ଜେଏମଜେ ବ୍ୟୁରୋ : ବଙ୍ଗୋପସାଗରରେ ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ବାତ୍ୟା ଅର୍ଣ୍ଣବ। ଆନ୍ଧ୍ର ପ୍ରଦେଶର କାକିନାଡ଼ା ପାଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବ ମଧ୍ୟ ଓଡ଼ିଶାରେ ଅନୁଭୂତ ହେବ।ବିଶାଖାପାଟନମ ଠାରୁ ୨୨୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ, କାକିନାଡ଼ା ଠାରୁ ୨୪୦କିମି ପୂର୍ବ ଦକ୍ଷିଣପୂର୍ବ ଏବଂ ଗୋପାଳପୁର ଠାରୁ ଦକ୍ଷିଣରେ ୩୭୦କିମି କିମି ଦୂରରେ ରହିଛି ବାତ୍ୟା।
ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପାଇଁ ୨ ଜିଲ୍ଲାକୁ ରେଡ୍ ଆଲର୍ଟ, ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ସହ ପବନର ବେଗ ରହିବ ୪୦ ରୁ ୫୦ ଓ ଝଟକା ପବନ ୫୦ କିମି ରହିପାରେ । ସେହିପରି କୋରାପୁଟ, ମାଲକାନଗିରିରେ ବର୍ଷା ସହ ପବନର ବେଗ ଅଧିକ ରହିବ ଅର୍ଥାତ ଘଣ୍ଟା ପ୍ରତି ପବନର ବେଗ ୫୦ ରୁ ୬୦ କିମ୍ବା ଝଟକା ପବନ ୭୦ କିମି ରହିବ। ରାୟଗଡ଼ା,କନ୍ଧମାଳ,ନୟାଗଡ଼,ପୁରୀ,ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।







