ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

Spread the love

ବୁଗୁଡ଼ା,୨୬/୧୦ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ):ପାର୍ବଣ ଋତୁରେ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ ରହିଥିବାବେଳେ ବୁଗୁଡ଼ା ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଜୋରଦାର କରାଯାଇଛି। ଏହି କ୍ରମରେ ବୁଗୁଡ଼ା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ପେଟ୍ରୋଲିଂ ସମୟରେ ଗୋଲିଆ ବାଘୁଆ ନାଳ ବ୍ରିଜ ନିକଟରେ ବିକ୍ରିପାଇଁ ଗ୍ରାହକ ଅପେକ୍ଷାରେ ଥିବା ଜଣେ ବ୍ୟକ୍ତି ଠାରୁ ୧୦୦ ଗ୍ରାମ ଧଳା ଜହର ଜବତ କରିବା ସହ ଗୋଟିଏ ହୋଣ୍ଡା ସାଇନ ବାଇକକୁ ମଧ୍ୟ ଜବତ କରି ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ।ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମର ଅରୁଣ ପଲେଇ। ପାର୍ବଣ ସମୟରେ ନିଶାଦ୍ରବ୍ୟର ଅବୈଧ କାରବାର ରୋକିବା ଓ ଏହାର ଚୋରା ଚାଲାଣ ଉପରେ ନଜର ରଖିବା ପାଇଁ ଅବକାରୀ ବିଭାଗର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।ତେବେ ଜବତ ନିଶାଦ୍ରବ୍ୟର ଉତ୍ସ, ଏହା କେଉଁଠାକୁ ଚାଲାଣ ହେଉଥିଲା ଏବଂ ଏହି କାରବାରରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତର ଅଗ୍ରଗତି ସମ୍ପର୍କରେ ଅଧିକ ତଥ୍ୟ ମିଳିବା ବାକି ରହିଛି।ଏ ନେଇ ଅବକାରୀ ଥାନାରେ ୧୦୮/୨୬ ରେ ଏକ ମାମଲା ରୁଜୁ କରି ଗିରଫ ଯୁବକ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

  • jmjnewso

    Related Posts

    ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୧୫ ଅଟକ୫୦ ହଜାର ୭୨୦ ଟଙ୍କା ନଗଦ ସହ ୯ଟି ମୋବାଇଲ୍, ୪ଟି ବାଇକ୍ ଜବତ

    Spread the love

    Spread the loveବ୍ରହ୍ମପୁର: ଜେଏମଜେ ନ୍ୟୁଜ (ତପେନ୍ଦ୍ର ଡାକୁଆ ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅନ୍ତର୍ଗତ ରାଜା ସାହି ଛକ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୧୫ ଜଣଙ୍କୁ ଅଟକ…

    ଭିଜିଲାନ୍ସ ଜାଲରେ ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ

    Spread the love

    Spread the loveଜେଏମଜେ ନ୍ୟୁଜ : ଭିଜିଲାନ୍ସ ଜାଲରେ କଟକ ଜଗତପୁର ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ । ଲାଞ୍ଚ କାରବାର ଅଭିଯୋଗରେ ପ୍ରସନ୍ନଜିତଙ୍କୁ ଭୁବନେଶ୍ବର ଏଜି ଛକ ନିକଟରୁ କାବୁ କରିବା ସହ ଅଟକ ରଖିଛି…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ