ଆଉ ଦଶମରେ ବୋର୍ଡ ପରୀକ୍ଷା ନାହିଁ: ସିଧା ଦ୍ବାଦଶରେ ହେବ ବୋର୍ଡ ପରୀକ୍ଷା

Spread the love

ଜେଏମଜେ ବ୍ୟୁରୋ : ବିଜେପି ସରକାର ଆସୁ ଆସୁ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରି ଦେଲେ । ଯାହା ଅନୁସାରେ ଆଉ ଦଶମରେ ବୋର୍ଡ ପରୀକ୍ଷା ରହିବ ନାହିଁ । ସିଧା ଦ୍ବାଦଶରେ ବୋର୍ଡ ପରୀକ୍ଷା ହେବ । ଯେଉଁ ହିସାବରେ ଶ୍ରେଣୀ ବିଭକ୍ତ କରାଯାଇଛି, ସେଥିରେ ନବମରୁ ଦ୍ବାଦଶ ଯାଏଁ ସ୍କୁଲରେ ହିଁ ପଢା ହେବ । ଯେଉଁଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୨ ସ୍କୁଲ ଅପଗ୍ରେଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଏହା ପରେ ଆହୁରି ଅଧିକ ସ୍କୁଲ ଅପଗ୍ରଡ କରାଯିବ । ରାଜ୍ୟରେ ସମୁଦାୟ ୨୪୧୫ ଯୁକ୍ତ ଦୁଇ କଲେଜ ଅଛି । ଯାହାକୁ ଉଚ୍ଚମାଧ୍ୟମିକ ସ୍କୁଲ କୁହାଯାଉଛି । ସ୍କୁଲ ଗୁଡ଼ିକର ଅପଗ୍ରେଡେସନ ଯେତେ ବଢିବ ସେତେ ପ୍ରଭାବିତ ହେବ ଉଚ୍ଚମାଧ୍ୟମିକ ସ୍କୁଲ ଗୁଡ଼ିକରେ ନାମଲେଖା । ଚଳିତ ବର୍ଷ ପ୍ରଥମ ସିଲେକସନ ପରେ ୨ଲକ୍ଷ ୧୩ହଜାର ୫୪୭ ସିଟ ଖାଲି ପଡ଼ିଛି । ଦିନକ ପରେ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢା । ଛାତ୍ର ସଂଖ୍ୟା ବୃଦ୍ଧି କରିବାକୁ ପାଠପଢା ଚାଲିଥିବା ସହ ଚାଲିବ ନାମଲେଖା । ଏବେ ଯଦି ଏପରି ସ୍ଥିତି, ସରକାରୀ ସ୍କୁଲ ଗୁଡ଼ିକରେ ଦ୍ବାଦଶ ଯାଏଁ ପାଠପଢା ହେଲେ, ବିଜେବି, ରମାଦେବୀ, ରେଭେନସା, ଫକୀର ମୋହନ ପରି ଏକକ କଲେଜ ଗୁଡ଼ିକରେ ନାମଲେଖା କମିବ । ବାଧ୍ୟ ହୋଇ ଏହି ସବୁ କଲେଜ ଗୁଡ଼ିକ ବନ୍ଦ କରି ସେହି ବିଲଡିଂ ସରକାର ନିଜ ଅକ୍ତିଆରକୁ ନେବେ ।

ସ୍କୁଲଗୁଡିକର ଅପଗ୍ରେଡସନ ଚାଲିଛି । ନାମଲେଖାକୁ ତାହା ସେତେ ପ୍ରଭାବିତ କରିବନି ବୋଲି ସରକାର ଆଶା ରଖିଛନ୍ତି । ଚଳିତ ବର୍ଷ ନାମଲେଖା ଆବେଦନକୁ ନେଇ ବଡ଼ ବିଭ୍ରାଟ ଦେଖା ଦେଇଥିଲା । ଦଶମ ପରୀକ୍ଷା ଫଳ ବାହାରି ନଥିଲା । ହେଲେ ସରିବାକୁ ବସିଥିଲା ନାମଲେଖାର ଅନଲାଇନ ଆବେଦନ । ଶେଷ ମୁହୂର୍ତ୍ତରେ ଭୁଲ ବୁଝି ପାରି ଆବେଦନ ତାରିଖ ବୃଦ୍ଧି କରିଥିଲେ ସରକାର ।

  • jmjnewso

    Related Posts

    ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍ ଲିଷ୍ଟପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୭୮ ହଜାର ୭୮୨ ଛାତ୍ରଛାତ୍ରୀ ମନୋନୀତ

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ। କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରଥମେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। କଳା (ରାଜନୀତି ବିଜ୍ଞାନ)ରେ ୯୪.୫୦%, ବିଜ୍ଞାନ (ପଦାର୍ଥ ବିଜ୍ଞାନ)ରେ ୯୬.୫୦%,…

    ଅର୍ଥନୀତି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

    Spread the love

    Spread the loveଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗ ଓ ସେଣ୍ଟର ଅଫ ସୋସିଆଲ ଏସକେଲୁସନ ଏଣ୍ଡ ଇଂକ୍ଲୁସିବ ପଲିସି ଏବଂ ଓଡ଼ିଶା ସରକାରଙ୍କ ପି ଏମ -ଉଷା ମିଳିତରେ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ