ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ବିଭିନ୍ନ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ

Spread the love

ଜେଏମଜେ ବ୍ୟୁରୋ : ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହା ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ସରକାର ୮ଟି ବିଲ୍ ଆଗତ କରିବେ । ତେବେ ତାହା ପୂର୍ବରୁ ରବିବାର ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଜେ ପି ନଡ୍ଡା, ଅର୍ଜୁନ ରାମ ମେଘୱାଲ, କଂଗ୍ରେସ ସାଂସଦ କେ ସୁରେଶ, ଗୌରବ ଗୋଗୋଇ ଓ ଜୟରାମ ରମେଶ, ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ, କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ଏନ୍ସିପି (ଏସ୍ପି) ସାଂସଦ ସୁପ୍ରିୟା ସୁଲେ, ବିଜେପି ସାଂସଦ ରବି କିଶନ ଏବଂ ଅନ୍ୟମାନେ ଯୋଗଦେଇଥିଲେ ।

ବୈଠକରେ ବିରୋଧୀ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ସଂସଦରେ ତାହା ଉପରେ ଚର୍ଚ୍ଚା ପାଇଁ ଦାବି କରିଛନ୍ତି । ବିଶେଷକରି ସେମାନେ ପହଲଗାମ୍ ଆତଙ୍କୀ ଆକ୍ରମଣ, ଯୁଦ୍ଧବିରତି ଏବଂ ବିହାର ଭୋଟର ତାଲିକାର ‘ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍ଆଇଆର୍)’ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଜବାବ ମାଗିଛନ୍ତି । ତେଣୁ ସୋମବାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ସେମାନେ ଏହିସବୁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ।

କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଗୃହକୁ ଆସି ୩ଟି ପ୍ରମୁଖ ପ୍ରସଙ୍ଗ ଉପରେ ନିଜ ଜବାବ ରଖିବା ଆବଶ୍ୟକ । ପାକିସ୍ତାନ ସହ ହୋଇଥିବା ଯୁଦ୍ଧବିରତିରେ ଆମେରିକାର ଭୂମିକା ଥିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର ଦାବି କରୁଛନ୍ତି । ତାହା ଉପରେ ମୋଦି ସାମ୍ନାକୁ ଆସି ଜବାବ ଦେବା ଆବଶ୍ୟକ । ସେହିଭଳି ପହଲଗାମ୍ ଆକ୍ରମଣ ଓ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ବୟାନ ବାବଦରେ ମଧ୍ୟ ଆମେ ଜବାବ ମାଗୁଛୁ । ବୈଠକ ପରେ ଗଣମାଧ୍ୟମ ସହ କଥା ହୋଇ ଗୋଗୋଇ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ବୟାନ ଭାରତର ମର୍ଯ୍ୟାଦା ଓ ସେନାର ପରାକ୍ରମ ଉପରେ ପ୍ରଶ୍ନ ଉଠାଇଛି । ଟ୍ରମ୍ପ୍ ଯେଉଁ ଦାବି କରୁଛନ୍ତି, ତାହାର ଜବାବ କେବଳ ପ୍ରଧାନମନ୍ତ୍ରୀ ମୋଦି ହିଁ ଦେଇପାରିବେ । ଆମେ ଆଶା କରୁଛୁ ନୈତିକତା ଦୃଷ୍ଟିରୁ ମୋଦିଜୀ ଏହିସବୁ ପ୍ରସଙ୍ଗରେ ଦେଶକୁ ସମ୍ବୋଧନ କରିବେ ।

ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଭାରତ-ପାକ୍ ମଧ୍ୟରେ ଯୁଦ୍ଧବିରତି କରାଇଥିବା ନେଇ ୨୪ ଥର କହିସାରିଲେଣି । ଏମିତି କି ଯୁଦ୍ଧ ବେଳେ ୫ଟି ଜେଟ୍ ଖସିଥିବା ନେଇ ଟ୍ରମ୍ପ୍ ନିଜର ସଦ୍ୟ ବୟାନରେ କହିଥିଲେ । ତାହାକୁ ନେଇ ଭାରତରେ ରାଜନୀତି ତେଜିବାରେ ଲାଗିଛି । ମୌସୁମୀ ଅଧିବେଶନରେ ବିରୋଧୀମାନେ ଏହାକୁ ପ୍ରମୁଖ ଏଜେଣ୍ଡା କରିପାରନ୍ତି ।

ଅନ୍ୟପକ୍ଷରେ ସର୍ବଦଳୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଛନ୍ତି, ଗୃହ ଯେମିତି ସୁରୁଖୁରୁରେ ଚାଲିବ, ତାହା ସବୁ ଦଳର ଦାୟିତ୍ୱ । ସରକାର ସବୁ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି । ଏଥିସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଦାବିଗୁଡ଼ିକ ଉପରେ ମଧ୍ୟ ଉଚିତ ଜବାବ ଦିଆଯିବ । ଆପ୍ ସାଂସଦ ସଞ୍ଜୟ ସିଂହ ବିହାର ଭୋଟର ତାଲିକାର ଏସ୍ଆଇଆର୍କୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଏହା ବନ୍ଦ ହେବା ଆବଶ୍ୟକ ବୋଲି କହିଛନ୍ତି । ଏହାକୁ ସେ ସ୍କାମ୍ ଅଭିହିତ କରି କହିଛନ୍ତି, ସରକାର ଯଦି ଏ ନେଇ ଜବାବ ନ ରଖନ୍ତି, ତେବେ ଆମେ ଗୃହ ଭିତରେ ଓ ବାହାରେ ଏହି ପ୍ରଶ୍ନ ଉଠାଇବୁ । ସେ ମଧ୍ୟ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ବୟାନ ଉପରେ କେନ୍ଦ୍ରଠାରୁ ଜବାବ ଚାହିଁଛନ୍ତି ।

ସୂଚନା ଥାଉ କି କେନ୍ଦ୍ର ସରକାର ଏଥର ମୌସୁମୀ ଅଧିବେଶନରେ ୮ଟି ବିଧେୟକ (ବିଲ୍) ଆଗତ କରିବାକୁ ଯାଉଛନ୍ତି । ଏଥିରେ କ୍ରୀଡ଼ା ପ୍ରଶାସନ ବିଲ୍, ଭୂ-ଐତିହ୍ୟସ୍ଥଳ ଏବଂ ଭୂ- ଅବଶେଷ (ସଂରକ୍ଷଣ ତଥା ରକ୍ଷଣାବେକ୍ଷଣ), ଖଣି ଓ ଖଣିଜ (ବିକାଶ ଓ ନିୟମ) ସଂଶୋଧନ ବିଲ୍ ଓ ରାଷ୍ଟ୍ରୀୟ ଆଣ୍ଟି-ଡୋପିଙ୍ଗ୍ (ସଂଶୋଧନ) ବିଲ୍ ଆଦି ଅନ୍ତର୍ଭୁକ୍ତ । ଏହାଛଡ଼ା ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ମହାଭିଯୋଗ ପ୍ରସଙ୍ଗରେ ଚର୍ଚ୍ଚା ହେବାର ଅଛି ।

ସଂସଦୀୟ ମନ୍ତ୍ରୀ ରିଜିଜୁ କହିଛନ୍ତି, ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ଚଳାଇବା ଲାଗି ୧୦୦ରୁ ଅଧିକ ସାଂସଦ ଦସ୍ତଖତ କରିଛନ୍ତି। ବାସଭବନରୁ ବିପୁଳ ମାତ୍ରାର ପୋଡ଼ା ନୋଟ୍ ମିଳିବାକୁ ନେଇ ଜଷ୍ଟିସ ବର୍ମା ବିବାଦରେ ଫସିଛନ୍ତି । ମୌସୁମୀ ଅଧିବେଶନରେ ସରକାର ଏହା ଉପରେ ବିଚାର କରିବେ । ଏ ସଂକ୍ରାନ୍ତରେ ସମସ୍ତ ପ୍ରକ୍ରିୟା ସବୁ ଦଳର ସହମତିରେ ହେବ । ଏହା କେବଳ ସରକାରଙ୍କ କାମ ନୁହେଁ ବୋଲି ରିଜିଜୁ ଦର୍ଶାଇଛନ୍ତି

  • jmjnewso

    Related Posts

    ଜନତା ମାଗେ ଜବାବ 30 ଜୁଲାଇ 2026

    Spread the love

    Spread the love

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    Spread the love

    Spread the love ଜେଏମଜେ ନ୍ୟୁଜ : ଅବସରପ୍ରାପ୍ତ ଅଣ-ଗେଜେଟେଡ୍ ଏବଂ ଗେଜେଟେଡ୍ ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସଂଗଠନ, ଦିଲ୍ଲୀ ପୁଲିସ ମହାସଂଘ, ଜୁଲାଇ ୩୧ ରେ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ଏକ ଶାନ୍ତିପୂର୍ଣ୍ଣ ଦିନିକିଆ ଧାରଣା…

    Leave a Reply

    Your email address will not be published. Required fields are marked *

    You Missed

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ