ହାଇସ୍କୁଲ ପାଠ୍ୟକ୍ରମରୁ ଉଚ୍ଛେଦ ହେବ ସଂସ୍କୃତ ଭାଷା ।

Spread the love

ଜେଏମଜେ ବ୍ୟୁରୋ : ହାଇସ୍କୁଲ ପାଠ୍ୟକ୍ରମରୁ ଉଚ୍ଛେଦ ହେବ ସଂସ୍କୃତ ଭାଷା । ତୃତୀୟ ଭାଷା ସଂସ୍କୃତର ବିକଳ୍ପ ଭାବେ ପିଲା ପଢ଼ିବେ ଧନ୍ଦାମୂଳକ ଶିକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହି ଯୋଜନା ଆରମ୍ଭ ହୋଇଛି। ବୋର୍ଡ ପକ୍ଷରୁ ଚଳିତ ମାସ ୨୩ ତାରିଖରେ ୪୩୧ଟି ହାଇସ୍କୁଲରେ ତୃତୀୟ ଭାଷା ସଂସ୍କୃତ ବା ହିନ୍ଦୀର ବିକଳ୍ପ ଭାବେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ପାଇଁ ପ୍ରକାଶିତ ନିର୍ଦ୍ଦେଶନାମାରୁ ଏହା ସ୍ପଷ୍ଟ ହୋଇଛି ।

ପୂର୍ବରୁ ରାଜ୍ୟର ପାଖାପାଖି ୩ ହଜାର ହାଇସ୍କୁଲରେ ତୃତୀୟ ଭାଷା (ହିନ୍ଦୀ/ସଂସ୍କୃତ) ବିକଳ୍ପ ବିଷୟ ଭାବେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ହୋଇଥିଲା । ଏବେ ପୁଣି ୪ ଶହରୁ ଅଧିକ ହାଇସ୍କୁଲରେ ଏହି ଧାରା ଲାଗୁ କରିବା ସଂସ୍କୃତ ଭାଷା ପ୍ରତି ବିପଦ ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କ ଏଭଳି ବିଭ୍ରାନ୍ତିକର ନିଷ୍ପତ୍ତିକୁ ରାଜ୍ୟ ସଂସ୍କୃତ ଶିକ୍ଷକ ମହାସଂଘ ଦୃଢ଼ ବିରୋଧ କରିଛି ।

ବୋର୍ଡ ପ୍ରଦତ୍ତ ହାଇସ୍କୁଲ ପାଠ୍ୟକ୍ରମ ଅନୁସାରେ, ଜଣେ ଛାତ୍ର ପ୍ରଥମ ଭାଷାରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ, ଅଲଟ୍‌ରନେଟିଭ୍ ଇଂରାଜୀ ମଧ୍ୟରୁ କୌଣସି ଗୋଟିଏ ପଢ଼ିବେ । ସେହିପରି ଦ୍ବିତୀୟ ଭାଷାରେ ଅଲଟର୍‌ନେଟିଭ୍ ଇଂରାଜୀ, ହିନ୍ଦୀରୁ ଗୋଟିଏ ବିଷୟ ପଢ଼ିପାରିବେ। କିନ୍ତୁ ତୃତୀୟ ଭାଷାରେ ହିନ୍ଦୀ କିମ୍ବା ସଂସ୍କୃତ ପଢ଼ିବେ। ଏଥିରୁ ସ୍ପଷ୍ଟ ହେଉଛି, ତୃତୀୟ ଭାଷାର ବିକଳ୍ପ ଭାବେ ଧନ୍ଦାମୂଳକ ଶିକ୍ଷା ବା ଅନ୍ୟ କୌଣସି ବିଷୟ ରଖିଲେ, ସଂସ୍କୃତ ହିଁ ପ୍ରଭାବିତ ହେବ । ଧନ୍ଦାମୂଳକ ବିଷୟରେ ପ୍ରାକ୍ଟିକାଲ୍ ଥିବାରୁ ଜଣେ ଛାତ୍ର ଅଧିକ ନମ୍ବର ରଖିବା ଆଶାରେ ସଂସ୍କୃତ ବଦଳରେ ଧନ୍ଦାମୂଳକ ବିଷୟ ରଖିବ । ସଂସ୍କୃତକୁ ସବୁ ଭାରତୀୟ ଭାଷାର ମା’ ବୋଲି କୁହାଯାଉଥିବା ବେଳେ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ ।

ରାଜ୍ୟ ସରକାର ଓ ବୋର୍ଡ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ଲୋକଭାଷା ପ୍ରଚାର ସମିତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ଦୀକ୍ଷିତ କଡ଼ା ସମାଲୋଚନା କରିଛନ୍ତି । ଡକ୍ଟର ଦୀକ୍ଷିତଙ୍କ କହିବା ଅନୁସାରେ, ହାଇସ୍କୁଲ ପାଠ୍ୟକ୍ରମରେ ଧନ୍ଦାମୂଳକ ଶିକ୍ଷା ବିଷୟ ପ୍ରଚଳନ ସ୍ଵାଗତଯୋଗ୍ୟ ବିଷୟ। କିନ୍ତୁ ତାହାକୁ ସ୍ବତନ୍ତ୍ର ଭାବେ ନ ରଖି ତୃତୀୟ ଭାଷାରେ ରଖି ହିନ୍ଦୀ ଓ ସଂସ୍କୃତର ବିକଳ୍ପ ଭାବେ ରଖିବା ଠିକ୍ ନୁହେଁ। ଏହା କରିବା ଦ୍ଵାରା ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ ଧନ୍ଦାମୂଳକ ଶିକ୍ଷାରେ ଅଧିକ ନମ୍ବର ପାଇବା ପାଇଁ ସଂସ୍କୃତକୁ ଅବହେଳା କରିବେ, ଯାହା ସଂସ୍କୃତ ଭାଷା ପ୍ରତି ବିପଦ ବୋଲି ସେ କହିଛନ୍ତି

ଖାଲି ସଂସ୍କୃତ ଶିକ୍ଷକ ସଂଘ ନୁହନ୍ତି ବରଂ ଏନେଇ ଆମେ କନକ ନ୍ୟୁଜ୍ ଡିଜିଟାଲ୍ ପ୍ଲାଟଫର୍ମରେ ଏକ ସର୍ଭେ କରିଛୁ, ଯେଉଁଥିରେ ୫ ହଜାରରୁ ଅଧିକ ଲୋକ ନିଜର ମତାମତ ଦେଇଛନ୍ତି । ପାଖାପାଖି ୯୫ ପ୍ରତିଶତ ଲୋକ ବୋର୍ଡର ଏହି ନିଷ୍ପତ୍ତିକୁ ବିରୋଧ କରିଥିବାବେଳେ ୫ ପ୍ରତିଶତ ଲୋକେ ଏହାକୁ ସମର୍ଥନ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ସରକାର ଏନେଇ କ’ଣ ନିଷ୍ପତ୍ତି ନେଉଛନ୍ତି ।

  • jmjnewso

    Related Posts

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ…

    ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

    Spread the love

    Spread the loveଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 23 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 30 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 27 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 40 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 47 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍