କୋମାରେ ଲୋକାୟୁକ୍ତ : ୧୬ ମାସ ହେବ ନାହାନ୍ତି ମୁରବି , ଦୁର୍ନୀତି ଧରିବ କିଏ?

Spread the love

ଜେଏମଜେ ବ୍ୟୁରୋ : କୋମାରେ ଲୋକାୟୁକ୍ତ : ୧୬ ମାସ ହେବ ନାହାନ୍ତି ମୁରବି , ଦୁର୍ନୀତି ଧରିବ କିଏ? ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି ମୋହନ ସରକାର । ପ୍ରତ୍ୟେକ ଦିନ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି କୁବେର ବାବୁ ।ଖସିପାରିବେନି ଦୁର୍ନୀତିଖୋର । ଏଥିପାଇଁ ଲୋକାୟୁକ୍ତ ସାଜିଥିଲା ବଡ଼ ଅସ୍ତ୍ର । ହେଲେ ଗତ ୧୬ ମାସ ହେବ ଓଡ଼ିଶାରେ ଦେଖିବାକୁ ମିଳିଛି ବିଷମ ସ୍ଥିତି । କୋମାକୁ ଚାଲିଗଲାଣି ଲୋକାୟୁକ୍ତ, ନିଯୁକ୍ତି ଦେବାକୁ ଯେମିତି ଭୁଲିଗଲେଣି ସରକାର । ଯାହା ଦୁର୍ନୀତିଖୋରଙ୍କୁ ବେଶ୍‌ ସୁହାଉଛି । ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି ମୋହନ ସରକାର । ପ୍ରତ୍ୟେକ ଦିନ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି କୁବେର ବାବୁ । ଏଥିପାଇଁ ସରକାର ବାହାବା ନେଉଛନ୍ତି ହେଲେ ଦୁର୍ନୀତିଖୋରଙ୍କୁ ଧରିବାକୁ ଥିବା ସଂସ୍ଥା ୧୬ ମାସ ଧରି ପୂରା କୋମାରେ ପଡ଼ିଛି । ୨୦୨୪ ମାର୍ଚ୍ଚ ୧୪ ପରଠାରୁ ଲୋକାୟୁକ୍ତ ଅଧ୍ୟକ୍ଷ ପଦ ଫାଙ୍କା ପଡ଼ିଛି । ଅଗଷ୍ଟ ୭ରୁ ଜଣେ ବି ସଦସ୍ୟ ଶୂନ୍ୟ ହୋଇପଡ଼ିଛି ଲୋକାୟୁକ୍ତ। ହଜାର ହଜାର ଦୁର୍ନୀତି ମାମଲା ବିଚାର ହୋଇପାରୁନି ହେଲେ ସରକାରଙ୍କର ଏଥିପ୍ରତି ଯେପରି ଆଦୌ ନିଘା ନାହିଁ ।
ନିୟମ ଅନୁସାରେ ଲୋକାୟୁକ୍ତଙ୍କ କାର୍ଯ୍ୟକାଳ ସରିବାର ୩ ମାସ ପୂର୍ବରୁ ସର୍ଚ୍ଚ କମିଟି ହୋଇଥାଏ । ଏହି କମିଟି ହିଁ ଲୋକାୟୁକ୍ତ ଓ ସଦସ୍ୟ ନିଯୁକ୍ତି ନେଇ ସରକାରଙ୍କୁ ସୁପାରିସ କରିଥାଏ । ହେଲେ ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଲୋକାୟୁକ୍ତ ନିଯୁକ୍ତିକୁ ଭୁଲି ଯାଇଥିଲା ବିଜେଡି ସରକାର। ନୂଆ ସରକାର ମଧ୍ୟ ଏବେ ସମାନ ରାସ୍ତାରେ । ସରକାରକୁ ୧୩ ମାସ ପୂରିଛି ହେଲେ ଲୋକାୟୁକ୍ତ ନିଯୁକ୍ତି ନେଇ ତତ୍ପରତା ଦେଖାଇନାହାନ୍ତି ସରକାର । ଯାହାକୁ ନେଇ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି ଉଭୟ ଶାସକ-ବିରୋଧୀ । ଦୁର୍ନୀତିର ଚେର ଉପାଡ଼ିବାକୁ ୨୦୧୪ରେ ଦେଶରେ ଗଢ଼ାଯାଇଥିଲା ଲୋକପାଳ ଓ ରାଜ୍ୟରେ ଗଠନ ହୋଇଥିଲା ଲୋକାୟୁକ୍ତ । ହେଲେ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି । ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ଦିଗରେ ସରକାରଙ୍କ ଆନ୍ତରିକତା ଅଛି ତ?

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 29 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 31 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 29 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 41 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 47 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍