ଗୁମର ଖୋଲିଦେଲେ ଅର୍ଚ୍ଚନା ନାଗ.

Spread the love

ଜେଏମଜେ ବ୍ୟୁରୋ: ଗତିକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ । ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି ସବୁ ଗୁମର ଖୋଲିଛନ୍ତି ଅର୍ଚ୍ଚନା ନାଗ । ବିଜେଡି ବିରୋଧରେ ବିଷ ଓଗାଳିଛନ୍ତି ଅର୍ଚ୍ଚନା ନାଗ । ତାଙ୍କ ଗିରଫ ପଛର ଗୁମର ଖୋଲିଛନ୍ତି ଅର୍ଚ୍ଚନା । ବିଜେଡି ନେତା ତାଙ୍କୁ ପଛରୁ ଛୁରୀ ମାରିଥିଲେ ବୋଲି ଅର୍ଚ୍ଚନା କହିଛନ୍ତି ।ବିଜେଡି ନେତା ବବି ଦାସ, ମାନସ ମଙ୍ଗରାଜ ଓ ଅମରେଶ ଜେନାଙ୍କ ନାମରେ ଅର୍ଚ୍ଚନା ଅଭିଯୋଗ ଆଣିଛନ୍ତି ।

ଏହାଛଡ଼ା ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ ବି ଅର୍ଚ୍ଚନା ଅଭିଯୋଗ ଆଣିଛନ୍ତି । ଏହି ଅବସରରେ ସେ ପୁଲିସ ଅଧିକାରୀ ପ୍ରତୀକ ସିଂ, ପ୍ରକାଶ ପାଲ ଓ ଅନୁପ କାନୁନଗୋଙ୍କ ନାମ ନେଇଛନ୍ତି । ସେ କହିଛନ୍ତି ଯେ ମୋ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ପ୍ରାୟୋଜିତ ଥିଲା । ଟଙ୍କା ଦେଇ ଅଭିଯୋଗକାରିଣୀଙ୍କୁ କିଣା ଯାଇଥିଲା ।
ଏହାଛଡ଼ା ହିମାଂଶୁ ସାହୁ ଓ ତତକାଳୀନ ଅବାଲିଅନ୍ତା ଆଇଆଇସି ଅନୁପ କାନୁନଗୋ ସମ୍ପୃକ୍ତ ଥିବା ଅର୍ଚ୍ଚନା କହିଛନ୍ତି । ସେ କହିଛନ୍ତି ଜେଲ ପରେଡ ବାହାନାରେ ପୁଲିସ ମୋ ପାଖକୁ ଜେଲକୁ ଯାଉଥିଲେ । ମୋତେ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଉଦ୍ୟମ କରିଥିଲେ । ଚା, କଫିରେ ବୋଧେ ନିଶା ଦେଉଥିଲେ । ମୁଁ ଶୋଇପଡ଼ୁଥିଲି । ମାତ୍ର କିଛି ଅଣ୍ଡର ଟ୍ରାଏଲ ପ୍ରିଜନରଙ୍କ ସହଯୋଗରୁ ବଞ୍ଚିଗଲି ।ସେହିପରି ସେ କହିଛନ୍ତି ଯେ ଯଦି ଖଣ୍ଡଗିରି ଥାନାରେ ମାମଲା ଥିଲା ତେବେ ବାଲିଅନ୍ତା ପୁଲିସ କାହିଁକି ନେଲା । ମୋର ଘରର ସିସିଟିଭି ହାର୍ଡଡିସ୍କକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଆଯାଇଛି । ମୁଁ ଯେଉଁ ଅଭିଯୋଗ କରୁଛି ତାହା ପ୍ରମାଣ ଆଧାରରେ କରୁଛି ।

ଏହାଛଡ଼ା ଅଭିଯୋଗକାରିଣୀ ମୋତେ ଏହା କହିବାର ଅଡିଓ ମୋ ପାଖାରେ ଅଛି । ବିଜେଡି ତାଙ୍କୁ ଟଙ୍କା ଦିଆଇ କୁହାଉଥିଲା, ଏବେ ଦେଉନାହାନ୍ତି କହୁଛି । ମାତ୍ର ମୋ ଆଶଙ୍କା ବିଜେଡି ଏବେବି ତାଙ୍କୁ ଟଙ୍କା ଦେଉଛି । ଜେଲରକୁ ମଧ୍ୟ ଟଙ୍କା ଦେଇ କିଣିଦେଇଥିଲେ, ଯାହାର ପ୍ରମାଣ ରହିଥିବା ଅର୍ଚ୍ଚନା କହିଛନ୍ତି । ତେବେ ଅର୍ଚ୍ଚନାଙ୍କ ଏଭଳି ଅଭିଯୋଗ ନେଇ ବିଜେଡି କିମ୍ବା ପୁଲିସର କୌଣସି ପ୍ରତି୍ରକ୍ରିୟା ମିଳି ପାରିନାହିଁ ।

ବିଗତ ଦିନରେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମିଛରେ ଫସାଇ ଅତ୍ୟାଚାର କରାଯାଇଥିବା ଅଭିଯୋଗ ଆଣି ଅର୍ଚ୍ଚନା ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଅର୍ଚ୍ଚନା କହିଥିଲେ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଯେଉଁମାନେ ହଇରାଣ କରିବା ସହ ନିର୍ୟାତନା ଦେଇଛନ୍ତି ସେମାନଙ୍କ ବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ସହ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଅର୍ଚ୍ଚନା ରାଜ୍ୟର କିଛି ପ୍ରଭାବଶାଳୀ ଲୋକ ଏହି ଘଟଣା ପଛରେ ମୁଖ୍ୟ ଭୂମିକାରେ ଥିବା ଅଭିଯୋଗ କରିବା ସହ ଆଗାମୀ ଦିନରେ ସେମାନଙ୍କ ଅସଲ ମୁଖା ରାଜ୍ୟବାସୀ ଦେଖିବେ ବୋଲି କହିଥିଲେ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 3 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 74 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ