ଏମ୍‌କେସିଜିରେ ୮ ବିଭାଗରେ ପ୍ରଫେସର ଶୂନ!

Spread the love

ବ୍ରହ୍ମପୁର: (ଜେଏମଜେ ବ୍ୟୁରୋ ): ଏମକେସିଜି ମେଡିକାଲ କଲେଜ ଦିନକୁ ଦିନ ରୁଗଣ ହେବାରେ ଲାଗିଛି ା ଏଠାରେ କାର୍ଯ୍ୟରତ ବହୁ ବରିଷ୍ଠ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରି ନିଆଯାଉଥିଲେ ହେଁ ସେହି ଅନୁପାତରେ ଏଠାକୁ ବରିଷ୍ଠ ଡାକ୍ତରଙ୍କୁ ପଠାଯାଉନାହିଁ। ବର୍ତ୍ତମାନ ଏହି ମେଡିକାଲ କଲେଜର ୮ ବିଭାଗ ପ୍ରଫେସର ଶୂନ୍ୟ ହୋଇଯାଇଛି। ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ରେଫେରାଲ ହସପିଟାଲ ପାଇଁ ଯେତିକି ଡାକ୍ତର ପଦ ମଞ୍ଜୁର ହୋଇଛି ତାହାର ପ୍ରାୟ ୨୦ ଭାଗ ପଦ ଖାଲି ପଡିଛି। ଏହି ୮୦ ଭାଗରୁ ଅନେକ ଡାକ୍ତର ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ବେଳେ କେତେକ ଅନେକ ଦିନ ହେବ ଡେପୁଟେସନ ଏବଂ ଆଡହକ ଯୋଜନାରେ କାର୍ଯ୍ୟ କରୁଛନ୍ତି ା
ମିଳିଥିବା ତଥ୍ୟ ଅନୁସାରେ, ଏମକେସିଜି ମେଡିକାଲର କର୍ଣ୍ଣ-ନାସା ଓ ଗଳା, ସିଟିଭିଏସ, ପ୍ଲାଷ୍ଟିକ ସର୍ଜରୀ, ମେଡିକାଲ ଗ୍ୟାଷ୍ଟୋଏ‌େ‌ଣ୍ଟ୍ରାଲୋଜି, ପିଏମଆର, ଏମରଜେନ୍ସି ମେଡିସିନ, ଫିଜିଓଲୋଜି ବିଭାଗରେ ପ୍ରଫେସର ପଦ ଅନେକ ଦିନ ​‌େ​‌ହବ ଖାଲି ପଡିଛି ା ନିକଟରେ କମ୍ୟୁନିଟି ମେଡିସିନ ବିଭାଗର ଏକମାତ୍ର ପ୍ରଫେସର ଡା. ଦୁର୍ଗାମାଧବ ଶତପଥୀଙ୍କୁ ଏମକେସିଜିର ଅଧୀକ୍ଷକ ଅବସ୍ଥାପିତ କରାଯାଇଛି ା ବର୍ତ୍ତମାନ ସେହି ବିଭାଗର ପ୍ରଫେସର ପଦ ଖାଲି ହୋଇଯାଇଛି ା ପ୍ରଫେସର ପଦ ଖାଲି ପଡିଥିବା ଏହି ୮ବିଭାଗ ମଧ୍ୟରୁ ପିଏମଆର ବିଭାଗର ଅବସ୍ଥା ସବୁଠୁ ଖରାପ ରହିଛି ା ଏହି ବିଭାଗ ପାଇଁ ଜଣେ ଲେଖାଏଁ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସରଙ୍କୁ ମିଶାଇ ୩ ପଦ ମଞ୍ଜୁର ରହିଛି ା ହେଲେ ବିଭାଗରେ ଜଣେ ହେଲେ ଡାକ୍ତର ନାହାନ୍ତି। ଫଳରେ ରୋଗୀସେବା, ଉପକରଣ ପ୍ରସ୍ତୁତି ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢାରେ ସମସ୍ୟା ଉପୁଜୁଛି। ସେହିପରି ଏମରଜେନ୍ସି ମେଡିସିନ ବିଭାଗ ପାଇଁ ଜଣେ ଲେଖାଏଁ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ପଦ ମଞ୍ଜୁର ହୋଇଥିବା ବେଳେ କେବଳ ଜଣେ ସହକାରୀ ପ୍ରଫେସରରେ କାମ ଚାଲିଛି ା ଫିଜିଓଲୋଜି ବିଭାଗ ପାଇଁ ଜଣେ ପ୍ରଫେସର, ୪ ଜଣ ସହଯୋଗୀ ପ୍ରଫେସର ଓ ୫ ଜଣ ସହକାରୀ ପ୍ରଫେସର ପଦ ମଞ୍ଜୁର ହୋଇଥିବା ବେଳେ ଜଣେ ସହଯୋଗୀ ପ୍ରଫେସର ଓ ୪ ଜଣ ସହକାରୀ ପ୍ରଫେସର ଅଞ୍ଚନ୍ତି ା ପ୍ଲାଷ୍ଟିକ ସର୍ଜରୀ ବିଭାଗ ପାଇଁ ଜଣେ ଲେଖାଏଁ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହାକରୀ ପ୍ରଫେସର ପଦ ମଞ୍ଜୁର ହୋଇଥିବା ବେଳେ କେହି ପ୍ରଫେସର ନାହାନ୍ତି ା ଇଏନଟି(କର୍ଣ୍ଣ ନାଶା ଓ ଗଳା) ବିଭାଗ ପାଇଁ ଜଣେ ପ୍ରଫେସର, ଜଣେ ସହଯୋଗୀ ପ୍ରଫେସର ଓ ୩ ଜଣ ସହାୟକ ପ୍ରଫେସର ପଦ ମଞ୍ଜୁର ହୋଇଥିବା ବେଳେ ଗୋଟିଏ ପ୍ରଫେସର ପଦ ଖାଲି ପଡିଛି ା ସିଟିଭିଏସ(ହୃଦ ବକ୍ଷ ଶଲ୍ୟ ଚିକିତ୍ସା) ବିଭାଗରେ ଜଣେ ମଧ୍ୟ ପ୍ରଫେସର ନାହାନ୍ତି ା ଅନେକ ବର୍ଷ ପରେ ଏହି ବିଭାଗ​‌େ​‌ର ଓପନ ହାର୍ଟ ସର୍ଜରୀ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ବିଭାଗରେ ପ୍ରଫେସର ପଦ ଖାଲିପଡିଛି। ୩ ବର୍ଷ ହେବ ଏମକେସିଜିରେ ମେଡିକାଲ ଗ୍ୟାଷ୍ଟ୍ରୋଏଣ୍ଟୋଲୋଜି ବିଭାଗ ଖୋଲିଥିଲା। ଏହି ବିଭାଗ ପାଇଁ ଜଣେ ଲେଖାଏଁ ପ୍ର​‌େ​‌ଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ପଦ ମଞ୍ଜୁର ହୋଇଥଲା ା ହେଲେ ଏହି ବିଭାଗ ବର୍ତ୍ତମାନ ପ୍ରଫେସର ଶୂନ ହୋଇ ରହିଛି ା
ଏମକେସିଜି ମେଡିକାଲ କଲେଜରେ ୨୫୦ ଏମବିବିଏସ ଆସନ ସହ ୩୬ ବିଭାଗ ରହିଛି ା ୧୦୦ରୁ ଅଧିକ ପିଜି ଆସନ ଓ କିଛି ସୁପର ସ୍ପେସିଆଲିଟି ବିଭାଗରେ ଏମସିଏଚ ଏବଂ ଡିଏମ କୋର୍ସ ରହିଛି ା ପ୍ରତ୍ୟେକ ଦିନ ଏଠାକୁ ଦକ୍ଷିଣ ଓଡ଼ିଶା ସମେତ ପୁରୀ, ଖୋର୍ଦ୍ଧା ଜିଲା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ଜିଲାରୁ ୩୦୦୦ ରୁ ଅଧିକ ରୋଗୀ ଆସୁଛନ୍ତି ା ଏଭଳି ସ୍ଥିତିରେ ୮ ବିଭାଗରେ ପ୍ରଫେସର ପଦ ଖାଲି ପଡିବା ରାଜ୍ୟ ସରକାରଙ୍କ ଅବହେଳାକୁ ଦର୍ଶାଉଛି ା ରାଜ୍ୟରେ ଏକାଧିକ ନୂତନ ମେଡିକାଲ କଲେଜ ଆରମ୍ଭ ହେବା ପରେ ଏମକେସିଜିରୁ ବହୁ ପ୍ରଫେସରଙ୍କୁ ବଦଳି କରି ଅନ୍ୟତ୍ର ପଠାଇ ଦିଆଯାଇଛି ା ହେଲେ ସେହି ଅନୁପାତରେ ପଦ ପୂରଣ କରାଯାଉ ନାହିଁ ା

  • jmjnewso

    Related Posts

    ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅକାଳ ମୃତ୍ୟୁ ସହ କୋଭିଡ୍ ଟୀକାର ସମ୍ପର୍କ ନାହିଁ!

    Spread the love

    Spread the love ଜେଏମଜେ ବ୍ୟୁରୋ : ଭାରତରେ ଯୁବପିଢିଙ୍କ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁକୁ ନେଇ ଚିନ୍ତା ପ୍ରକାଶ ପାଉଥିବାବେଳେ ଏହା ପଛରେ କୋଭିଡ୍ ଟୀକା ଥିବା କେତେକ ମହଲରେ ସଂଦେହ କରାଯାଉଛି। କିନ୍ତୁ ଏମ୍ସ-ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ…

    ସରକାରୀ ଡାକ୍ତରଖାନାରେ ବଢିଲା ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ ଡାକ୍ତରଖାନାରେ ବଢିଲା ରୋଗୀଙ୍କ ଖର୍ଚ୍ଚ । ଇନଡୋର ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ ବଢିଲା । ସାଧାରଣ ଖାଦ୍ୟ ଖର୍ଚ୍ଚ 127 ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଶିଶୁଙ୍କ ଖାଦ୍ୟ ଖର୍ଚ୍ଚ 110 ଟଙ୍କା…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ