ଖୁବଶୀଘ୍ର ଘୋଷଣା ହେବ ମନମୋହନ ସାମଲଙ୍କ ନୂଆ ଟିମ.

Spread the love

ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଙ୍କ ବସଭାବନ ରେ ଚାଲିଛି ବିଜେପି ର ଗୁରୁତ୍ୱପୂର୍ଣ ବୈଠକ.. ବିଜେପିର ନୂଆ ରାଜ୍ୟ ସଭାପତି ନିର୍ବାଚିତ ହେବା ପରେ ଏବେ ନୂଆ ଟିମ୍‌ ଗଠନ ପାଇଁ ଆରମ୍ଭ ହୋଇଛି କସରତ । ଏଥିଲାଗି ଚାଲିଛି ମାରାଥନ ବୈଠକ । ଯାହା ଜଣାପଡ଼ିଛି ଖୁବଶୀଘ୍ର ମନମୋହନ ସାମଲଙ୍କ ନୂଆ ଟିମ୍‌ ହେବ ଘୋଷଣା।
ତେବେ ମନମୋହନ ଏହି ଟିମରେ କିଏ ସ୍ଥାନ ପାଇବେ? ନୂଆ ଟିମ୍‌ର ରୂପରେଖ କିଭଳି ରହିବ? କେଉଁ ଆଧାରରେ ଏହି ଟିମ୍ ଗଠନ କରିବେ ବିଜେପି ରାଜ୍ୟ ସଭାପତି?
ଏହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଏଥିଲାଗି ଦୁଇ ଦିନ ଧରି ରାଜ୍ୟ କାର୍ଯ୍ୟାଳୟରେ ମାନସମନ୍ଥନ ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ।
ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉଷେଣ୍ଡି ଉପସ୍ଥିତ ରହି ଆଲୋଚନା କରିଛନ୍ତି ।ସରକାର ଆଉ ସଂଗଠନ କିଭଳି କାନ୍ଧକୁ କାନ୍ଧ ମିଳାଇ ଚାଲିବେ ତାକୁ ନେଇ ବୈଠକରେ ଗୁରୁତ୍ଵ ଦିଆଯାଇଛି। ରାଜ୍ୟ ବିଜେପିର ନୂଆ ଟିମ ସହ ବୋର୍ଡ ନିଗମ, କମିଶନ ପଦପଦବୀ ପୂରଣ ନେଇ ବୈଠକରେ ଚର୍ଚ୍ଚା ହୋଇଛି।ଏପରି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ମନମୋହନ ସାମଲ, ବିଜୟ ପାଲ ଏବଂ ଲତାଙ୍କ ଆଲୋଚନା ବେଶ୍‌ ଗୁରୁତ୍ବ ବହନ କରୁଛି। ସେପଟେ ଦଳୀୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ଘୋଷଣା ହୋଇପାରେ ମନମୋହନଙ୍କ ଟିମ୍।
ତାପରେ ନିଗମ ବୋର୍ଡ ଦାୟିତ୍ବରେ କିଏ ରହିବେ ତାହା ସ୍ଥିର ହେବ । ଅନ୍ୟପଟେ ବିଜେପିର ନୂଆ ଟିମରେ ୧୦ ଜଣ ଉପସଭାପତି, ଚାରି ଜଣ ସାଧାରଣ ସଂପାଦକ, ଜଣେ ସାଧାରଣ ସମ୍ପାଦକ(ସଙ୍ଗଠନ), ୧୦ ଜଣ ସମ୍ପାଦକ ଏବଂ ଜଣେ କୋଷାଧ୍ୟକ୍ଷ ରହିବେ ନେଇ ଚର୍ଚ୍ଚା ହେଉଛି ।

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 25 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 20 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 32 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 52 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 38 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 44 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ