୨୧ରୁ ସଂସଦର ମୌସୁମୀ ଅଧିବେଶନ: ଆସିବ ୮ ନୂଆ ବିଲ୍

Spread the love

ଜେଏମଜେ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶ । ପିଏମ୍ ମୋଦିଙ୍କ ନେତୃତ୍ବାଧୀନ ଏନ୍ଡିଏ ସରକାର ଓ ବିରୋଧ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି ପ୍ରସ୍ତୁତି। ୨୧ ଜୁଲାଇରୁ ଆରମ୍ଭ ହୋଇ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ସରକାର ଚଳିତ ଏଥର ୮ଟି ନୂଆ ବିଲ୍ ଆଗତ କରିବାକୁ ଯାଉଛନ୍ତି। ଏହାଛଡା ଇନକମ ଟ୍ୟାକ୍ସ ବିଲ୍କୁ ମଧ୍ୟ ଚଳିତ ଅଧିବେଶନରେ ପାସ୍ କରିବାର ଚେଷ୍ଟା କରାଯିବ।

ସେଭଳି ମଣିପୁରରେ ରାଷ୍ଟ୍ରପତି ଶାସନକୁ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇପାରେ। ଲୋକସଭା ସଚିବାଳୟ ଯେଉଁ ପ୍ରମୁଖ ବିଲ୍ ବିଷୟରେ ସୂଚନା ଦେଇଛି, ତା ଭିତରେ ଟ୍ୟାକ୍ସ, ଶିକ୍ଷା,କ୍ରୀଡା ଓ ଖଣିଜ ନୀତି ସମ୍ପର୍କିତ ବିଲ୍ ରହିଛି।

ଲୋକସଭାରେ ମଣିପୁର ବସ୍ତୁ ଏବଂ ସେବା କର ବିଲ୍ ୨୦୨୫, ଜନ ବିଶ୍ବାସ ବିଲ୍, ଭାରତୀୟ ପ୍ରବନ୍ଧ ସଂସ୍ଥାନ ବିଲ୍ ,ଟିକସ ନିୟମ ବିଲ୍ ଆଗତ କରାଯିବ। ସେଭଳି ଭୂ-ଐତିହ ସ୍ଥଳ ଓ ଭୂ-ଅବଶେଷ ସରକ୍ଷଂଣ ବିଲ୍ , ଖଣିଜ ଓ ଖାଦାନ ବିଲ୍, ରାଷ୍ଟ୍ରୀୟ ଖେଳ ପ୍ରଶାସନ ବିଲ୍ ଏବଂ ରାଷ୍ଟ୍ରୀୟ ଡୋପିଂ ନିରୋଧି ବିଲ୍ ଆଗତ କରାଯିବା ସହ ଏଥିରେ ସଂଶୋଧନ କରାଯିବ।

ଏହାଛଡା ଗୋଆରେ ଅନୁସୂଚିତ ଜନଜାତିଙ୍କ ବିଧାନସଭାରେ ପୁନଃ ପ୍ରତିନିଧିତ୍ବ ନିର୍ଦ୍ଧାରଣ ବିଲ୍ ୨୦୨୪, ମର୍ଚେଣ୍ଟ ଶିପିଂ ବିଲ୍, ଭାରତୀୟ ବନ୍ଦର ବିଲ୍ ଓ ଆୟକର ବିଲ୍କୁ ପାସ୍ କରାଯିବାର ଆଶା ରହିଛି। ଏଥର ସାଂସଦଙ୍କୁ ‘ମେମ୍ବର୍ସ ପୋର୍ଟାଲ’ ମାଧ୍ୟମରେ ସମନ୍ ଓ ସୂଚନା ପଠାଯାଇଛି। ସବୁ ସାଂସଦଙ୍କୁ ଅଧିବେଶନ୍ର ସିଡ୍ୟୁଲ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଡିଜିଟାଲ ଭାବରେ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ କଂଗ୍ରେସ ସହ ପ୍ରମୁଖ ବିରୋଧି ଦଳ ମଧ୍ୟ ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲରେ ସରକାରଙ୍କୁ ଘେରିବାର ପ୍ରସ୍ତୁତି କରୁଛି। ଚଳିତ ଅଧିବେଶନରେ ବିହାର ମତଦାତା ସୂଚି ରିଭିଜନ୍କୁ ନେଇ ବିରୋଧି ହଙ୍ଗାମା କରିବାର ସମ୍ଭାବନା ରହିଛି। ସେଭଳି ଅପରେସନ୍ ସିନ୍ଦୂର ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ ନେଇ ସରକାରଙ୍କୁ ଘେରିପାରେ ବିରୋଧି।

  • jmjnewso

    Related Posts

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    Spread the love

    Spread the loveଜେଏମଜେ ବ୍ୟୁରୋ : ଆସନ୍ତାକାଲି ପବିତ୍ର ଗଣେଶ ଚତୁର୍ଥୀ। ଧରାପୃଷ୍ଠକୁ ଓହ୍ଲାଇବେ ବିଘ୍ନହର୍ତ୍ତା, ସିଦ୍ଧିଦାତା ପ୍ରଭୁ ଶ୍ରୀଗଜାନନ। ବାପ୍ପାଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଶେଷ ପର୍ୟ୍ୟାୟରେ ପହଞ୍ଚିଛି ପୂଜା ମଣ୍ଡପର ସାଜସଜ୍ଜା, ମୂର୍ତ୍ତି…

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    Spread the love

    Spread the loveଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ ଏବଂ ଜନସେବାର ୨୫ ବର୍ଷ ପୂରଣ କରୁଛନ୍ତି। ଏହି ଅବସରରେ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ “ସେବା ସଂକଳ୍ପ ଅଭିଯାନ” ଆରମ୍ଭ ହେବ।…

    Leave a Reply

    Your email address will not be published. Required fields are marked *

    You Missed

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 3 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 74 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ