ଡିଇଓଙ୍କୁ ଓସେପାର କଡ଼ା ନିର୍ଦ୍ଦେଶ..ଛାତ୍ରଛାତ୍ରୀଙ୍କ ବସ୍ତାନି ବୋଝ କମାଅ

Spread the love

ଜେଏମଜେ ବ୍ୟୁରୋ : କୋମଳମତି ପିଲାମାନେ ଅଧିକ ଓଜନର ବସ୍ତାନି ନେଇ ସ୍କୁଲ ଯାଇପାରିବେନି । ଏଥିପାଇଁ ୨୦୧୯ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ହେଲେ ଏବେ ବି ଏହି ନିୟମ ଉଲ୍ଲଂଘନ ହେଉଛି । ଛାତ୍ରଛାତ୍ରୀ ଅଧିକ ଓଜନର ବସ୍ତାନି ଧରି ସ୍କୁଲ ଯାଉଥିବା ବେଳେ ଶିକ୍ଷକ ଏ ଦିଗରେ ଆଦୌ ଧ୍ୟାନ ଦେଉନାହାନ୍ତି ଯାହାକୁ ନେଇ ବାରମ୍ବାର ଅଭିଯୋଗ ହେଉଛି ।

୨୦୨୪ରେ ଓଏଚ୍ଆର୍ସିରେ ଜଣେ ମାନବାଧିକାର କର୍ମୀ ମଧ୍ୟ ଏ ନେଇ ମାମଲା ରୁଜୁ କରିଥିଲେ । ତେଣୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନାମା ୫୭୦୭/୮/୩/୨୦୧୯କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟରେ ଥିବା ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟଗୁଡିକ ଏହି ନିୟମ ମାନିବାକୁ ବାଧ୍ୟ । ସେମାନେ କି ପଦକ୍ଷେପ ନେଲେ ତାହା ଓସେପାକୁ ୩ ଦିନ ମଧ୍ୟରେ ଜଣାଇବାକୁ ସମସ୍ତ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲକୁ ଅଧିକ ଓଜନର ବ୍ୟାଗ ନ ନେବାକୁ ନିର୍ଦ୍ଦେଶାବଳୀ ରହିଛି ।

ଉକ୍ତ ନିର୍ଦ୍ଦେଶାବଳୀ କହୁଛି, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀ ଦେଢ କେଜି ଓଜନର ବ୍ୟାଗ ନେଇ ସ୍କୁଲ ଯିବେ । ତୃତୀୟରୁ ପଞ୍ଚମ ପର୍ଯ୍ୟନ୍ତ ୨-୩ କେଜି, ଷଷ୍ଠ ଓ ସପ୍ତମ ପାଇଁ ୪ କେଜି, ଅଷ୍ଟମ ଓ ନବମ ପାଇଁ ୪.୫ କେଜି ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବହିଖାତା ସହ ବ୍ୟାଗର ଓଜନ ୫ କେଜି ରହିବା ଉଚିତ ।

  • jmjnewso

    Related Posts

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ…

    ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

    Spread the love

    Spread the loveଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 25 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 20 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 30 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 52 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 38 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 44 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ