ନିଲମ୍ବିତ ପ୍ରିନ୍ସିପାଲ ଦିଲିପ ଘୋଷ ଗିରଫ

Spread the love

ଜେଏମଜେ ବ୍ୟୁରୋ : ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାରି ଭିତରେ ଏହି ଘଟଣାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଏହି ଘଟଣାରେ ନିଲମ୍ବିତ ପ୍ରିନ୍ସିପାଲ ଦିଲିପ ଘୋଷଙ୍କୁ ଗିରଫ କରାଯାଇଛି । ଦିଲିପ ଘୋଷଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ । ଆରମ୍ଭରୁ ଦିଲିପ ଘୋଷଙ୍କ ଗିରଫ ଦାବି କରି ଆସୁଥିଲେ ଛାତ୍ରୀଙ୍କ ପରିବାର ।

ଏହି ଘଟଣାରେ ପ୍ରଥମେ ଏଜୁକେସନ୍ ବିଭାଗ HOD ସମୀର ସାହୁ ଗିରଫ ହୋଇଥିଲେ ।

ଏପଟେ AIIMS ବର୍ଣ୍ଣ ୟୁନିଟରେ ଭେଣ୍ଟିଲେଟରରେ ଚାଲିଛି FM ପୀଡ଼ିତାଙ୍କ ଚିକିତ୍ସା । ଏବେ ସ୍ବାସ୍ଥ୍ୟାବସ୍ଥା ଜଟିଳ କିନ୍ତୁ ସ୍ଥିର ରହିଥିବା ସୂଚନା ଦେଇଛନ୍ତି AIIMS କର୍ତ୍ତୃପକ୍ଷ । ପ୍ରଥମ ୭୨ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି AIIMS ଅଧୀକ୍ଷକ । ଝିଅଟି AIIMSରେ ଭର୍ତ୍ତି ହେବା ବେଳେ ଯେଉଁ ସ୍ଥିତି ଥିଲା ଏବେ ବି ସେହି ସ୍ଥିତି ରହିଛି । ବିଶେଷଜ୍ଞ ଟିମ ୨୪ ଘଣ୍ଟା ଝିଅର ସ୍ବାସ୍ଥ୍ୟ ଉପରେ ନଜ ରଖିଛନ୍ତି । ଦିଲ୍ଲୀ AIIMS ସହ କଥା ହୋଇ ତାଙ୍କ ପରାମର୍ଶରେ ଚିକିତ୍ସା ଚାଲିଛି ।

ଫ୍ଲୁଇଡ ରିପ୍ଲେସମେଣ୍ଟ ଚାଲିଛି । ଗତକାଲି ଡାଏଲିସିସ୍ ହୋଇଥିଲା । ଆବଶ୍ୟକ ପଡ଼ିଲେ ପୁଣି ଡାଏଲିସିସ୍ ହେବ । ଆଜି ଟିକିଏ ଜ୍ବର ଆସିଛି । ଏଥିପାଇଁ ଆଣ୍ଟିବାୟୋଟିକ୍ସ ଚାଲିଛି । କଲଚର ରିପୋର୍ଟ ଆସିଲେ ଆଣ୍ଟିବାୟୋଟିକ୍ସ ଆବଶ୍ୟକ ଅନୁଯାୟୀ ପରିବର୍ତ୍ତନ କରାଯିବ । ବ୍ଲଡ୍‌ ପ୍ରେସର ନର୍ମାଲ ଅଛି । ତେବେ କଣ୍ଡିସନ କ୍ରିଟିକାଲ କିନ୍ତୁ ଷ୍ଟେବୁଲ ଅଛି ବୋଲି ଭୁବନେଶ୍ବର AIIMS ପକ୍ଷରୁ କୁହାଯାଇଛି ।

ସେପଟେ FM କଲେଜରେ କ୍ରାଇମବ୍ରାଞ୍ଚ ଛାନଭିନ୍ କରୁଛି । କ୍ରାଇମବ୍ରାଞ୍ଚ CAW & CWର ଦୁଇ ଜଣିଆ ଟିମ୍ ଆଜି ବି କଲେଜକୁ ଯାଇ ତଦନ୍ତ କରୁଛନ୍ତି । କଲେଜର ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରି ତଦନ୍ତ କରୁଛି କ୍ରାଇମ ଏଗେନ୍‌ଷ୍ଟ ଓମେନ ଏବଂ ଚିଲଡ୍ରେନ୍ ୱିଙ୍ଗ୍। ୩ ଜଣିଆ ଉଚ୍ଚସ୍ତରୀୟ କମିଟି ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି। ଗତକାଲି ଏହି ଟିମ୍ ଦିଲିପଙ୍କୁ ପଚରାଉଚରା କରିଥିଲା। କଲେଜର ଇଣ୍ଟରନାଲ୍ କମ୍ପ୍ଲେନ୍ କମିଟି ରିପୋର୍ଟକୁ ବି ତଦାରଖ କରାଯାଇଛି। ସେପଟେ ପୀଡ଼ିତାଙ୍କ ଦ୍ରୁତ ଆରୋଗ୍ୟ ଓ ସୁସ୍ଥତା କାମନା କରି ବାଲେଶ୍ବରରେ ସାଙ୍ଗସାଥି ବିଭିନ୍ନ ମନ୍ଦିରରେ ପୂଜା କରିଛନ୍ତି। ଆରୋଗ୍ୟ କାମନା କରି ମନ୍ଦିରରେ ପାଣି ଢାଳିବା ସହ ଦୀପଦାନ କରୁଛନ୍ତି ସହପାଠୀ।

  • jmjnewso

    Related Posts

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    Spread the love

    Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର…

    Leave a Reply

    Your email address will not be published. Required fields are marked *

    You Missed

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 3 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 74 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ