ଉପ-ରାଷ୍ଟ୍ରପତି ନିର୍ବାଚନରେ କାହା ସମର୍ଥନରେ ବିଜେଡି?

Spread the love

ଜେଏମଜେ ବ୍ୟୁରୋ : ଉପ-ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି? ଏହାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପଡ଼ିଛି ଦଳ । ଦଳ କାହାକୁ ସମର୍ଥନ ଦେବ ତାକୁ ନେଇ ଦଳୀୟ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ସଂଖ୍ୟା ଦୃଷ୍ଟିରୁ ଏନଡିଏର ବିଜୟ ପକ୍କା ହୋଇଥିବାବେଳେ ବିଜେଡିର ସମର୍ଥନ ପାଇଁ ଦିଲ୍ଲୀରେ ବି ଦୁଇ ମେଣ୍ଟ ଲବି ଆରମ୍ଭ କରିଛନ୍ତି ।

ଜଗଦୀପ ଧନଖଡଙ୍କ ଅଚାନକ ଇସ୍ତଫା ପରେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି ନେତୃତ୍ବାଧୀନ ଏନଡିଏ ଓ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ପ୍ରାର୍ଥୀ ଖୋଜା ଆରମ୍ଭ କରିଦେଇଛନ୍ତି । କିନ୍ତୁ ସବୁବେଳେ ସମଦୂରତ୍ବ କଥା କହୁଥିବା ବିଜେଡି କେଉଁ ମେଣ୍ଟକୁ ସମର୍ଥନ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟସଭାରେ ବିଜେଡିର ୭ ଜଣ ସଦସ୍ୟ ଅଛନ୍ତି । ତେଣୁ କାହାକୁ ସମର୍ଥନ ଦିଆଯିବ ସେ ନେଇ ବିଜେଡି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଶନିବାର ଏ ନେଇ ଶଙ୍ଖ ଭବନରେ ବୈଠକ ବସିଛି କିନ୍ତୁ ଦଳ କାହାକୁ ସମର୍ଥନ ଦେବ ତାହା ସ୍ଥିର ହୋଇପାରିନି ।

ପୂର୍ବରୁ ଓ୍ୱାକଫ ବିଲ ସମେତ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମର୍ଥନ ଦେଇଆସିଛି ବିଜେଡି। କିନ୍ତୁ ୱାକଫ ବିଲକୁ ନେଇ ଶେଷ ମୂହୂର୍ତ୍ତରେ ନାଟକୀୟ ଢଙ୍ଗରେ ନିଷ୍ପତ୍ତି ପରିବର୍ତ୍ତନ ଦଳକୁ ଅକଳ ପକାଇଥିଲା । ଦଳ ଭାଗ ଭାଗ ହୋଇଥିଲା । ଏବେ ପୁଣି ଏନଡିଏକୁ ସମର୍ଥନ ଦେଲେ ଏହା ଭୋଟରଙ୍କୁ ଭୁଲ ସନ୍ଦେଶ ଯାଇପାରେ ବୋଲି ବିଜେଡି ଆଭ୍ୟନ୍ତରୀଣ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥିରୁ କଂଗ୍ରେସକୁ ଫାଇଦା ମିଳିପାରେ ବୋଲି ଏକ ଗୋଷ୍ଠୀ ଆଶଙ୍କା ପ୍ରକାଶ କରୁଛନ୍ତି । ଇଣ୍ଡି ମେଣ୍ଟକୁ ସମର୍ଥନ ଦେଲେ କଂଗ୍ରେସ ଆଡ଼କୁ ଢଳୁଥିବା ସନ୍ଦେଶ ଯିବ । ଏଭଳି ସ୍ଥିତିରେ ଦଳ ଏବେ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ଅଛି ।

ଏନଡିଏର ଲୋକସଭାରେ ୨୯୩ ଓ ରାଜ୍ୟସଭାରେ ୧୧୨ ସାଂସଦ ଅଛନ୍ତି ଏଭଳି ମୋଟ ୪୦୫ ସାଂସଦ ଅଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ହେଲେ ଆବଶ୍ୟକ ୩୯୪ ଭୋଟ୍ । ଏଭଳି ସ୍ଥଳେ ଏନଡିଏର ବିଜୟ ପକ୍କା ବୋଲି କୁହାଯାଉଛି । ଏନଡିଏ ଅଧିକ ବିଜୟ ବ୍ୟବଧାନ ଚାହୁଁଥିବାବେଳେ ଇଣ୍ଡି ମେଣ୍ଟ ବି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟାଭିଡିଛି । ତେଣୁ ଏବେ ବିଜେଡି ଭୋଟ ଉପରେ ଏନଡିଏ ଓ ଇଣ୍ଡି ମେଣ୍ଟର ନଜର ରହିଛି ।

  • jmjnewso

    Related Posts

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତାଙ୍କ ବାସଭବନ ନିକଟରେ କିଛି ଲୋକ ‘ଜୟ ଶ୍ରୀ…

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ହାଇ-ଭୋଲଟେଜ୍ ଲଢ଼େଇ ପରେ ଆଜି ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ ରହିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା…

    Leave a Reply

    Your email address will not be published. Required fields are marked *

    You Missed

    ନବୀନଙ୍କ ପାଖରୁ ଫାଇଲ ଫେରିନି: ରାଜସ୍ୱ ମନ୍ତ୍ରୀ

    ନବୀନଙ୍କ ପାଖରୁ ଫାଇଲ ଫେରିନି: ରାଜସ୍ୱ ମନ୍ତ୍ରୀ

    ନବୀନଙ୍କ ବିରୋଧରେ ପୋଲିସ ଲଗାଇଲେ ମୋହନ

    ନବୀନଙ୍କ ବିରୋଧରେ ପୋଲିସ ଲଗାଇଲେ ମୋହନ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।