ହମଲା କରୁଛି ‘ହାତ’ ! ପୂର୍ବାପେକ୍ଷା ଓଡିଶାରେ ଶକ୍ତିଶାଳୀ ହେଉଛି କଂଗ୍ରେସ

Spread the love

ଜେଏମଜେ ବ୍ୟୁରୋ : ହାତ’ର ହରକତ ସମ୍ଭାଳି ପାରୁ ନାହାନ୍ତି ନୂଆ ସରକାର ! ଯେବେ ବିଜେଡି ସରକାର ଥିଲା ସେବେ ବିରୋଧୀ ଦଳ ଭାବେ ଖାଲି ବିଜେପି ହିଁ ଶକ୍ତି ପ୍ରଦର୍ଶନ କରୁଥିଲା । କଂଗ୍ରେସକୁ କାଁ ଭାଁ ପ୍ରତିବାଦ କରିବାର ଦେଖିବାକୁ ମିଳୁଥିଲା । ମାତ୍ର ଓଡିଶାରେ ବାଜି ଓଲଟିଯିବା ପରେ ଏବେ ବଳ ଗୋଟାଉଛି ‘ହାତ’ । ପୂର୍ବାପେକ୍ଷା ଓଡିଶାରେ ଶକ୍ତିଶାଳୀ ହେଉଛି କଂଗ୍ରେସ । ଆଉ ଆଗଭଳି କଂଗ୍ରେସ କିମ୍ବା କଂଗ୍ରେସ କର୍ମୀଙ୍କୁ ଥଣ୍ଡା ପଡିବାର ଦେଖିବାକୁ ମିଳୁନି ବରଂ ଏବେ ଆଗ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳୁଛି କଂଗ୍ରେସ ଦଳ । ପ୍ରସଙ୍ଗ ଯାହା ବି ହେଉନା କାହିଁକି ଓଡିଶାରେ କଂଗ୍ରେସ ଏବଂ ଚର୍ଚ୍ଚାରେ ରହିଛି । ହୁଏତ ଆପଣ ମଙ୍ଗୁଆଳ ପରିବର୍ତ୍ତନର ଏହା ବଡ଼ ପ୍ରଭାବ କହି ପାରନ୍ତି ଅବା ରାହୁଲଙ୍କ ଓଡିଶା ଗସ୍ତ ସମସ୍ତଙ୍କ ପାଇଁ ବୁଷ୍ଟରଡୋଜ୍ ସାଜିଛି ବୋଲି ବି ଧରି ନେଇ ପାରନ୍ତି । ହେଲେ ଏ କଥାକୁ ଏଡାଇ ଦିଆଯାଇ ନପାରେ କି କଂଗ୍ରେସ ଏବେ ଶୋଇଛି ବୋଲି । ‘ହାତ’ ଉଠିଛି, ‘ହାତ’ ଶକ୍ତିଶାଳୀ ହୋଇଛି ଯାହା ସୂଚାଇ ଦେଉଛି ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବିଗାଡ଼ିପାରେ ରାଜନୀତିର ପାଣିପାଗ.. କାରଣ ଏ କଂଗ୍ରେସ ସେ କଂଗ୍ରେସ ପରି ନାହିଁ..

କଂଗ୍ରେସର ‘ହାତ’ ଏବେ ସରକାରଙ୍କ ଉପରେ ଭାରିପଡୁଛି । ଯେବେଠୁ ରାହୁଲ ଗାନ୍ଧୀ ବରମୁଣ୍ଡା ପଡ଼ିଆରୁ ସରକାର ଉପରେ ହମଲା କରିଛନ୍ତି, ଆଉ ଓଡ଼ିଶାରେ ବିଜେପି ସରକାରକୁ ସତ୍ତାରୁ ବିଦା କରିବାକୁ ଆହ୍ୱାନ ଦେଇଛନ୍ତି, ସେବେଠୁ ଯେମିତି ଓଡ଼ିଶା କଂଗ୍ରେସକୁ ମିଳିଛି ଅଦେଖା ଶକ୍ତି । ଘଟଣା ଯାହା ବି ହେଉନା କାହିଁକି, ପ୍ରସଙ୍ଗ ଯାହା ବି ଥାଉ ନା କାହିଁକି.. କଂଗ୍ରେସ ପୂରା ଜୋସରେ ସରକାରକୁ ଘେରୁଛି । ଯଦିଓ ବିଜେଡି ବଡ଼ ବିରୋଧୀ ଦଳ ଭାବେ ଓଡିଶାରେ ଉଭା ହୋଇଛି ମାତ୍ର କଂଗ୍ରେସ ବି କିଛି କମ୍ ନୁହେଁ । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ପଛରେ ଏବଂ ବିଜେଡି ଆଗରେ ଥାଇପାରେ ହେଲେ ସରକାରକୁ ଅଡୁଆରେ ପକାଇବାରେ କିନ୍ତୁ କଂଗ୍ରେସ ଟିକେ ବି ପଛରେ ପଡ଼ିନି । ବିଧାନସଭା ହେଉ କି, ରାଜରାସ୍ତାରେ….ଅନେକ ସମୟରେ ମୁଖ୍ୟ ବିରୋଧୀ ଦଳ ଭଳି କଂଗ୍ରେସ ମୋହନ ସରକାରକୁ ଅଡୁଆରେ ପକାଇ ଆସିଛି, ଆଉ ପକାଉଛି ବି.. ଯାହାର ବଡ଼ ଉଦାହରଣ ଗତକାଲିର ଓଡିଶା ବନ୍ଦ । 

ଭକ୍ତ ଦାସଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ପୁଣି ଥରେ ମୁଣ୍ଡ ଟେକୁଛି । ଯେବେଠୁ ଭକ୍ତ ଦାସ କଂଗ୍ରେସର କମାଣ ଧରିଛନ୍ତି, ସେବେଠୁ ଗୋଟିଏ ଭିନ୍ନ ଅନ୍ଦାଜରେ ନଜର ଆସିଛି କଂଗ୍ରେସ । ଦଳର ନେତାମାନେ ସବୁ କନ୍ଦଳକୁ ଭୁଲି ଏକାଠି ହେଲା ଭଳି ନଜର ଆସୁଛନ୍ତି । ଆଉ ଦିଲ୍ଲୀ ନେତୃତ୍ୱ ମଧ୍ୟ ଓଡ଼ିଶା ଉପରେ ନଜର ପକାଇ ବସିଲା ଭଳି ମନେ ହେଉଛି । ଯାହାକି ବିଜେପି ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କେନ୍ଦ୍ରରେ ବିଜେପି ସହ କଂଗ୍ରେସ ଯେମିତି ଫାଇଟ୍ କରୁଛି ରାଜ୍ୟରେ ବିଜେପି ସରକାର ଆସିବା ପରେ କଂଗ୍ରେସ ବି କେନ୍ଦ୍ର ଭଳି ଫାଇଟ୍ କରୁଥିବା ନଜର ଆସୁଛି । 

  • jmjnewso

    Related Posts

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 25 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 20 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 32 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 52 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 39 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 44 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ