” ଅଧିକାର ମୋତେ ଦରକାର ” କହି NAC ସମ୍ମୁଖରେ ଧାରଣା.ରେ ବସିଲେ କାଉନ୍ସିଲର

Spread the love

ଜେଏମଜେ ବ୍ୟୁରୋ : ଏନଏସି ଅଧକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟର ତଦନ୍ତ ଦାବୀ କରିବା ସହ ମୋ ଅଧିକାର ମୋତେ ଦରକାର କହି କୋଦଳା NAC କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି ଜଣେ କାଉନସିଲର..

ଗଞ୍ଜାମ ଜିଲ୍ଲା କୋଦଳା NAC ରେ ବ୍ୟାପକ ଦୁର୍ନୀତି, ଅର୍ଥ ଅନିୟମିତତା, କାଉନସିଲ ବୈଠକ ରେ ପ୍ରସ୍ତାବ ଆଗତ ନକରି ବିଭିନ୍ନ ପ୍ରକଳ୍ପ ନିର୍ମାଣ, ଦୋକାନ ଗୃହ ଆବଣ୍ଟନ ରେ ପ୍ରିୟପ୍ରୀତି ତୋଷଣ, ପୋଖରୀ ଲିଜ ରେ ଜାଲିଆତି ଭଳି ବିଭିନ୍ନ ପ୍ରସଙ୍ଗ କୁ ନେଇ କୋଦଳା NAC ର 11ନଂ କାଉନସିଲର ଭଗବାନ ପାଢ଼ୀ ଆଜି କାର୍ଯ୍ୟଳୟ ପରିସରରେ ଆଖିରେ କଳା ପଟି ବାନ୍ଧି ଧାରଣା ଦେଇଥିବା ଦେଖିବାକୁ ମିଳିଛି.. ହେଲେ କଣ ରହିଛି କାଉନସିଲର ଙ୍କ ଦାବୀ ଆସନ୍ତୁ ଜାଣିବା…
ହେଲେ NAC ରେ ସରକାରୀ ଅର୍ଥ ଅନିୟମିତତା ଓ ଏକ ଚାଟିଆ ଶାସନ,ସାଙ୍ଗକୁ ଯନ୍ତ୍ରୀ ଙ୍କ ମନମୁଖୀ କାର୍ଯ୍ୟ କୁ ନେଇ ଅଭିଯୋଗ ହୋଇଛି..ସେହିପରି ଯାହା ସୂଚନା ରହିଛି ଯନ୍ତ୍ରୀ ଙ୍କ ବଦଳି ପରେ ମଧ୍ୟ କାହିଁକି ରିଲିଭ କରାଯାଉନି? କଣ ରହସ୍ୟ ରହିଛି ଜଣେ ଯନ୍ତ୍ରୀ ଙ୍କ ବଦଳି ନକରିବା ପାଇଁ ଜିଲ୍ଲା ପ୍ରଶାସନ ଜାଣି ନୀରବ କାହିଁକି ବୋଲି ପ୍ରଶ୍ନ ଉଠିଛି..? ସବୁ ଘଟଣା କୁ ନେଇ ନେଇ ଧାରଣା ଦେଇଥିବା କାଉନସିଲର ଶ୍ରୀ ପାଢ଼ୀ ଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦେଶକ ଫୋନ ଯୋଗେ କଥା ହେବା ପରେ ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାଯାଇଛି.. ପୂର୍ବରୁ ଗତ ମାସରେ 9 ଜଣ କାଉନସିଲର ସମାନ ଅଭିଯୋଗ ନେଇ ଧାରଣା ଦେଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା..
ଧାରଣା ରତ କାଉନ୍ସିଲର ଙ୍କ. ଅଭିଯୋଗ କୁ ନେଇ ଅଧ୍ୟକ୍ଷ କିମ୍ବା କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ..

  • Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ