତାକାରେ ଛାଇଯାଇଛି ଭୁବନେଶ୍ୱର । ବିମାନବନ୍ଦରରୁ ଜୟଦେବବିହାର, ଜୟଦେବ ବିହାରରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ସବୁ ରାସ୍ତା ଯେମିତି ରାହୁଲମୟ ପାଲଟିଛି । ହାତରେ ସମ୍ବିଧାନ ଧରିଥିବା ରାହୁଲଙ୍କ ଟି-ସାର୍ଟ ପିନ୍ଧା ଫଟୋର ହୋର୍ଡିଂ ସବୁଆଡ଼େ ଲଗାଇଛି କଂଗ୍ରେସ । ନିଜେ ଭକ୍ତ କଂଗ୍ରେସ ଭବନରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ବୁଲିବୁଲି ପ୍ରସ୍ତୁତି ସମୀକ୍ଷା କରୁଛନ୍ତି । ସ୍ୱତନ୍ତ୍ର ଟିମ୍ ସହ ଯୁବ, ଛାତ୍ର, ମହିଳା ସଂଗଠନର କର୍ମକର୍ତ୍ତାମାନେ ଏହି କାମରେ ଲାଗିପଡ଼ିଛନ୍ତି । ଭୁବନେଶ୍ୱର ସମାବେଶକୁ ସଫଳ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ସଂଯୋଜକ ଓ ବିଧାୟକମାନଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରତି ଜିଲ୍ଲାରୁ କର୍ମୀ ଆସିବେ ।
ଆଜି ଦିନ ୧୧ଟା ପରେ ରାହୁଲ, ଖଡଗେ ଓ କଂଗ୍ରେସ ମହାସଚିବ କେସି ଭେନୁଗୋପାଳ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ହୋଟେଲ ମେ ଫେୟାର ଯିବେ । ପରେ ବରମୁଣ୍ଡା ପଡ଼ିଆ ସମାବେଶରେ ପହଞ୍ଚିବେ । ଅପରାହ୍ନରେ କଂଗ୍ରେସ ଭବନରେ ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିବେ ରାହୁଲ ଓ ଖଡ୍ଗେ । ସନ୍ଧ୍ୟାରେ ଉଭୟ ନେତା ଦିଲ୍ଲୀ ଫେରିଯିବେ।

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 20 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 22 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 26 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 24 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 11 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 8 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ