ଆସିକା ସାଂସଦ ଙ୍କ ଧରାକୋଟ ବ୍ଲକ ପ୍ରତିନିଧି ହେଲେ ମୁନା ପ୍ରଧାନ

Spread the love

ଜେଏମଜେ ବ୍ୟୁରୋ : ଆସିକା ସାଂସଦ ଅନିତା ସୁଭଦର୍ଶନୀ ଧରାକୋଟ ବ୍ଲକର ଉନ୍ନତି ଓ ବିକାଶ ଧାରାକୁ ଆଗକୁ ନେବାପାଇଁ ଢଉଗାଁ ପଞ୍ଚାୟତ ର ସୁନା ମୋହି ଗ୍ରାମର ଉଚ୍ଚ ଶିକ୍ଷିତ ଯୁବକ ତଥା ବି ଜେ ପି ର ଜଣେ ଜଣାଶୁଣା ଚେହେରା ମୁନା ପ୍ରଧାନ ଙ୍କୁ ନିଜର ଧରାକୋଟ ବ୍ଲକ ପ୍ରତିନିଧି ଭାବରେ ମନୋନୀତ କରିଥିବା ନେଇ ଚିଠି ମାଧ୍ୟମରେ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଛନ୍ତି । ମୁନା ମାନବ ସମ୍ବଳ ଓ ଅର୍ଥ ରେ ଏମ ବି ଏ କରିବା ସହ ସ୍ନାତକୋତ୍ତର ଭାବରେ ଭୁବନେଶ୍ୱର ବି ଜେ ବି କଲେଜ ରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଷୟରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଆରବ ରାଷ୍ଟ୍ରର କତାର ରେ ପେଟ୍ରୋଲିୟମ ଇନଡ଼ାଷ୍ଟ୍ରି ରେ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିବା ବେଳେ 2017 ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ବି ଜେ ପି ରେ ଯୋଗ ଦେଇଥିଲେ ଓ ଦୁଇଟି ପଞ୍ଚାୟତ ନିର୍ବାଚନ ରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ।

2019 ସାଧାରଣ ନିର୍ବାଚନ ରେ ଦଳ ତରଫରୁ ଖଣ୍ଡପଡା ବିଧାନସଭା ଆସନ ପାଇଁ ବିସ୍ତାରକ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ଗତ ନିର୍ବାଚନରେ ସେ ଧରାକୋଟ ବ୍ଲକରେ ବି ଜେ ପି ପାଇଁ ସକ୍ରିୟ ଭାବରେ କାମ କରିଥିଲେ । ସଂପ୍ରତି ସାଂସଦ ପ୍ରତିନିଧି ଭାବରେ ମନୋନୀତ ହେବାପରେ ମୁନା ପ୍ରଧାନ ଆସିକା ସାଂସଦ ଅନିତା ଶୁଭଦର୍ଶନି ଙ୍କ ସହ ଆସିକା ଜିଲ୍ଲା ବି ଜେ ପି ସଭାପତି ବିଜୟ ସ୍ୱାଇଁ ଙ୍କୁ କୃତଜ୍ଞତା ଜଣାଇବା ସହ ନିଜର ଦାୟିତ୍ଵ ନିଷ୍ଠାର ସହିତ ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି।
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 17 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 34 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 28 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 39 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 39 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 30 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ