ପୋଲିସ କୁ ତଦନ୍ତ କରିବ କ୍ରାଇମବ୍ରାଞ୍ଚ!

Spread the love

ଜେଏମଜେ ବ୍ୟୁରୋ : ସୌମ୍ୟାଶ୍ରୀ ମୃତ୍ୟୁ ମାମଲାର ତଦନ୍ତ ଯେତିକି ବଢ଼ୁଛି; ସେତିକି ଅବହେଳା ସାମ୍‌ନାକୁ ଆସୁଛି। ସୌମ୍ୟାଶ୍ରୀ ଓ କଲେଜ ଅଧ୍ୟକ୍ଷ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରିନଥିଲା।କେବଳ ଦୁଇଥର ଷ୍ଟେସନ ଡାଏରୀ କରିଥିଲା। ମାମଲା ରୁଜୁ ନକରି ଥାନା ରେକର୍ଡ଼ରେ ଲିପିବଦ୍ଧ କରିଥିବାରୁ ସହଦେବଖୁଣ୍ଟା ଥାନା ପୁଲିସର ଭୂମିକା ସନ୍ଦେହ ଘେରକୁ ଆସିଛି। ଦୁଇଟି ଲେଖାଏଁ ଅଭିଯୋଗ ପରେ ମଧ୍ୟ ପୁଲିସ ଜେନେରାଲ ଡାଏରୀରେ ଲିପିବଦ୍ଧ କରି ତଦନ୍ତକୁ ସାରିଦେଇଥିଲା।

ମାମଲା ରୁଜୁ କରି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ପରିବର୍ତ୍ତେ ଅବହେଳା କରିବା ସହ କଲେଜର ଆଭ୍ୟନ୍ତରୀଣ କମିଟି ଆଳରେ ଦୋଷ ଖସାଇ ଦେଇଥିଲା। କିନ୍ତୁ ମାମଲା ବଢ଼ିବା ପରେ ସହଦେବଖୁଣ୍ଟା ଥାନାଧିକାରୀ ଅକଳରେ ପଡ଼ିଛନ୍ତି। ସେପଟେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ପଶିବା ପରେ ପୁଲିସ ଅଧିକାରୀଙ୍କୁ ବି ତଦନ୍ତ ପରିସରଭୁକ୍ତ କରିବ ବୋଲି ଜଣାପଡ଼ିଛି। ମୃତ ଛାତ୍ରୀଙ୍କ ଉପରେ ହୋଇଥିବା ନିର୍ଯାତନା ପ୍ରସଙ୍ଗକୁ ନେଇ ସେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିରଞ୍ଜନ ବେହେରା ଓ ସହଦେବଖୁଣ୍ଟା ଥାନାଧିକାରୀ ଅଜୟ କୁମାର ମୁର୍ମୁଙ୍କୁ ଜଣାଇଥିଲେ। ଶିକ୍ଷା ବିଭାଗୀୟ ମୁଖ୍ୟ ସମୀର ସାହୁ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା କଲେଜ ଅଧ୍ୟକ୍ଷ ଦିଲୀପ ଘୋଷ ସହଦେବଖୁଣ୍ଟା ଥାନାକୁ ଜଣାଇଥିଲେ ବୋଲି ଅଭିଯୋଗ ହୋଇଛି। ଅନୁରୂପ ଭାବେ ସ୍ବତନ୍ତ୍ର କମିଟି ଦ୍ବାରା ତଦନ୍ତ ପାଇଁ ଏବିଭିପି ଲିଖିତ ଭାବେ ଦାବି କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।୫ଦିନ ଭିତରେ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ଲାଗି ସୌମ୍ୟାଶ୍ରୀଙ୍କୁ କଲେଜ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ। ତେବେ ଆଇସିସି ତଦନ୍ତ ରିପୋର୍ଟକୁ ଅଧ୍ୟକ୍ଷ ଚାପି ଦେଇଥିଲେ। ଅନ୍ୟପକ୍ଷରେ ଫକୀର ମୋହନ କଲେଜରେ ଆଇନଶୃଙ୍ଖଳା ପରିସ୍ଥିତି ଦେଖାଯାଇଥିଲା। କଲେଜ ଅଧ୍ୟକ୍ଷ ଡକରା ପାଇ ସେଠାକୁ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜଣେ ଇନ୍ସପେକ୍ଟର ଯାଇଥିଲେ। ଉକ୍ତ ବୈଠକରେ ଉପସ୍ଥିତ ଥିବା ପୀଡ଼ିତା ଓ ଅନ୍ୟ ପିଲାଙ୍କଠାରୁ ଫୋନ୍‌‌ ନମ୍ବର ସଂଗ୍ରହ କରାଯାଇଥିଲା। ଥାନାରେ ଅଭିଯୋଗ କରିବା ଲାଗି ପୀଡ଼ିତା ଓ ଅନ୍ୟମାନଙ୍କୁ ପଚରାଯାଇଥିଲା। ସେମାନେ ରିପୋର୍ଟ ଦେବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା।

କିନ୍ତୁ ସେମାନେ ମନା କରିବା ସହ କଲେଜ ପ୍ରସଙ୍ଗ ହୋଇଥିବାରୁ ଆଗେ କଲେଜ ଅଧ୍ୟକ୍ଷଙ୍କୁ ଅଭି‌େ‌ଯାଗ କରୁଛି, ପରବର୍ତ୍ତୀ ସମୟରେ ଜଣାଇବୁ ବୋଲି କହିଥିଲେ। ଲିଖିତ ଭାବେ କିମ୍ବା ମୌଖିକ ଭାବେ ପୁଲିସକୁ ଜଣାଇ ନାହାନ୍ତି। ଉକ୍ତ ରିପୋର୍ଟର ଅଗ୍ରଗତି ବିଷୟରେ କଲେଜକୁ ତଥ୍ୟ ମଗାଯାଇଥିଲା, ସେମାନେ ଦେଇନଥିଲେ। ଜୁଲାଇ ୯ରେ କଲେଜ ଅଧ୍ୟକ୍ଷଙ୍କୁ ଆଇସିସି ରିପୋର୍ଟ ଦେଇଥିଲା, ସେ ଉକ୍ତ ରିପୋର୍ଟ ଚାପି ରଖିଥିଲେ। ପୁଲିସ ଯାହା ପଦକ୍ଷେପ ନେବା କଥା ନେଇଛି ବୋଲି ବାଲେଶ୍ବର ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

  • jmjnewso

    Related Posts

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    Spread the love

    Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର…

    Leave a Reply

    Your email address will not be published. Required fields are marked *

    You Missed

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 18 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 25 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 23 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 10 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 8 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର