ରାଜ୍ୟ ବିଜେପିରେ ହଲଚଲ,ଚର୍ଚ୍ଚା ବଢ଼ାଇଲା ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା !

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟ ବିଜେପିରେ ହଲଚଲ ବଢ଼ିବାରେ ଲାଗିଛି । ଆରମ୍ଭ ହୋଇ ସାରିଛି କି ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳର ପ୍ରାରମ୍ଭିକ ପ୍ରକ୍ରିୟା ? ଦିଲ୍ଲୀ ଓ ଭୁବନେଶ୍ୱରରେ ହାଇ ଲେଭଲ ମିଟିଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ବଢାଇଛି । ଖୁବ ଶୀଘ୍ର ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ ଏବଂ ନିଗମ ଓ ପିଏସୟୁ ଅଧ୍ୟକ୍ଷ ନିଯୁକ୍ତି ସମ୍ଭାବନା ରହିଛି ।

ଏହି ଚର୍ଚ୍ଚା ଆଲୋଚନା ସମୟରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଦିଲ୍ଲୀ ଯାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । ଯାହାକୁ ନେଇ ରାଜନୈତିକ ଆଲଚୋନା ଆରମ୍ଭ ହୋଇଛି ।

ଏହି ସାକ୍ଷାତକୁ ସରକାରୀ ଭାବେ ରାଜ୍ୟ ରାଜନୀତି ସହ ଯୋଡ଼ା ଯାଇ ନାହିଁ, କିନ୍ତୁ ସାକ୍ଷାତର ସମୟ ବେଶ ଗୁରୁତ୍ବ ବହନ କରୁଛି । ଜୁଲାଇ ୨୧ ତାରିଖରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହି ଦିନ ହିଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଘରକୁ ଯାଇଥିଲେ ରାଜ୍ୟପାଳ। ଜୁଲାଇ ୨୨ ତାରିଖ ଦିନ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ। ଏହି ହାଇଲେଭଲ ସାକ୍ଷାତ ଆଲୋଚନା ଭିତରେ ଗତକାଲି ରାଜ୍ୟାପାଳ ଦିଲ୍ଲୀ ଯାଇ ଧର୍ମେନ୍ଦ୍ରଙ୍କୁ ଭେଟିବା, କେବଳ ଏକ ସୌଜନ୍ୟମୂଳକ ସାକ୍ଷତ ହୋଇ ନପାରେ ବୋଲି କୁହାଯାଉଛି।

କଣ ଆଲୋଚନା ହେଲା? ତାହା ସର୍ବସାଧାରଣକୁ ଆସି ନାହିଁ। ଚର୍ଚ୍ଚା ଆଲୋଚନାର ରହସ୍ୟ, ରାଜନୈତିକ ମହଲରେ ଉତ୍କଣ୍ଠା ବଢାଇ ଦେଇଛି। କାରଣ, ରାଜ୍ୟ ବିଜେପିରେ କିମ୍ବା ସରକାରରେ ବଡ଼ କିଛି ପରିବର୍ତ୍ତନ ହେବାକୁ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମତାମତ ଜରୁରୀ । ଗତକାଲି ରାଜ୍ୟପାଳ-ଧର୍ମେନ୍ଦ୍ରଙ୍କ ସାକ୍ଷାତ ଆଲୋଚନା ପରେ ଆଜି ଦିଲ୍ଲୀରେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂଦେଓ ବିଜେପିର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷଙ୍କୁ ଭେଟିଛନ୍ତି । ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ ଏହି ସାକ୍ଷାତ, ସାଧାରଣ ସାକ୍ଷତ ଆଲୋଚନାଠାରୁ ଅଧିକ ଗୁରୁତ୍ବ ବହନ କରୁଛି ।

ରାଜ୍ୟ କ୍ୟାବିନେଟ୍ ଅଦଳବଦଳ କଳ୍ପନାଜଳ୍ପନା ସମୟରେ କେ ଭି ସିଂହ ଦେଓ ସଂଗଠନର ଟପ୍ ରଣନୀତିକାରଙ୍କୁ ଭେଟିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆଗକୁ କେ ଭି ସିଂହଦେଓ କାହାକୁ ଭେଟିବେ ତା ଉପରେ ସମସ୍ତଙ୍କ ନଜର ରହିଛି। ସେପଟେ ଭୁବନେଶ୍ୱରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲଗାତର ୨ ଦିନ ହେଲା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହପ୍ରଭାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ କରୁଛନ୍ତି ।

ଏହାବାଦ୍ ଦଳର ପ୍ରମୁଖ ବିଧାୟକ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ସମନ୍ବିତ ଢ଼ଙ୍ଗରେ ଦିଲ୍ଲୀ ଓ ଭୁବନେଶ୍ୱରେ ହେଉଥିବା ମିଟିଂ ସ୍ପଷ୍ଟ ସଙ୍କେତ ଦେଉଛି ରାଜ୍ୟ ସରକାର ଓ ବିଜେପି ସଂଗଠନରେ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି। ବୈଠକଗୁଡିକୁ ନେଇ ବିଜେପି ଭିତରେ ଥିବା ଅସ୍ବାଭାବିକ ନିରବତା, ଉତ୍କଣ୍ଠାକୁ ବଢାଇଛି। କିନ୍ତୁ ଏହା ସଙ୍କେତ ଦେଉଛି ଯେ ସମ୍ଭାବ୍ୟ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।

  • jmjnewso

    Related Posts

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 25 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 20 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 32 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 52 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 39 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 44 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ