ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ର ଆଖି

Spread the love

ଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବକୁ ନେଇ ବଡ ଖବର ।ବଙ୍ଗୋପସାଗରରେ ଶକ୍ତି ବଢ଼ାଉଛି ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’! ବାତ୍ୟା ଅର୍ଣ୍ଣବର ଆଖି ସୃଷ୍ଟି ହୋଇଥିବା ଜଣାପଡିଛି । ବାତ୍ୟା ଯେତେବେଳେ ଅଧିକ ଶକ୍ତିଶାଳୀ ହୁଏ, ଏହାର କେନ୍ଦ୍ରଭାଗରେ ଏକ ଗୋଲାକାର ଅଞ୍ଚଳ ଦେଖାଦେଇଥାଏ । ଏହାକୁ ସାଇକ୍ଲୋନ ଆଇ ବା ବାତ୍ୟାର ଆଖି କୁହାଯାଏ ।

ବାତ୍ୟାର ଚାରିପାଖରେ ଥିବା ମେଘମାଳ ଓ ଘୂର୍ଣ୍ଣିବଳୟ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିବା ବେଳେ ଏହାର କେନ୍ଦ୍ର ଭାଗରେ ତୁଳାତ୍ମକ ଭାବେ ପବନର ବେଗ କମ ଥାଏ । ଏହି ଅଞ୍ଚଳରେ ବାୟୁ ଉପରୁ ଥଳକୁ ଖସେ । ବାତ୍ୟାର ଆଖି ଦୃଶ୍ୟମାନ ହୋଇଥିବା ଅର୍ଥ ଏହା ବାତ୍ୟାର ସଂଗଠିତ ଓ ତୀବ୍ର ହେଉଥିବାର ଏକ ସଙ୍କେତ ହୋଇପାରେ । ୨୪ ଘଣ୍ଟାରେ ୫୬ କିମି ଯାଏଁ ପବନ ବଢିଲେ ଏହାକୁ ରାପିଡ ଇଣ୍ଟେନସିଫକେସନ କୁହାଯାଏ । ତେବେ, ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଏ ନେଇ ସମୀକ୍ଷା କରି କହିଛନ୍ତି ରାଜ୍ୟରେ ୮ NDRF, ୪୦ ODRAF ଟିମ୍ ବର୍ତ୍ତମାନ ସୁଦ୍ଧା ମୁତୟନ ହୋଇଛନ୍ତି । ସ୍ଥଳସେନା ଓ ବାୟୁସେନା ସହ ରାଜ୍ୟ ସରକାର ଯୋଗାଯୋଗରେ ରହିଛନ୍ତି । ଜିଲ୍ଲାରେ ସମସ୍ତ ଜିଲ୍ଲାପାଳ ସଜାଗ ରହିଛନ୍ତି । ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ସହ କଳାହାଣ୍ଡି, ନୂଆପଡ଼ା ଓ କନ୍ଧମାଳ ପ୍ରଭାବିତ ହୋଇପାରେ । ୧୩୫ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ସମୁଦ୍ର ଉପକୂଳବର୍ତ୍ତୀ ଲୋକେ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ହୋଇପାରନ୍ତି ।

  • jmjnewso

    Related Posts

    ମାଡ଼ି ଆସୁଛି ବାତ୍ୟା: ଗୋପାଳପୁରରୁ ୫୮୦କି.ମି ଦୂରରେ ଅର୍ଣ୍ଣବ

    Spread the love

    Spread the loveଜେଏମଜେ ବ୍ୟୁରୋ : ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ଅର୍ଣ୍ଣବ’। ଆଜି ମଧ୍ୟରାତି ସୁଦ୍ଧା ବାତ୍ୟା ଭୀଷଣ ରୂପ ନେବ। ଆସନ୍ତାକାଲି ବାତ୍ୟା ଅତି ଭୀଷଣ ରୂପ ନେବାର ସମ୍ଭାବନା ରହିଛି। ଏଭଳିସ୍ଥିତିରେ ବାତ୍ୟା ଘଣ୍ଟା ପ୍ରତି ୧୫…

    ବାତ୍ୟାର ଗତିପଥ ନେଇ ବଡ଼ ସୂଚନା, ଆନ୍ଧ୍ର ଆଡକୁ ମୁଁହାଇବ ଓଡ଼ିଶାରେ ଉଡ଼ାଇବ କମ୍ ବୁଡ଼ାଇବ ବେଶୀ। IMD DG ଙ୍କ ଆକଳନ

    Spread the love

    Spread the loveଜେଏମଜେ ବ୍ୟୁରୋ : ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଘନୀଭୂତ ହେଉଛି । ଯଦିଓ ଏହି ସମ୍ଭାବ୍ୟ ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳ ବାପଟ୍ଲା ଏବଂ ବିଶାଖାପଟନମ୍ ମଧ୍ୟରେ ଅତିକ୍ରମ କରିବା…

    Leave a Reply

    Your email address will not be published. Required fields are marked *

    You Missed

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି