୧୨ ବର୍ଷ ପୂର୍ବରୁ ଜଣେ ଶିକ୍ଷୟିତ୍ରି ଇତିଶ୍ରୀ ବି ସମସ୍ତଙ୍କୁ ଗୁହାରୀ କରି ପୋଡ଼ି ମରିଥିଲେ.

Spread the love

୧୨ ବର୍ଷ ପୂର୍ବରୁ ଜଣେ ଶିକ୍ଷୟିତ୍ରୀଙ୍କ ଦେହରେ କେହି ଅଜଣା ବ୍ୟକ୍ତି ନିଆଁ ଲଗାଇ ଦେଇଥିଲା। ସେହି ଠିକା ଶିକ୍ଷୟିତ୍ରୀ କିଛି ଦିନ ବିଶାଖାପାଟଣା ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆରପୁରକୁ ଚାଲିଯାଇଥିଲେ। ମୃତ୍ୟୁ ପୂର୍ବରୁ ଜମାନବନ୍ଦୀ ଦେଇଥିଲେ ସେ। କ’ଣ ଥିଲା ସେ ମୃତ୍ୟୁକାଳୀନ ଜମାନବନ୍ଦୀରେ ? କେଉଁ ମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଶିକ୍ଷୟିତ୍ରୀ ?ସେମାନଙ୍କ ଭିତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଥିଲା କି ?

ଶିକ୍ଷୟିତ୍ରୀଙ୍କ ନାଁ ହେଲା ଇତିଶ୍ରୀ ପ୍ରଧାନ । ରାୟଗଡ଼ା ଜିଲାର ଟିକିରି ୟୁପି ସ୍କୁଲରେ ଅସ୍ଥାୟୀ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ ଇତିଶ୍ରୀ। ତାଙ୍କୁ ସ୍କୁଲ ଇନ୍ସପେକ୍ଟର ନିତ୍ୟାନନ୍ଦ ଦଣ୍ଡସେନା ଯୌନ ଶୋଷଣ କରୁଥିବା ଅଭିଯୋଗ କରିଥିଲେ ସେ । ଏବାବଦରେ ସେ ଜିଲ୍ଲା ଶିକ୍ଷା ଅଧିକାରୀ, ସ୍ଥାନୀୟ ପୁଲିସ, ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଜଣାଇ ସୁରକ୍ଷା ଭିକ୍ଷା କରିଥିଲେ। କୋରାପୁଟ ସାଂସଦ ଜୟରାମ ପାଙ୍ଗିଙ୍କ ସହ ନିତ୍ୟାନନ୍ଦଙ୍କ ସମ୍ପର୍କ ଅତି ଭଲ ଥିବାରୁ ସାଂସଦ ମଧ୍ୟ ତାଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା। ଏବାବଦରେ ଇତିଶ୍ରୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମେଲ୍ ଯୋଗେ ଜଣାଇଥିଲେ। ଆଶା କରିଥିଲେ ଯେ ନବୀନ ତାଙ୍କୁ ସୁରକ୍ଷା ଦେବେ। କିନ୍ତୁ ପୁଲିସ ଉପସ୍ଥିତିରେ ନିତ୍ୟାନନ୍ଦ ଦଣ୍ଡସେନା ଇତିଶ୍ରୀଙ୍କୁ ବାଡ଼ାବାଡ଼ି କରିଥିଲେ।

ତତ୍କାଳୀନ ଆଇଆଇସି ସୁଜିତ କୁମାର ସାଏ ସୁରକ୍ଷା ଦେବା ବଦଳରେ ଇତିଶ୍ରୀଙ୍କୁ ଧମକ ଚମକ ଦେଇ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଇଥିଲେ। ଇତି ଶ୍ରୀ ନିତ୍ୟାନନ୍ଦଙ୍କ ବିରୋଧରେ ଟିକିରି ଥାନାରେ ଏତଲା ଦେଇଥିଲେ ଜୁଲାଇ ୧୮ ତାରିଖରେ। ଜୁଲାଇ ୨୯ ତାରିଖରେ ସେ ଜିଲ୍ଲାପାଳଙ୍କୁ ଭେଟିଥିଲେ। ପରଦିନ ସେ ଭୁବନେଶ୍ୱରରେ ମହିଳା କମିଶନଙ୍କୁ ଭେଟି ଯୌନ ନିର୍ଯାତନା ବାବଦରେ ଅଭିଯୋଗ କରିଥିଲେ । ଅଗଷ୍ଟ ୫ ତାରିଖରେ ରାୟଗଡ଼ା ଏସ୍‌ପିଙ୍କୁ ଭେଟି ଗୁହାରୀ କରିଥିଲେ । ଅଗଷ୍ଟ ୧୬ ତାରିଖରେ ସେ ପୁଣି ଥରେ ଟିକିରି ଥାନାରେ ନିତ୍ୟାନନ୍ଦଙ୍କ ବିରୋଧରେ ଏତଲା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହାରି ଭିତରେ ଜଣାଇଥିଲେ ଇତିଶ୍ରୀ। କିନ୍ତୁ ଫଳ କ’ଣ ହୋଇଥିଲା ?

ଅକ୍ଟୋବର ୨୮ ତାରିଖରେ ଇତିଶ୍ରୀ ଶୋଇଥିବା ଅବସ୍ଥାରେ ତାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିଲା। ନଭେମ୍ବର ୬ ତାରିଖରେ ନିଜ ଜନ୍ମ ସ୍ଥାନରୁ ବହୁ ଦୂରରେ ବିଶାଖାପାଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ପାଇଁ କେଉଁମାନେ ଦାୟୀ ସେ ବିଷୟରେ ମୃତ୍ୟୁ ପୂର୍ବରୁ ଜମାନବନ୍ଦୀ ଆକାରରେ ସବୁ କଥା କହିଥିଲେ ଇତିଶ୍ରୀ।

ନବୀନ ବାବୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ । ସବୁ ପ୍ରମାଣପତ୍ର ନଷ୍ଟ କରିଦିଆଗଲା। ଆଇଆଇସି ଓ ସ୍କୁଲ ଇନ୍ସପେକ୍ଟରଙ୍କ ସମେତ ୪ ଜଣଙ୍କୁ ସରକାର ସସପେଣ୍ଡ କରିଥିଲେ । ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ତଦନ୍ତ ହେଲା । କିନ୍ତୁ ଯେହେତୁ କ୍ରାଇମବ୍ରାଞ୍ଚ ମାର୍ଫତରେ ସବୁ ପ୍ରମାଣପତ୍ର ନଷ୍ଟ କରି ଦିଆଯାଇଥିଲା, ସେହେତୁ କିଛି ହେଲା ନାହିଁ। ଇତିଶ୍ରୀଙ୍କୁ ନ୍ୟାୟ ମିଳିଲା ନାହିଁ।

ସୌମ୍ୟାଙ୍କ ଘଟଣା ବିଜୁ ଜନତା ଦଳ ବନ୍ଦ ଓ ଲୋକସେବା ଘେରାଉ କାର୍ଯ୍ୟକ୍ରମ ଆୟୋଜନ କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ‘ମନକୁ ଏହା ଅଧିକ ବିଚଳିତ କରୁଛି ଯେ କିପରି ଗୋଟିଏ ବିଫଳ ବ୍ୟବସ୍ଥା ଜଣକ ଜୀବନ ନେଇପାରେ । ସବୁଠୁ କଷ୍ଟଦାୟକ ହେଉଛି, ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରି ଏକ ବ୍ୟବସ୍ଥାର ଫଳ; ଯାହା ସାହଯ୍ୟ କରିବା । ବଦଳରେ ଚୁପ୍ ରହିଲା।’

ଇତିଶ୍ରୀ ମୃତ୍ୟୁ ବ୍ୟବସ୍ଥାର ଫଳ ନଥିଲା କି ? କାହାକୁ ଜଣାଇ ନଥିଲେ ଇତିଶ୍ରୀ ? ନବୀନ ନିଜେ ଅଜ୍ଞ ଥିଲେ କି ? ନିଜ ଦଳର ସାଂସଦ ଜୟରାମ ପାଙ୍ଗି ଦଣ୍ଡସେନାଙ୍କ ଅତ୍ୟାଚାର କଥା ଜାଣି ନଥିଲେ କି ? ମୃତ୍ୟୁକାଳୀନ ଜମାନବନ୍ଦୀକୁ କାହିଁକି ନଷ୍ଟ କରିଦିଆଗଲା ? କୁନ୍ଦୁଲୀ ବାଳିକା ବାବଦରେ ବିଜଦ ଆଉ ଥରେ ଆତ୍ମ ସମୀକ୍ଷା କରିବା ଉଚିତ ବୋଲି ସବୁଆଡେ ପ୍ରତିକ୍ରିୟା ପ୍ରକାଶ ପାଇଲାଣି.

  • jmjnewso

    Related Posts

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    Spread the love

    Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର…

    Leave a Reply

    Your email address will not be published. Required fields are marked *

    You Missed

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 16 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 24 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 20 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 8 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର