୪୬ ମିଶ୍ରଣ ସ୍କୁଲରୁ ତାଲା ଖୋଲିଲା

Spread the love

ରାଜ୍ୟରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ରାଜ୍ୟ ସରକାର ୪୬ଟିରୁ ତାଲା ଖୋଲିଛନ୍ତି। ଆଉ ୪ଟି ସ୍କୁଲ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବ ସରକାରଙ୍କ ସମୟରେ ଛାତ୍ରୀଛାତ୍ରଙ୍କ କମ୍‌ ଉପସ୍ଥାନ ଥିବା ରାଜ୍ୟର ପ୍ରାୟ ୭୭୫୧ଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା।

ଏହାକୁ ସେତେବେଳେ ଭାଜପା ସମେତ ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଥିଲା। ଏହାଦ୍ୱାରା ସ୍କୁଲରେ ଡ୍ରପ୍‌ଆଉଟ୍‌ ହାର ବଢ଼ିବ। ବିଶେଷକରି ଦୁର୍ଗମ ଅଞ୍ଚଳରେ ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ଉଠିଥିଲା। ହେଲେ ତତ୍କାଳୀନ ସରକାର ଏଦିଗରେ ଠୋସ୍‌ ପଦକ୍ଷେପ ଗ୍ରହଣ କରି ନ ଥିବାବେଳେ ଏବେ ଭାଜପା ସରକାର ଏହାକୁ ଗୁରୁତ୍ୱର ସହ ନେଇ ବନ୍ଦ ହୋଇଯାଇଥିବା ସ୍କୁଲଗୁଡିକୁ ପୁଣି ଖୋଲିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ତଥ୍ୟ ଅନୁସାରେ, ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍କୁଲଗୁଡିକର ଭିତ୍ତିଭୂମିକୁ ସଜଡା ଯାଇ ତୁରନ୍ତ ଖୋଲିବାକୁ ବ୍ୟବସ୍ଥା କରାଯାଉଛି। ଢେଙ୍କାନାଳରେ ସର୍ବାଧିକ ୨୨ଟି ମିଶ୍ରଣ ସ୍କୁଲ ଖୋଲିଥିବା ବେଳେ ଦେବଗଡ ଜିଲାରେ ୧୦ଟି ସ୍କୁଲ ଖୋଲାଯାଇଛି। ସେହିପରି ବରଗଡରେ ୭, ଯାଜପୁରର ୪ ଏବଂ ଖୋର୍ଦ୍ଧାର ୩ଟି ସ୍କୁଲ ଖୋଲିଛି। ଏହାବାଦ୍‌ ଯାଜପୁରର ବିଞ୍ଝାରପୁର, ଖୋର୍ଦ୍ଧାର ବାଣପୁର, ଦେବଗଡ଼ର ରିଆମାଳ ଏବଂ ତେଲେଇବଣୀ ସ୍କୁଲ ଖୋଲାଯିବାକୁ ପ୍ରକ୍ରିୟା ଚାଲିଥିବା ଜଣାଯାଇଛି।
ଶିକ୍ଷକ, ଭିତ୍ତିଭୂମି ଏବଂ ପାଠପଢ଼ା ଭଳି ବିଭିନ୍ନ ସମସ୍ୟା ଲାଗି ରହିବାରୁ ପୂର୍ବ ସରକାର କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲକୁ ପାଖ ସରକାରୀ ସ୍କୁଲରେ ମିଶ୍ରଣ କରିଥିଲେ। ମିଶ୍ରଣ ପାଇଁ ନିର୍ଦ୍ଦେଶ ଥିବା ୭୭୫୧ଟି ସ୍କୁଲ ମଧ୍ୟରୁ ଗତ ୧୦ ତାରିଖ ସୁଦ୍ଧା ୫୬୩୦ଟି ସମ୍ପୂର୍ଣ୍ଣ ଭାବେ ମିଶ୍ରଣ ହୋଇଥିଲା। ଏହି ପ୍ରକ୍ରିୟାରେ ରାଜ୍ୟରେ ଅନେକ ପୁରୁଣା ସ୍କୁଲ ମଧ୍ୟ ବନ୍ଦ ହୋଇଯାଇଛି। କୋମଳମତି ପିଲାମାନେ ଅନ୍ୟ ଗାଁକୁ ପାଠପଢ଼ିବାକୁ ଯିବାବେଳେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନଦୀନାଳ ପାର ହୋଇ ସ୍କୁଲକୁ ଯିବାକୁ ପଡୁଥିବାରୁ ଓ ସ୍କୁଲ ଦୂର ହେଉଥିବାରୁ ବହୁ ପିଲା ଇତିମଧ୍ୟରେ ପାଠପଢ଼ା ବନ୍ଦ କରିଦେଇଥିବା ଜଣାପଡିଛି। ତେଣୁ ତୁରନ୍ତ ମିଶ୍ରଣ ସ୍କୁଲଗୁଡିକୁ ଅଲଗା କରି ପୁଣି ଖୋଲିବା ପାଇଁ ଅଭିଭାବକ ସଂଘ ସମେତ ବହୁ ସଙ୍ଗଠନ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଆସୁନ୍ତି। ବାସ୍ତବ ସ୍ଥିତି ଅନୁଧ୍ୟାନ ପରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ହେଉଥିବା ମିଶ୍ରଣ ହୋଇଥିବା ସ୍କୁଲ୍‌ଗୁଡିକୁ ପୁଣି ସ୍ବତନ୍ତ୍ର ଭାବେ ଖୋଲିବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯେଉଁଠାରେ ଭୌଗୋଳିକ ସ୍ଥିତି ଜଟିଳ ଥିବ, ସେକ୍ଷେତ୍ରରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୨୦ଜଣ ଛାତ୍ରୀଛାତ୍ରଙ୍କ ଉପସ୍ଥାନକୁ ବିଚାରକୁ ନେଇ ବିଦ୍ୟାଳୟ ଖୋଲା ଯିବାକୁ ନିଷ୍ପତ୍ତି ହୋଇଛି। ଏହିକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ତଥା ସଂରକ୍ଷିତ ଅଞ୍ଚଳରେ ୨୦ ଏବଂ ଅଣସଂରକ୍ଷଣ ଅଞ୍ଚଳରେ ୪୦ ଜଣ ଛାତ୍ରୀଛାତ୍ର ଥିଲେ ସ୍କୁଲ ଖୋଲାଯାଇ ପାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ।

  • jmjnewso

    Related Posts

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ…

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 22 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 29 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 28 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 24 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 12 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 8 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ