ସୌମ୍ୟାଶ୍ରୀଙ୍କୁ ନିର୍ଯାତନା : ସବୁ ଦଳର ହାତ :

Spread the love

👉ରାଜନୈତିକ ପଶାପାଲିରେ FM କଲେଜ ଘଟଣା

👉କ୍ରାଇମବ୍ରାଞ୍ଚ ତଦନ୍ତ ନିରପେକ୍ଷ ହେବ ତ?

👉ପୁରା ବ୍ୟବସ୍ଥା ଆଡକୁ ଉଠିଲାଣି ପ୍ରଶ୍ନ?

ଜେଏମଜେ ବ୍ୟୁରୋ : ସୌମ୍ୟାଶ୍ରୀଙ୍କୁ ନିର୍ଯାତନା ଦେଇଥିବା HOD ଓ ଅଧ୍ୟକ୍ଷଙ୍କ ପଛରେ ସବୁ ଦଳର ନେତାଙ୍କ ହାତ ରହିଛି । ସେ ବିଜେଡି ହେଉ କି କଂଗ୍ରେସ ବା ବିଜେପି, ସମସ୍ତଙ୍କର ସମର୍ଥନରେ HOD ସମୀର ସାହୁ ଓ ଅଧ୍ୟକ୍ଷ ଘୋଷ ନିର୍ଯାତନା ଦେଉଥିଲେ । ଏପରିକି ବିଜେଡି ସହାୟତାରେ ଅଧ୍ୟାପକ ସମୀର ଭୁବନ କଲେଜରୁ ସୁରକ୍ଷା ପାଇ ଫେରିଥିଲେ ।

ତାଙ୍କର କଳା କାରନାମାକୁ ବିଜେଡି ଲୁଚାଇବା ପଛରେ କାଳେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ହାତ ରହିଛି । ଦେବୀଙ୍କ ପୁଅଙ୍କର କମ୍ପାନୀ ଡିଅନରେ ସମୀରଙ୍କ ବାପା ସମ୍ପୃକ୍ତି ରହିଥିବା କୁହାଯାଉଛି । କେବଳ ସେତିକି ନୁହେଁ, ତାଙ୍କ ଶାଳକ ହେଲେ ବିଜେପିର ଜିଲ୍ଲା ପରିଷଦ ପ୍ରତିନିଧି । କଂଗ୍ରେସ ସହ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କର ଭଲ ସମ୍ପର୍କ ରହିଛି । ତେଣୁ ତିନିଦଳ ମିଶି ଏହି ଦୁଇ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା କୁହାଯାଉଛି ।

ସୌମ୍ୟାଶ୍ରୀଙ୍କୁ ଏମାନେ ନ୍ୟାୟ ଦେବେ ? ଏମାନଙ୍କର ସେ ନୀତି ନା ନୈତିକତା ଅଛି । ନା ବିରୋଧୀଙ୍କର ଆନ୍ଦୋଳନ କରି ଦାବି କରିବାର ନୈତିକତା ରହିଛି ନା ସରକାରୀ ଦଳର ତଦନ୍ତ କରି ଦୋଷୀଙ୍କୁ ଧରିବାର କ୍ଷମତା ରହିଛି । ସବୁ ଏମାନେ ଚାପି ଦେବାକୁ ବସିଛନ୍ତି । ତଦନ୍ତ କେବଳ ଧୂଆଁ ବାଣ ହେବ । ସବୁ ରଫାଦଫା ହେବ । ଏପରିକି ପୀଡ଼ିତାଙ୍କ ପରିବାରକୁ ମଧ୍ୟ ଏମାନେ ପ୍ରଲୋଭିତ କରି ଚୁପ କରାଇ ଦେବେ । ଆନ୍ଦୋଳନକାରୀ ସପ୍ତାହେ ମଧ୍ୟରେ ବସିଯିବେ । ସରକାର ବି ଚୁପ ହୋଇଯିବେ । କିଛିବର୍ଷ ପରେ ଅଭିଯୁକ୍ତ ଜାମିନରେ ଆସି ପୁଣି ବୁଲିବେ ଆଉ ଏହାପରେ ଆଉ କେଉଁ ଛାତ୍ରୀଙ୍କ ନିର୍ଯାତନାର କାହାଣୀ ଲେଖାଯିବ ।

ଅଭିଯୁକ୍ତ ସମୀର ସାହୁଙ୍କ ବାପା କାଳେ ଡିଅନ କମ୍ପାନୀର ନିର୍ଦ୍ଦେଶକ ରହିଛନ୍ତି । ତେଣୁ ଦେବୀ ମିଶ୍ରଙ୍କ ସୁରକ୍ଷାରେ ସେ ବହୁ ବର୍ଷରୁ ଥିବା କୁହାଯାଉଛି । କାରଣ ଦେବୀଙ୍କ ପୁଅଙ୍କର କମ୍ପାନୀରେ ସମୀରଙ୍କ ବାପା ବିମ୍ବାଧର ସାହୁ ଭଲଭାବେ ଜଡ଼ିତ ରହିଛନ୍ତି । ଏହାକୁ ଦେବୀ ମିଶ୍ରଙ୍କ ପକ୍ଷରୁ ଅସ୍ୱୀକାର କରାଯାଇଛି । ହେଲେ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ତ ? ସେହିପରି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ହେଉଛନ୍ତି ବିଧାୟକ ମାନସ ଦତ୍ତଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି । ଏତେ ସବୁ ରାଜନୈତିକ ଲିଙ୍କ ଥିବା ନେତାଙ୍କର କିଛି କରିବ ତ କ୍ରାଇମବ୍ରାଞ୍ଚ ?

ପୂର୍ବରୁ ଏପରି ଅପରାଧରେ ସାମିଲ ଥିବା ନେତାଙ୍କ ସମର୍ମ୍ପୀୟ ମାନଙ୍କୁ ତଦନ୍ତ ଛୁଇଁ ପାରିନଥିଲା । ଏବେ ସମାନ ସ୍ଥିତି ଦେଖା ଦେଇଛି । ଏଭଳି ସ୍ଥିତିରେ ତଦନ୍ତ କେତେ ଠିକ ହେବ ? କେତେଦୂର ଦମ୍ଭରେ ନ୍ୟାୟ ମାଗିବେ ବିରୋଧୀ ? ଏମିତି ପ୍ରଶ୍ନ ମୋହନ ସରକାରଙ୍କୁ କେବଳ ନୂହେଁ ପୂରା ବ୍ୟବସ୍ଥା ଆଡ଼କୁ ଉଠିଲାଣି । ଯଦି ସବୁ ଚର୍ଚ୍ଚା ଅଭିଯୋଗର ବିଦ୍ଧିବଦ୍ଧ ହେଲା, ବାସ୍ତବ ତଥ୍ୟ ପଦାକୁ ଆସିବ । ଦେଖାଯାଉ ଏଭଳି ସ୍ଥିତିରୁ ମୋହନ ସରକାର ମୃତା ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଇ ପାରୁଛନ୍ତି ନା ରାଜନୈତିକ ପଶାପାଲୀରେ ଛନ୍ଦି ହୋଇ ରହିଯାଉଛି ଏହି ଘଟଣା ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 23 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 30 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 27 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 40 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 47 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍