ୱାକଫ୍‌ ବିଲ୍‌ ସମର୍ଥନରେ ବିଜେଡିର ୫ ସାଂସଦ ଦେଇଥିଲେ ଭୋଟ୍‌।

Spread the love

ଜେଏମଜେ ବ୍ୟୁରୋ : ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ ୫ ବିଜେଡି ସାଂସଦ । ଗତ ଏପ୍ରିଲ୍‌ ମାସରେ ୱାକଫ୍‌ ବିଲ୍‌କୁ ନେଇ ବିଜେଡିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ବିଲ୍‌କୁ ବିରୋଧ କରିବ ବୋଲି ଆରମ୍ଭରୁ କହି ଆସୁଥିବା ବିଜେଡି ଶେଷ ମୁହୂର୍ତ୍ତରେ ପଲଟିଯାଇଥିଲା । ସାଂସଦମାନଙ୍କ ବିବେକ ଉପରକୁ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା

ବିଲ୍‌ ସପକ୍ଷରେ କିଏ ଓ ବିପକ୍ଷରେ କିଏ ଭୋଟ୍‌ ଦେଇଥିଲେ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନଥିଲା । ରାଜ୍ୟସଭାର ‘ଅଫିସିଆଲ୍‌ ଭର୍ସନ ଅଫ୍‌ ଡିବେଟ୍ସ’ରେ ଏହା ସ୍ପଷ୍ଟ କରାଯାଇଛି । ୱାକଫ୍(ସଂଶୋଧନ) ବିଲ୍‌କୁ ବିଜେଡିର ୫ ଜଣ ସାଂସଦ ସମର୍ଥନ କରି ଭୋଟ୍‌ ଦେଇଥିଲେ । ସସ୍ମିତ ପାତ୍ର, ସୁଲତା ଦେଓ, ନିରଞ୍ଜନ ବିଶି, ଶୁଭାଶିଷ ଖୁଣ୍ଟିଆ ଓ ମାନସ ରଞ୍ଜନ ମଙ୍ଗରାଜ ବିଲ୍‌ ସମର୍ଥନରେ ଭୋଟ୍‌ ଦେଇଥିଲେ । ଏକମାତ୍ର ସାଂସଦ ମୁନା ଖାନ୍‌ ବିଲ୍‌ ବିରୋଧରେ ଭୋଟଡ୍‌ ଦେଇଥିଲେ । ଚଳିତ ମାସ ୨୧ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହି ତଥ୍ୟ ପ୍ରକାଶ ପାଇଛି । ତେଣୁ ଏଥର ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

  • jmjnewso

    Related Posts

    ଏଣିକି ଅନଲାଇନ୍ ସହ ଅଫଲାଇନରେ ବି ପୈଠ କରିହେବ ଇ-ଚାଲାଣ।

    Spread the love

    Spread the loveଭୁବନେଶ୍ଵର,:ଜେଏମଜେ ନ୍ୟୁଜ: (ସମୀର ରଞ୍ଜନ ନାୟକ) ଗାଡ଼ି ମାଲିକଙ୍କୁ ଆଶ୍ଵସ୍ତି। ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ-ଚାଲାଣ। ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ନଗଦ ଅର୍ଥ ଗ୍ରହଣ…

    ମଧୁ ଶବର ନିଖୋଜ, ବେଗୁନିଆପଡ଼ା ଥାନା ଘେରିଲେ ଶତାଧିକ ଆଦିବାସୀ

    Spread the love

    Spread the loveବେଗୁନିଆପଡା : ଜେଏମଜେ ନ୍ୟୁଜ : ମଧୁ ଶବର ନିଖୋଜ, ବେଗୁନିଆପଡ଼ା ଥାନା ଘେରିଲେ ଶତାଧିକ ଆଦିବାସୀ.। ଆଖି ପରୀକ୍ଷା କରିବାକୁ ଯାଇ ବ୍ରହ୍ମପୁରରୁ ନିଖୋଜ ହୋଇଗଲେ ଆଦିବାସୀ ମଧୁ।ଦୀର୍ଘ ଦେଢମାସ ହୋଇ ଗଲାଣି, ଆଦିବାସୀ ମଧୁ ଶବରକଂ…

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର