ସଂସ୍କୃତ ଶିକ୍ଷାଧିକ୍ଷକଙ୍କ ବିବାଦୀୟ ଆଦେଶ ର ଭିଜିଲାନ୍ସ ତଦନ୍ତ ଦାବୀ

Spread the love

👉ଜଣେ ଶିକ୍ଷକ, ଦୁଇଟି ବିଦ୍ୟାଳରେ ଶିକ୍ଷକତା ଘଟଣା

👉ହାଇକୋର୍ଟ ରେ ମାମଲା ବିଚାରଧୀନ.. ଏପଟେ ଗଞ୍ଜାମ DEO ଙ୍କୁ ଶିକ୍ଷାଧିକ୍ଷକ ଙ୍କ ବେଆଇନ ଆଦେଶ ର ତଦନ୍ତ ଦାବ

ଜେଏମଜେ ବ୍ୟୁରୋ : ରାଜ୍ୟରେ ନକଲି ବିଇଡି ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ଧରପଗଡ଼ ଚାଲିଛି.. ଗିରଫ ଭୟରେ କିଏ ଚାକିରୀ ଛାଡିଲେଣି ତ କେତେ ଗିରଫ ମଧ୍ୟ ହେଲେଣି.. ଆଉ କେତେ ଜଣ ଚାକିରୀରୁ ବହିଷ୍କାର ହେଲେଣି.. ଅନ୍ୟପଟେ ଗୋଟିଏ ସମୟରେ ଦୁଇ ଦୁଇଟି ଚାକିରୀ କରି ଦୁଇଟି ଦରମା ଉଠାଇଥିବା ଜଣେ ଶିକ୍ଷକ ଧରାପଡିବା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ନିର୍ଦେଶ କ୍ରମେ ଗୋଟିଏ ଦରମା ଫେରାଇବାକୁ ଯାଇ ବିବାଦୀୟ ହୋଇପଡିଥିବା ସମ୍ପୃକ୍ତ ଶିକ୍ଷକ ଙ୍କ କାର୍ଯ୍ୟ କୁଆଡେ ଅପରାଧ ନୁହେଁ ବୋଲି ଶିକ୍ଷା ବିଭାଗ କ୍ଲିନଚିଟ ଦେଇ ପୁଣି ବକେୟା ଦରମା କରିବାକୁ ବିଦ୍ୟାଳୟ ପ୍ରଧାନ ପଣ୍ଡିତ ଙ୍କୁ ଚାପ ପକାଉଥିବା ଘଟଣା ପଦାକୁ ଆସିଛି ? ଏଭଳି ଏକ ସମ୍ବେଦନଶୀଳ ଘଟଣା ପୁରୀ ସ୍ଥିତ ଉତ୍କଳ ସଂସ୍କୃତ ଶିକ୍ଷାଧିକ୍ଷକ ଙ୍କ ପକ୍ଷରୁ ଶିକ୍ଷା ଅପରାଧକୁ ପରୋକ୍ଷରେ ଅନୁକମ୍ପା ଦେଖାଇବା ଘଟଣା ଏବେ ପଦାରେ ପଡିଛି..

ସୂଚନା ଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ ସର୍ବ ପୁରାତନ ସଂସ୍କୃତ ଟୋଲ, କବିସୂର୍ଯ୍ୟ ବିଦ୍ୟାପୀଠ ରେ କାର୍ଯ୍ୟରତ ଜୈନିକ ସହକାରୀ ଶିକ୍ଷକ ଏକା ସମୟରେ 2006 ରୁ 2011ଯାଏଁ ଦୁଇଟି ଚାକିରୀ କରି ଦୁଇ ଦୁଇଟି ଦରମା ଉଠାଉଥିଲେ. ଯାହା ସୂଚନା ମିଳିଛି ପୁରୀସ୍ଥିତ ଉତ୍କଲ ସଂସ୍କୃତ ଶିକ୍ଷାଧିକ୍ଷକ ଏବଂ ଗଞ୍ଜାମ ସର୍ବଶିକ୍ଷା ଅଭିଯାନ, ଡିପିସି ଅଧୀନରେ ଶିକ୍ଷକ ଦରମା ନେଇଥିବା ବିଦ୍ୟାଳୟ ର ସଭାପତି ନିଜେ ଅଭିଯୋଗ କରିବା ପରେ ସର୍ବଶିକ୍ଷା ଅଭିଯାନ ଗଞ୍ଜାମ ଙ୍କ ଅଧୀନରେ ଥିବା ଶିକ୍ଷକ ପଦବୀରୁ ଇସ୍ତଫା ଦେଇ ସଂସ୍କୃତ ଟୋଲ ରେ ଶିକ୍ଷକତା କରିଲେ.. ହେଲେ ଗୋଟିଏ ଚାକିରୀ ଛାଡିବା ପରେ ଶିକ୍ଷକ ଙ୍କ କଳା କାରନାମା ପଦାକୁ ଆସିଲା.. କିନ୍ତୁ ଚଞ୍ଚକତା କରି ନେଇଥିବା ଦରମା ଫେରାଇଲେ ନାହିଁ.

ପୁଣି ସଭାପତି ପୁରୀ ଶିକ୍ଷାଧିକ୍ଷକ, ରାଜ୍ୟ ସରକାର, ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ, ଶିକ୍ଷା ନିର୍ଦେଶକ ଙ୍କୁ ଲିଖିତ ଅବଗତ କରିବା ପରେ 2021 ମସିହାରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକରୀ ଙ୍କ ନିର୍ଦେରେ ଏକ ତଦନ୍ତ ଟିମ ବିଦ୍ୟାଳୟ କୁ ଯାଇ ତଦନ୍ତ କରି ରିପୋର୍ଟ ଦେଲେ.. ଶେଷରେ ପୁରୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା 268 ତା 11-8-2022 ରେ ଗଞ୍ଜାମ ଡିଇଓ ଙ୍କୁ ନିର୍ଦେଶ ଦେବା ପରେ ଡିପିସି ଙ୍କ ନିକଟରେ ସର୍ବଶିକ୍ଷା ଅଭିଯାନ ରୁ ନେଇଥିବା ଦରମା ଟଙ୍କା 1ଲକ୍ଷ 74 ହଜାର 758 ଟଙ୍କା ଜମା କରିବା ପାଇଁ ଯାଇଥିଲେ.କିନ୍ତୁ ତାହା ଗ୍ରହଣ କରାଗଲା ନାହିଁ.. ଏବଂ ତା ପର ଠାରୁ ସମ୍ପୃକ୍ତ ଶିକ୍ଷକ ଙ୍କ ବିରୁଦ୍ଧରେ ତଦନ୍ତ ଚାଲିଲା.. ହେଲେ ତଦନ୍ତ ନସରୁଣୁ ପୁଣି ପିଛଲା ତାରିଖରୁ ଦରମା ଦେବାକୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଆଦେଶ ନଂ 16678 ତା 12-10 2022 ରେ ବିଦ୍ୟାଳୟ ପ୍ରଧାନ ପଣ୍ଡିତ ଙ୍କୁ ନିର୍ଦେଶ ଦେଲେ.। ଦରମା ମଧ୍ୟ ପ୍ରଦାନ କରାଗଲା.. ହେଲେ ସରକାର ଙ୍କୁ ଚୂନ ଲଗାଇ ଅପରାଧ କରିବା ପରେ ଆଉ ହେଲାନାହିଁ କାର୍ଯ୍ୟାନୁଷ୍ଠାନ.. ଯାହା ଫଳରେ ପୁରା ଦରମା ଦାବୀ କରି ସମ୍ପୃକ୍ତ ଶିକ୍ଷକ ଅଦାଲତ ର ଆଶ୍ରୟ ନେଲେ. କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁ ଏବେ ପୁରୀ ସ୍ଥିତ ସଂସ୍କୃତ ଶିକ୍ଷାଧିକ୍ଷକ ସହକାରୀ ଶିକ୍ଷକ ଙ୍କୁ ପୁରା ଦରମା ଦେବାକୁ ଗଞ୍ଜାମ ଡିଇଓ ଙ୍କୁ ଚାପ ପକାଇବା ପରେ ଡିଇଓ ବିଦ୍ୟାଳୟ ପ୍ରଧାନ ପଣ୍ଡିତ ଙ୍କୁ ଚାପ ପକାଉଥିବା ଯୋଗୁ ମାମଲା ହାଇକୋର୍ଟ ରେ ବିଚାର ଧୀନ ଥିବା ବେଳେ ପ୍ରଧାନ ପଣ୍ଡିତ ବିଦ୍ୟାଳୟ ପତ୍ର ସଂଖ୍ୟା 467/2025 ତା. 22-7-2025 ରେ ପୁରୀ ସ୍ଥିତ ଉତ୍କଳ ସଂସ୍କୁତ ଶିକ୍ଷାଧିକ୍ଷକ ଙ୍କୁ ସ୍ପଷ୍ଟୀକରଣ ମାଗିଥିବା ଜଣାଯାଇଛି..

ଏପଟେ ଅଭିଯୋଗ କାରୀ ସଭାପତି, ସମ୍ପୃକ୍ତ ଶିକ୍ଷକଙ୍କ ଚଞ୍ଚକତା ବିରୁଦ୍ଧରେ ମାମଲା ରୁଜୁ କରି ପୁରୀ ଶିକ୍ଷାଧିକ୍ଷକ, ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ଶିକ୍ଷା ନିର୍ଦେଶକ ଙ୍କୁ ପକ୍ଷ ଭୁକ୍ତ କରି ଅଦାଲତ ରେ ମାମଲା ବିଚାର ଧୀନ ଥିବା ବେଳେ ପ୍ରତିପକ୍ଷ ଶିକ୍ଷକ ମଧ୍ୟ ଦରମା ପାଇବା ପାଇଁ ହାଇକୋର୍ଟ ରେ ମାମଲା କରି ବିଚାର ଧୀନ ରହିଛି ଉଭୟ ପକ୍ଷ ଙ୍କର ମାମଲା ହାଇକୋର୍ଟ ରେ ବିଚାର ଧୀନ ରହିଛି.। ଅଦାଲତରେ ମାମଲା ବିଚାରଧୀନ ରହିଥିବା ବେଳେ ନିଜେ ପକ୍ଷଭୁକ୍ତ ଥିବା ପୁରୀ ଶିକ୍ଷାଧିକ୍ଷକ ଙ୍କ ଦରମା ଦେବାକୁ ନିର୍ଦେଶନାମାକୁ ନେଇ ଅଭିଯୋଗ କାରୀ ବିଦ୍ୟାଳୟ ସଭାପତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି. ଶିକ୍ଷା ବିଭାଗ ର ତଦନ୍ତ ରିପୋର୍ଟ ପ୍ରକାରେ ସରକାରୀ ତହବିଲ ରୁ ଚଞ୍ଚକତା କରି ଦୁଇଟି ଦରମା ନେଇ ଅପରାଧ ରେ ଲିପ୍ତ ଥିବା ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତି ପୁରୀ ଶିକ୍ଷାଧିକ୍ଷକ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ଦେଖାଇବା ଯୋଗୁ ଏବେ ଉତ୍କଲ ସଂସ୍କୃତ ଶିଖାଧିକ୍ଷକ ଙ୍କ କାର୍ଯ୍ୟ ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଭିଯୋଗ କାରୀ ବିଦ୍ୟାଳୟ ସଭାପତି ଉଚ୍ଚ ଶିକ୍ଷା ବିଭାଗ ନିକଟରେ ଦାବୀ କରିଛନ୍ତି..ସଭାପତି ଙ୍କ ଅଭିଯୋଗ ଅନୁଯାୟୀ ଘଟଣା ସମ୍ପର୍କ ରେ ସମ୍ପୂକ୍ତ ଶିକ୍ଷକ କିମ୍ବା ଶିକ୍ଷାଧିକ୍ଷକ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ.

  • jmjnewso

    Related Posts

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ…

    ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

    Spread the love

    Spread the loveଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 29 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 31 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 29 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 41 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 47 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍