ରାତି ୧୨ଟା ୩୦ରେ ଛାତ୍ରୀଙ୍କୁ ମୃତ ଘୋଷଣା. ଏମ୍ସ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି

Spread the love

ଦୋଷୀଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯିବ: ସରକାର

ଏମ୍ସରେ ଛକାପଞ୍ଝା: ଆମ୍ବୁଲାନ୍ସ ଆଗରେ ଶୋଇପଡ଼ିଲେ ବିଜେଡି କର୍ମୀ, ପୁଲିସ ସହ ଧସ୍ତାଧସ୍ତି, ଧାରଣା ଦେଲେ କଂଗ୍ରେସ କର୍ମକର୍ତ୍ତା

ଭୁବନେଶ୍ବର: ଫକୀରମୋହନ କଲେଜର ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ରାତିଅଧରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଛକାପଞ୍ଝା, ହାଇଡ୍ରାମା ଦେଖିବାକୁ ମିଳିଥିଲା। ଆମ୍ବୁଲାନ୍ସରେ ମୃତଦେହ ହସ୍ପିଟାଲରୁ ପୋଷ୍ଟମର୍ଟମ୍ ରୁମ୍କୁ ନେଲା ବେଳେ ଯୁବ ଓ ଛାତ୍ର ବିଜେଡିର କର୍ମକର୍ତ୍ତାମାନେ ବାଟ ଓଗାଳିଥିଲେ। ଲୁଚାଛପା ଭାବେ ମୃତଦେହ ବାହାରକୁ ନେବା ପାଇଁ ଷଡ୍ଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ କରିଥିଲେ। ଫଳରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା।

ରାତି ପ୍ରାୟ ୧୨ଟା ୩୦ରେ ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ ଚିକିତ୍ସକ ଦଳ। କୌଣସି ଅଘଟଣ ଆଶଙ୍କାରେ ସଙ୍ଗେ ସଙ୍ଗେ ଏମ୍ସ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନେ ପହଞ୍ଚିଥିଲେ। ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ୧୨ଟା ୪୫ ବେଳକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ଆକାଶ ଦାସନାୟକ, ଈରାଶିଷ ଆଚାର୍ଯ୍ୟ, ବାବୁ ସିଂହ, ଅମର ନାୟକଙ୍କ ସମେତ ଶାସକ ଦଳର ବହୁ ନେତା ଏମ୍ସରେ ପହଞ୍ଚିଥିଲେ। ସେମାନେ ଭିତରକୁ ଯାଇ ଏମ୍ସର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଖବର ପାଇ ବିଜେଡିର ବହୁ ଯୁବ ଓ ଛାତ୍ର ନେତା ଏମ୍ସ ପରିସରରେ ପହଞ୍ଚିଥିଲେ। ସରକାର ଲୁଚାଣିଆ ଭାବେ ଶବ ସଂସ୍କାର କରିବାକୁ ଷଡ୍ଯନ୍ତ୍ର କରୁଛନ୍ତି ବୋଲି ଆରୋପ ଲଗାଇ ପ୍ରତିବାଦ ଆରମ୍ଭ କରିଦେଇଥିଲେ। ଏମ୍ସ ଭିତରେ ଶାସକ ଦଳର ନେତା ଓ କର୍ମୀ କାହିଁକି ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଧୀରେ ଧୀରେ ବିଜେଡିର ନେତା ଓ କର୍ମୀଙ୍କ ସଂଖ୍ୟା ବଢ଼ିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଥିଲା। ରାତି ପ୍ରାୟ ୧ଟା ୩୦ରେ ପୋଷ୍ଟମର୍ଟମ୍ ରୁମ୍କୁ ନେବା ପାଇଁ ପଛ ଦ୍ବାରରେ ଆମ୍ବୁଲାନ୍ସରେ ମୃତଦେହ ରଖାଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ବାହାରିଲା ବେଳେ ବିଜେଡି କର୍ମକର୍ତ୍ତାମାନେ ଆମ୍ବୁଲାନ୍ସ ଆଗରେ ଶୋଇ ପଡ଼ିଥିଲେ। ପୁଲିସ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରିବାରୁ ଠେଲାପେଲା ଆରମ୍ଭ ହୋଇଥିଲା। ପ୍ରାୟ ୧୦ ମିନିଟ୍ ଧସ୍ତାଧସ୍ତି ପରେ ଆମ୍ବୁଲାନ୍ସ ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ପୋଷ୍ଟମର୍ଟମ୍ ରୁମ୍ ପାଖକୁ ଯାଇଥିଲା। ରାତି ପ୍ରାୟ ୧ଟା ୪୫ ବେଳକୁ କଂଗ୍ରେସର ଯୁବ ଓ ଛାତ୍ର ନେତାମାନେ ଏମ୍ସରେ ପହଞ୍ଚିଥିଲେ। ସେମାନେ ମଧ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ। ଏହା ପରେ ଉଭୟ ବିଜେଡି ଓ କଂଗ୍ରେସ କର୍ମକର୍ତ୍ତାମାନେ ପୋଷ୍ଟମର୍ଟମ୍ ରୁମ୍ ସାମନାରେ ଧାରଣା ଦେଇଥିଲେ। ଭିତରେ ପୋଷ୍ଟମର୍ଟମ୍ ଚାଲିଥିଲା ବେଳେ ବାହାରେ ବିରୋଧୀମାନେ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।

  • jmjnewso

    Related Posts

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    Spread the love

    Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର…

    Leave a Reply

    Your email address will not be published. Required fields are marked *

    You Missed

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 13 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 21 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 17 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 8 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର