ମୋହନଙ୍କ ନୂଆ କ୍ୟାବିନେଟ୍ : ୨୧ ସଂସଦୀୟ କ୍ଷେତ୍ରରୁ ୨୧ ମନ୍ତ୍ରୀ !

Spread the love

ଜେଏମଜେ ବ୍ୟୁରୋ : ବଦଳିବ ମୋହନଙ୍କ ମନ୍ତ୍ରିମଣ୍ଡଳ । ଖୁବଶୀଘ୍ର ମୋହନଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ନେଇ ଖବର ଆସୁଥିବାବେଳେ, ଏହି ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ ଆଉ କେଉଁ ନେତା ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବେ? ତାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଖାଲି ସେତିକି ନୁହେଁ, ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ ଏଥର ମନ୍ତ୍ରିମଣ୍ଡଳ ଗଠନ ବେଳେ ଏକାଧିକ ସମୀକରଣକୁ ଆଖି ଆଗରେ ରଖାଯାଇପାରେ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲା ହେଉଛି କେନ୍ଦୁଝର । ସେହିପରି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ଜିଲ୍ଲା ହେଉଛି ବଲାଙ୍ଗୀର । ତା ସହିତ ମୋହନଙ୍କ କ୍ୟାବିନେଟରେ ଉପ-ମୁଖ୍ୟମନ୍ତ୍ରୀ ଥିବା ପ୍ରଭାତୀ ପରିଡ଼ା  ମନ୍ତ୍ରିମଣ୍ଡଳରେ ପୁରୀ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି । ଏହାବାଦ୍ ମନ୍ତ୍ରୀ ପଦ ମିଳିଥିବା ଅନ୍ୟ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ଗଞ୍ଜାମ, କୋରାପୁଟ, ଖୋର୍ଦ୍ଧା, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଭଦ୍ରକ ଆଉ ମୟୂରଭଞ୍ଜ । ଏହା ଭିତରୁ କେବଳ ବଲାଙ୍ଗୀର, ମୟୂରଭଞ୍ଜ ଆଉ ଗଞ୍ଜାମ ଜିଲ୍ଲାକୁ ଦୁଇଟି ଲେଖାଏଁ ମନ୍ତ୍ରୀ ପଦ ମିଳିଥିବାବେଳେ, ଏବେ ବି ୧୭ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ରହିଛି ।ଚର୍ଚ୍ଚା ଯଦି ସତ ହୁଏ ତେବେ ପ୍ରତି ସଂସଦୀୟ କ୍ଷେତ୍ରରୁ ଏଥର ଜଣେ ନେତାଙ୍କୁ ମୋହନଙ୍କ କ୍ୟାବିନେଟରେ ଜାଗା ମିଳିପାରେ । ଆଗକୁ ପଞ୍ଚାୟତ ଆଉ ପୌର ନିର୍ବାଚନ ହେବାକୁ ଅଛି । ତେଣୁ ସବୁ ଜିଲ୍ଲାକୁ ମନ୍ତ୍ରୀ ପଦ ଦେବା ବି ସମ୍ଭବ ନୁହେଁ, ତେଣୁ ପ୍ରତି ସଂସଦୀୟ କ୍ଷେତ୍ରରୁ ଜଣେ ନେତାଙ୍କୁ ମନ୍ତ୍ରୀ କରି ଲୋକଙ୍କ ମନ ଜିଣିବାକୁ ଚେଷ୍ଟା ଚଳାଇଛନ୍ତି ମୋହନ ମାଝୀ । ତେଣୁ ଏହି ଆଧାରରେ ୨୧ ସଂସଦୀୟ କ୍ଷେତ୍ରର ଜଣେ ଜଣେ ନେତାଙ୍କୁ ଏଥର ମୋହନଙ୍କ କ୍ୟାବିନେଟରେ ଜାଗା ମିଳିପାରେ ବୋଲି ଚର୍ଚ୍ଚା ଜୋରସୋରରେ ଆରମ୍ଭ ହୋଇଛି ।



ଲିଷ୍ଟରେ ଏବେ ଏକାଧିକ ମନ୍ତ୍ରୀଙ୍କ ନାଁ ଝୁଲିରହିଛି । ଅନ୍ୟପଟେ ମନ୍ତ୍ରିମଣ୍ଡଳରେ ନୂଆକରି ଜାଗା ପାଇବାକୁ ଅନେକ ବିଧାୟକ ଚାତକ ଭଳି ଚାହିଁରହିଛନ୍ତି ।  ଖାସ୍ କରି ବଡ଼ଚଣାରୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ହରାଇ ବିଧାନସଭାକୁ ଆସିଥିବା ବିଜେପି ବିଧାୟକ ଅମର ନାୟକ, ବିଜେଡିରୁ ଆସି ବିଜେପିରେ ସାମିଲ ହୋଇଥିବା କୋରେଇ ବିଧାୟକ ଆକାଶ ଦାଶ ନାୟକ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସହିତ ସମ୍ବଲୁପର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ମନ୍ତ୍ରୀ ହେବା ରେସରେ ଅଛନ୍ତି ।

ତାଙ୍କ ସହିତ ନବୀନଙ୍କୁ ହରାଇଥିବା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଭୁବନେଶ୍ୱରରେ ଏକମାତ୍ର ବିଜେପି ବିଧାୟକ ବାବୁ ସିଂ, ଉଦଳାର ବିଧାୟକ ଭାସ୍କର ମଢ଼େଇ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ରଣପୁର ବିଧାୟିକା ସୁରମା ପାଢ଼ୀ ମନ୍ତ୍ରୀ ହେବା ପାଇଁ ଆଶାୟୀଙ୍କ ଲିଷ୍ଟରେ ଅଛନ୍ତି । ଏହାବାଦ୍ ଭଟଲି ବିଧାୟକ ତଥା ପୂର୍ବତନ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମଧ୍ୟ ମନ୍ତ୍ରୀ ହେବାକୁ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ଆଉ ଚର୍ଚ୍ଚା ଯଦି କିଛିକାଂଶରେ ସତ ହୁଏ, ତେବେ ଏହିମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ ।

ଦିଲ୍ଲୀ ନେବ ଶେଷ ନିଷ୍ପତ୍ତି!

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ଦିଲ୍ଲୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ । ଏହି ସମୟରେ ସେ ହାତରେ ଗୋଟିଏ ଫାଇଲ୍ ଧରିଥିବା ଦେଖିବାକୁ ମିଳିଥିଲା । ଏହାପରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ଦିଲ୍ଲୀରୁ ହିଁ ଓଡ଼ିଶାର ନୂଆ ମନ୍ତ୍ରିମଣ୍ଡଳ ଗଠନ ନେଇ ଗ୍ରୀନ୍ ସିଗନାଲ୍ ମିଳିବ । ଆଗକୁ ରାଜ୍ୟରେ ମନ୍ତିମଣ୍ଡଳ ସମ୍ପ୍ରସାରଣ ସହିତ ନିଗମ ବୋର୍ଡ ଆଉ ଅଧ୍ୟକ୍ଷ ଚୟନ ମଧ୍ୟ ହେବାକୁ ଅଛି । ତେଣୁ ଏହାପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ଭିନ୍ନ ଏକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ତେଣୁ ଦେଖିବାକୁ ବାକି ରହିଲା, ଏଥର ମୋହନଙ୍କ କ୍ୟାବିନେଟରେ କେଉଁ କେଉଁ ନେତାଙ୍କୁ ଜାଗା ମିଳୁଛି? ଆଉ ମନ୍ତ୍ରିମଣ୍ଡଳ ଗଠନ ବେଳେ, କେଉଁ ସମୀକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି ? 

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 5 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 18 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 33 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 37 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 28 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 33 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା