ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇ। ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ

Spread the love

ଜେଏମଜେ ବ୍ୟୁରୋ : ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇ। ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ। ସୋମବାର ବିଳମ୍ବିତ ରାତିରେ ଏମ୍ସ କର୍ତ୍ତୃପକ୍ଷ ତାଙ୍କୁ ମୃତ (କ୍ଲିନିକାଲ୍ ଡେଥ୍) ଘୋଷଣା କରିଛନ୍ତି। ଫଳରେ ନିଜ କଲେଜ ଅଧ୍ୟାପକଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଅନ୍ୟାୟ ବିରୋଧରେ ଲଢ଼ିଥିବା ଏହି ମୋଧାବିନୀ ଛାତ୍ରୀଙ୍କ ସଂଘର୍ଷର ଦୁଃଖଦ ଅନ୍ତ ଘଟିଛି।
ବିଳମ୍ବିତ ରାତିରେ ଏହି ଖବର ଜଣାପଡ଼ିବା ପରେ ସମସ୍ତେ ସ୍ତମ୍ଭୀଭୂତ ହୋଇଯାଇଛନ୍ତି। ୧୨ ତାରିଖ ମଧ୍ୟାହ୍ନରେ ପୀଡ଼ିତା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ତେବେ ଡାକ୍ତରମାନଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ତାଙ୍କର ଶ୍ବାସନଳୀ, ହୃତ୍ପିଣ୍ଡ, ବୃକକ୍ ସମେତ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇ ପଡ଼ିଥିଲା। ଶେଷରେ ଆଜି ରାତି ପ୍ରାୟ ୧୨ଟାରେ ପରିବାର ସଦସ୍ୟ ଓ ହସ୍ପିଟାଲରେ ଉପସ୍ଥିତ ଥିବା ସାଙ୍ଗମାନଙ୍କୁ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଯାଇଥିଲା। ସଙ୍ଗେ ସଙ୍ଗେ ହସ୍ପିଟାଲ ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ଏହାର କିଛି ସମୟ ପରେ ଡାକ୍ତର ତାଙ୍କୁ ବିଧିବଦ୍ଧ ଭାବେ ମୃତ ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଶୋକ,……

ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଖବର ଶୁଣି ମୁଁ ମର୍ମାହତ। ସରକାରଙ୍କ ସମସ୍ତ ଦାୟିତ୍ବ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ ପୀଡ଼ିତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ। ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହ୍ୟ କରିବା ନିମନ୍ତେ ଶକ୍ତି ପ୍ରଦାନ କରିବାକୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଦିବଂଗତ ଛାତ୍ରୀଙ୍କ ପରିବାରକୁ ଆଶ୍ବାସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ମାମଲାରେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡବିଧାନ କରାଯିବ। ଏଥି ପାଇଁ ବ୍ୟକ୍ତିଗତ ଭାବେ ମୁଁ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛି। ମୃତକଙ୍କ ପରିବାର ସହିତ ସରକାର ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଚିକିତ୍ସାଧୀନ ଛାତ୍ରୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।

  • jmjnewso

    Related Posts

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    Spread the love

    Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର…

    Leave a Reply

    Your email address will not be published. Required fields are marked *

    You Missed

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 5 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 74 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ