କବିସୂର୍ଯ୍ୟନଗରେ କଲବଲ କଲାଣି ମଶା, ହାତ ବାନ୍ଧି ବସିଛି ଏନଏସି ଓ ସ୍ୱାସ୍ଥ୍ୟ ବିଭାଗ.. ଡେଙ୍ଗୁ ଆଶଙ୍କା.!

Spread the love

👉ମଶା ଦମନ ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ନାହିଁ…

👉ଛଡ଼ାଯାଉନି ଗମ୍ବୁସିଆ ମାଛ..

👉ମ୍ୟାଲେରିଆ, ଡେଙ୍ଗୁ ବ୍ୟାପିବା ଆଶଙ୍କା..

କବିସୂର୍ଯ୍ୟନଗର :(ଜେଏମଜେ ବ୍ୟୁରୋ): କବିସୂର୍ଯ୍ୟନଗର ରେ କଲବଲ କଲେଣି ମଶା। ଦିନକୁ ଦିନ ଏମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଏମାନଙ୍କୁ ନିୟନ୍ତ୍ରଣ କରିବାକୁ ପୌରସଂସ୍ଥା କିମ୍ବା ସ୍ୱାସ୍ଥ୍ୟ ବିଭାଗ ର କୌଣସି ପଦକ୍ଷେପ ନଥିବା ଜଣାଯାଇଛି. ଦିନ ରାତି ସବୁବେଳେ କାମୁଡ଼ୁଛନ୍ତି ମଶା। ଘରେ ହେଉ କି ବାହାରେ, କେଉଁଠି ବି ମଶାଙ୍କ ଦାଉରୁ ନିସ୍ତାର ମିଳୁନି। ୨୪ଘଣ୍ଟା ମଶା କାମୁଡ଼ା ଯୋଗୁ ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ ଭଳି ରୋଗ ଭୟ ସୃଷ୍ଟି ହେଲାଣି. ମଶାଙ୍କ ବଂଶ ନିପାତ କରିବା ଅଭିଯାନ ବ୍ୟାପକ କରା ନଯାଏ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏବେ ଚାଲିଛି ବର୍ଷା ଋତୁ ବିଭିନ୍ନ ସନ୍ତସନ୍ତିଆ ଜାଗା ମଶାଙ୍କ ଜନ୍ମସ୍ଥଳ ପାଲଟିଛି। ଏହି ସ୍ଥାନ ଓ ସମୟ ହିଁ ମଶାଙ୍କର ଜନ୍ମ ହେବା ପାଇଁ ଅନୁକୂଳ। ପ୍ରକୃଷ୍ଟ ପୌରାଞ୍ଚଳରେ ଦୀର୍ଘ ଦିନ ହେଲା ମଶା ଔଷଧ ଛିଞ୍ଚା ଯାଉନାହିଁ। ନାଳ ନର୍ଦ୍ଦମାରେ ମଶା ତେଲ ମଧ୍ୟ ପକା ଯାଉ ନାହିଁ। କିଣାଯାଇଥିବା ମଶା ଧୂଆଁ ଗାଡି କୁଆଡେ ଉଭାନ ହେଇଗଲାଣି.. ଯେଉଁଠି ଠିଆ ହେବ ସେଇଠି ମଶା କାମୁଡୁଛି… ମଶା ପାଇଁ ଲୋକେ ଯେତେ ଅତିଷ୍ଠ ସେତେ ଭୟଭୀତ.. ଏମିତିକି ପାଟି ନାକରେ ବି ପଶି ଯାଉଛନ୍ତି ମଶା। ସନ୍ଧ୍ୟା ହେଉ ହେଉ ଝରକା, କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି ଲୋକେ ତଥାପି ମଶା ଦାଉରୁ ରକ୍ଷା ମିଳୁନି। ଲୋକଙ୍କ ଅଭିଯୋଗ ହେଉଛି, ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ପଡ଼ୁଥିବା ଆବର୍ଜନା ଓ ନାଳ ନର୍ଦ୍ଦମା ଭାଙ୍ଗି ରୁଜି ଯାଇ ମଇଳା ପାଣି ରାସ୍ତାରେ ଭାସୁଥୁବା ବେଳେ ସାହି ସାହି ରେ ଜମାହୋରହିଥିବା ମଇଳା ମାଟି ଗଦା ରେ ଲତାବୁଦା ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି..ସେହିପରି ଅନେକ ପରିତ୍ୟକ୍ତ ଜଳାଶୟ ବି ମଶାଙ୍କ ବଂଶ ବୃଦ୍ଧି ପାଇଁ ପ୍ରକୃଷ୍ଟ ସ୍ଥାନ ପାଲଟିଛି। ପୌରପରିଷଦ ପକ୍ଷରୁ କୌଣସି ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉନାହିଁ। ଏହିସବୁ ପରିତ୍ୟକ୍ତ ଜଳାଶୟରେ ମଶାତେଲ ଛିଞ୍ଚିବା ଓ ମଶା ଲାର୍ଭା ଖାଉଥିବା ଗମ୍ବୁସିଆ ମାଛ ଛାଡ଼ିବା ନେଇ ବାରମ୍ବାର ଦାବି ହୋଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ।
ବିଶେଷଜ୍ଞଙ୍କ କହିବା କଥା, ମଶା ଧୂଆଁ କେବଳ ଧର୍ମକୁ ଆଖିଠାର। ଯଦିଓ ସମଗ୍ର ଅଞ୍ଚଳରେ ଏକ ସମୟ‌ରେ ଧୂଆଁ ଛାଡ଼ିଲେ ଯାଇ ଏହା ସଫଳ ହେବ। କିନ୍ତୁ ଏଭଳି କରିବା ସମ୍ଭବ ନୁହେଁ। ମଶାଧୂଆଁ ସହ ସେମାନଙ୍କ ଉତ୍ପତ୍ତିସ୍ଥଳରେ ମଶାମରା ତେଲ ଓ ଗମ୍ବୁସିଆ ମାଛ ଛାଡ଼ିବା ଭଳି ଏକାଧିକ ପଦକ୍ଷେପ ନିଆଗଲେ ଏ ସମସ୍ୟାରୁ ମୁକ୍ତି ମିଳିପାରିବ। ହେଲେ କବିସୂର୍ଯ୍ୟନଗର ଏନଏସି ରେ କାର୍ଯ୍ୟନିର୍ବାହୀ ଅଧିକାରୀ ନଥିବା ଯୋଗୁ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି.. ପୌରପାଳିକା ପକ୍ଷରୁ ମଶା ଧୂଆଁ ସ୍ପ୍ରେକରିବା ସାଙ୍ଗକୁ ଆଣ୍ଟି ଲାର୍ଭା ତେଲ ପ୍ରୟୋଗ କରି ପଦକ୍ଷେପ ନେବାକୁ ଦାବୀ ହୋଇଛି..

  • jmjnewso

    Related Posts

    ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅକାଳ ମୃତ୍ୟୁ ସହ କୋଭିଡ୍ ଟୀକାର ସମ୍ପର୍କ ନାହିଁ!

    Spread the love

    Spread the love ଜେଏମଜେ ବ୍ୟୁରୋ : ଭାରତରେ ଯୁବପିଢିଙ୍କ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁକୁ ନେଇ ଚିନ୍ତା ପ୍ରକାଶ ପାଉଥିବାବେଳେ ଏହା ପଛରେ କୋଭିଡ୍ ଟୀକା ଥିବା କେତେକ ମହଲରେ ସଂଦେହ କରାଯାଉଛି। କିନ୍ତୁ ଏମ୍ସ-ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ…

    ସରକାରୀ ଡାକ୍ତରଖାନାରେ ବଢିଲା ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ ଡାକ୍ତରଖାନାରେ ବଢିଲା ରୋଗୀଙ୍କ ଖର୍ଚ୍ଚ । ଇନଡୋର ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ ବଢିଲା । ସାଧାରଣ ଖାଦ୍ୟ ଖର୍ଚ୍ଚ 127 ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଶିଶୁଙ୍କ ଖାଦ୍ୟ ଖର୍ଚ୍ଚ 110 ଟଙ୍କା…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ