ଲୋକସଭାରେ ପ୍ରବଳ ହଙ୍ଗାମା: ଦିନ ୨ଟା ଯାଏଁ ଗୃହ ମୁଲତବୀ.

Spread the love

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହ ସରଗରମ ହୋଇଥିବା ବେଳେ ବିରୋଧୀ ଦଳ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଗୃହରେ କହିବାକୁ ସୁଯୋଗ ମିଳୁନଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ଅପରେସନ ସିନ୍ଦୂର ଏବଂ ପହଲଗାମ୍ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଦେଖା ଦେଇଥିଲା ହୋହଲ୍ଲା ପରିସ୍ଥିତି । ଗୃହରେ ହଙ୍ଗାମା ହେବାକୁ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବୀ କରାଯାଇଛି । ତେବେ ପୂର୍ବରୁ ମଧ୍ଯ ୧୨ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ଆଜି ଦୁଇ ଦୁଇ ଥର ଗୃହ ମୁଲତବୀ ହେଲାଣି ।ସେପଟେ ପ୍ରବଳ ବିରୋଧ ଯୋଗୁଁ ଗୃହ ମୁଲତବୀ ହେବା ପରେ ଗୃହ ବାହାରେ ପ୍ରତିକ୍ରିୟା ରଖିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । କହିଛନ୍ତି- ସରକାର ଗୃହ ଭିତରେ ବିରୋଧୀଙ୍କ ସ୍ୱରକୁ ଚାପିବାକୁ ଚେଷ୍ଟା କରୁଛନ୍ତି । ଯେଉଁଠି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗୃହରେ କହିବାକୁ ଅନୁମତି ଦିଆଯାଉଛି ସେଠାରେ କିନ୍ତୁ ବିରୋଧୀଙ୍କୁ  ଅବା ବିରୋଧୀ ଦଳ ନେତାଙ୍କୁ କହିବାକୁ ଅନୁମତି ଦିଆଯାଉନାହିଁ ।

ପ୍ରିୟଙ୍କା ଗାନ୍ଧୀ ମଧ୍ଯ ବିରକ୍ତି ପ୍ରକାଶ କରି କହିଛନ୍ତି- ଯଦି ସରକାର ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ତେବେ କଣ ପାଇଁ ବିରୋଧୀ ଦଳ ନେତାଙ୍କୁ କହିବାକୁ ଦିଆଯାଉନି । କହିବା ପାଇଁ ସିଏ ଛିଡା ହୋଇଥିଲେ ମାନେ କହିବାକୁ ସୁଯୋଗ ଦେବା କଥା । 

ତେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅପରେସନ ସିନ୍ଦୂର ନେଇ ପ୍ରଶ୍ନ ଉଠାଇଛନ୍ତି । ଏଯାଏଁ କାହିଁକି ପହଲଗାମ ହମଲାର ପ୍ରକୃତ ଆତଙ୍କୀଙ୍କୁ ଧରାଯାଇନି କି ହତ୍ୟା କରାଯାଇନି ବୋଲି ପ୍ରଶ୍ନ କରିବା ସହ ଭାରତ-ପାକିସ୍ତାନ ଯୁଦ୍ଧରେ ଟ୍ରମ୍ପ ବାରମ୍ବାର ମଧ୍ୟସ୍ଥତା କହିବା ଭାରତ ପାଇଁ ଅପମାନଜନକ ବୋଲି କହିଛନ୍ତି ଖଡଗେ । 

ଖଡଗେଙ୍କୁ ଜବାବ ଦେବାକୁ ଯାଇ ନଡ୍ଡା କହିଛନ୍ତି ପହଲଗାମ୍ ହମଲାର ୮ ଦିନ ଭିତରେ ଏଭଳି ଏକ କାର୍ଯ୍ଯାନୁଷ୍ଠାନ ହେଲା ଯାହା ଆଜି ଯାଏଁ କୌଣସି ବି ଅପରେସନରେ ହୋଇନି । ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ନଡ୍ଡା କହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ଯ ସମାନ କଥା ଦୋହରାଇଛନ୍ତି ।

  • jmjnewso

    Related Posts

    ଜନତା ମାଗେ ଜବାବ 30 ଜୁଲାଇ 2026

    Spread the love

    Spread the love

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    Spread the love

    Spread the love ଜେଏମଜେ ନ୍ୟୁଜ : ଅବସରପ୍ରାପ୍ତ ଅଣ-ଗେଜେଟେଡ୍ ଏବଂ ଗେଜେଟେଡ୍ ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସଂଗଠନ, ଦିଲ୍ଲୀ ପୁଲିସ ମହାସଂଘ, ଜୁଲାଇ ୩୧ ରେ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ଏକ ଶାନ୍ତିପୂର୍ଣ୍ଣ ଦିନିକିଆ ଧାରଣା…

    Leave a Reply

    Your email address will not be published. Required fields are marked *

    You Missed

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ