ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୧୫ ଅଟକ୫୦ ହଜାର ୭୨୦ ଟଙ୍କା ନଗଦ ସହ ୯ଟି ମୋବାଇଲ୍, ୪ଟି ବାଇକ୍ ଜବତ

Spread the love

ବ୍ରହ୍ମପୁର: ଜେଏମଜେ ନ୍ୟୁଜ (ତପେନ୍ଦ୍ର ଡାକୁଆ ):
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅନ୍ତର୍ଗତ ରାଜା ସାହି ଛକ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୧୫ ଜଣଙ୍କୁ ଅଟକ ରଖିଛି। ଏହି ଚଢ଼ାଉ ସମୟରେ ପୋଲିସ ନଗଦ ୫୦ ହଜାର ୭୨୦ ଟଙ୍କା ସମେତ ମୋବାଇଲ୍ ଫୋନ୍, ମୋଟରସାଇକେଲ୍ ଓ ତାସ୍ ପତା ଜବତ କରିଛି।
ସୂଚନା ଅନୁଯାୟୀ, ଗତ ୨୦ ତାରିଖ ରାତି ପ୍ରାୟ ୧୦ଟା ୨୦ ମିନିଟ୍ ସମୟରେ ରାଜା ସାହି ଛକ ନିକଟସ୍ଥ ସୂର୍ଯ୍ୟ ଲରି ଗୋଦାମ ପଛପଟେ ଜୁଆ ଖେଳ ଚାଲିଥିବା ନେଇ ବଡ଼ବଜାର ପୋଲିସ ଖବର ପାଇଥିଲା। ଏହାପରେ ପୋଲିସ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଉପସ୍ଥିତ ବ୍ୟକ୍ତିମାନେ ଖସି ପଳାଇବାକୁ ଉଦ୍ୟମ କରିଥିବା ବେଳେ ୧୫ ଜଣଙ୍କୁ ଅଟକ ରଖାଯାଇଥିଲା।
ଚଢ଼ାଉ ସମୟରେ ପୋଲିସ ୫୦,୭୨୦ ଟଙ୍କା ନଗଦ, ୯ଟି ମୋବାଇଲ୍ ଫୋନ୍, ୪ଟି ମୋଟରସାଇକେଲ୍ ଏବଂ ୨ ସେଟ୍ ତାସ୍ ପତା ଜବତ କରିଛି। ଏହି ଘଟଣାରେ ବଡ଼ବଜାର ଥାନାରେ କେସ୍ ନଂ ୮୦୧, ତାରିଖ ୨୧.୧୦.୨୦୨୬ରେ ମାମଲା ରୁଜୁ ହୋଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

  • jmjnewso

    Related Posts

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    Spread the love

    Spread the loveବୁଗୁଡ଼ା,୨୬/୧୦ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ):ପାର୍ବଣ ଋତୁରେ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ ରହିଥିବାବେଳେ ବୁଗୁଡ଼ା ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଜୋରଦାର କରାଯାଇଛି। ଏହି କ୍ରମରେ ବୁଗୁଡ଼ା ଅବକାରୀ…

    ଭିଜିଲାନ୍ସ ଜାଲରେ ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ

    Spread the love

    Spread the loveଜେଏମଜେ ନ୍ୟୁଜ : ଭିଜିଲାନ୍ସ ଜାଲରେ କଟକ ଜଗତପୁର ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ । ଲାଞ୍ଚ କାରବାର ଅଭିଯୋଗରେ ପ୍ରସନ୍ନଜିତଙ୍କୁ ଭୁବନେଶ୍ବର ଏଜି ଛକ ନିକଟରୁ କାବୁ କରିବା ସହ ଅଟକ ରଖିଛି…

    Leave a Reply

    Your email address will not be published. Required fields are marked *

    You Missed

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି