ପାଣି ବିଲ୍ ବାଧୁଛି: ଘରୋଇ ସଂସ୍ଥାକୁ ଯିବ ପାନୀୟ ଜଳ ଯୋଗାଣ

Spread the love


ଜେଏମଜେ ବ୍ୟୁରୋ : ରାଜ୍ୟ‌ର ସମସ୍ତ ସହରାଞ୍ଚଳରେ ଏବେ ସୁଦ୍ଧା ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଲାନି। ଏବେବି ଲୋକଙ୍କୁ ଦିନକୁ ଘଣ୍ଟାଏରୁ ଦୁଇ ଘଣ୍ଟା ପାଣି ମିଳୁଛି। ହେଲେ ସାଧାରଣ ଲୋକଙ୍କ ଠାରୁ ପ୍ରତି କିଲୋଲିଟର ପିଛା‌ ୬ଟଙ୍କା ୧୨ପଇସା ହିସାବରେ ବିଲ୍ ଆଦାୟ ହେଉଛି।
ଭୁବନେଶ୍ବର: ରାଜ୍ୟ‌ର ସମସ୍ତ ସହରାଞ୍ଚଳରେ ଏବେ ସୁଦ୍ଧା ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଲାନି। ଏବେବି ଲୋକଙ୍କୁ ଦିନକୁ ଘଣ୍ଟାଏରୁ ଦୁଇ ଘଣ୍ଟା ପାଣି ମିଳୁଛି। ହେଲେ ସାଧାରଣ ଲୋକଙ୍କ ଠାରୁ ପ୍ରତି କିଲୋଲିଟର ପିଛା‌ ୬ଟଙ୍କା ୧୨ପଇସା ହିସାବରେ ବିଲ୍ ଆଦାୟ ହେଉଛି। ବର୍ଷକୁ ବର୍ଷ ୫% ହିସାବରେ ପାଣି ବିଲ୍ ବଢ଼ି ଚାଲିଛି। ୱାଟ୍‌କୋ ଓ ଜନସ୍ବାସ୍ଥ୍ୟ ବିଭାଗର ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିବା ବେଳେ ରାଜ୍ୟ ସରକାର ସହରାଞ୍ଚଳ ଜଳ ଯୋଗାଣ ବ୍ୟବସ୍ଥାକୁ ଏକ ଘରୋଇ ସଂସ୍ଥାକୁ ଟେକିଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ ସରକାରୀ ଉଦ୍ୟୋଗ ଭାବେ ‘ୱାଟ୍‌କୋ’ର ଘରୋଇକରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ମାସ ତଳେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି। ଏଥିରେ ଟାଟା ପାୱାରକୁ ସହରାଞ୍ଚଳର ଜଳ ଯୋଗାଣ, ରକ୍ଷଣାବେକ୍ଷଣ ଦାୟିତ୍ବ ଦେବାକୁ ଆଲୋଚନା ହୋଇଥିଲା। ଏହାପରେ ଟାଟା ପାୱାର କର୍ତ୍ତୃପକ୍ଷ ଭୁବନେଶ୍ବର, କଟକ, ପୁରୀ, ବ୍ରହ୍ମପୁର, ଅନୁଗୁଳରେ ସର୍ଭେ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ ୱାଟ୍‌କୋ ପକ୍ଷରୁ ‌କେତେ କିମିର ପାଇପ୍ ଲାଇନ୍ ବିଛାଯାଇଛି, କେତୋଟି ପମ୍ପହାଉସ୍ ଅଛି, କେତୋଟି ଓଭରହେଡ୍ ଟାଙ୍କି, ସମ୍ପ୍, ଜଳ ବିଶୋଧନାଗାର ଅଛି, ଇନ୍‌ଟେକ୍‌ ୱେଲ୍‌ ନିକଟରେ ଜଳ ପ୍ରବାହ ସ୍ଥିତି କ’ଣ ଅଛି, କେଉଁ ଅଞ୍ଚଳରେ କେତେ ଲୋକ ପାଣି ସଂଯୋଗ ନେଇଛନ୍ତି, କେତେ ଟଙ୍କା ଜଳକର ବାବଦକୁ ଆଦାୟ ହେଉଛି, କେତେ ଲୋକଙ୍କ ଘରେ ମିଟର ଲାଗିଛି, କେତେ ବ୍ୟବସାୟିକ ପ୍ରତିଷ୍ଠାନକୁ ପାଣି ସଂଯୋଗ ଦିଆଯାଇଛି ଓ କେତେ ରାଜସ୍ବ ଆସୁଛି ସେନେଇ ଏକ ସର୍ଭେ ରିପୋର୍ଟ ସେମାନେ ପ୍ରସ୍ତୁତ କରିଛନ୍ତି। ଏହାକୁ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ। ଯେପରି ସେସୁକୁ ଟାଟା ପାୱାର ନେଇଥିଲା, ସେହିପରି ଢାଞ୍ଚାରେ ୱାଟ୍‌କୋକୁ ଦେବାକୁ ଆପାତତଃ ନିଷ୍ପତ୍ତି ହୋଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।

ବାବଦକୁ ୱାଟ୍‌କୋ ପ୍ରାୟ ୧୦୦କୋଟି ଟଙ୍କା ଆଦାୟ କରୁଥିବାବେଳେ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଅଧିକ ଅର୍ଥ ଦେଉଛନ୍ତି। ଏହାକୁ ଘରୋଇ ସଂସ୍ଥାକୁ ଦେଲେ ରାଜ୍ୟ ସରକାର ଆଉ ଅର୍ଥ ଖର୍ଚ୍ଚ କରିବେନି। ଘରୋଇ ସଂସ୍ଥା ପାଣି ଯୋଗାଇବ, ରକ୍ଷଣାବେକ୍ଷଣ କରିବ, ବିଲ୍ ଆଦାୟ କରିବ। ସୂଚନାଯୋଗ୍ୟ ଯେ ଯେଉଁ ୱାଟ୍‌କୋ ଡ୍ରିଙ୍କ୍‌ ଫ୍ରମ୍ ଟ୍ୟାପ୍ ଯୋଜନା, ୨୪ଘଣ୍ଟିଆ ପାନୀୟ ଜଳ ଯୋଜନା କରି ସାରା ଦେଶରେ ପ୍ରଶଂସିତ ହୋଇଥିଲା। ୱାଟ୍‌କୋର ମଡେଲ୍‌କୁ ‌କେନ୍ଦ୍ର ସରକାର ଅମୃତ ୨.୦ରେ ସାମିଲ କରି ଅନ୍ୟ ରାଜ୍ୟଗୁଡ଼ିକୁ ଏହାକୁ ଅନୁଧାବ କରିବାକୁ କହିଥିଲେ। ସେହି ୱାଟ୍‌କୋ ଏବେ ୨୪ଘଣ୍ଟା ପାନୀୟ ଜଳ ଯୋଗାଣରେ ଫେଲ୍ ମାରିଥିବା ବେଳେ ଘରୋଇକରଣ ହେବାକୁ ବସିଛି।

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…