ଗୁରୁତ୍ବପୂର୍ଣ୍ଣ ପଦବି ହେଲେ ଦାୟିତ୍ବ ନେବାକୁ ବାବୁ ଅମଙ୍ଗ କାହିଁକି?

Spread the love

ଜେଏମଜେ ବ୍ୟୁରୋ : କ୍ଷମତା ଯେଉଁଠି, ବାବୁ ସେଇଠି ! ମନ ଜିଣିପାରୁନି ବଡ଼ ପଦବି! ରାଜ୍ୟ ଶାସନରେ ଏସବୁ ପଦବିର ଗୁରୁତ୍ବ ଢେର୍ ବେଶି । ହେଲେ ବିଗତ କିଛି ମାସ ଧରି ଏହି ପଦବିକୁ ନେଇ ଗୋଟିଏ ବି ଲକ୍ଷଣ ଓ ବିଡ଼ମ୍ବନା ଦେଖିବାକୁ ମିଳିଲାଣି । ଆର୍‌ଡିସି, କୃଷି ଉତ୍ପାଦନ କମିସନର, ରାଜସ୍ବ ପର୍ଷଦ ସଭ୍ୟ, ଗୋପବନ୍ଧୁ ଏକାଡେମି ଅଧ୍ୟକ୍ଷ, କେବିକେ ମୁଖ୍ୟ ପ୍ରଶାସକ । ଏଭଳି କିଛି ସମ୍ମାନଜନକ ପଦବିରେ ଅନୁଭବୀ, ପାରିବାର ଓ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ମିଳିଥାଏ । ରାଜ୍ୟ ଶାସନରେ ଏସବୁ ପଦବିର ଗୁରୁତ୍ବ ଢେର୍ ବେଶି । ହେଲେ ବିଗତ କିଛି ମାସ ଧରି ଏହି ପଦବିକୁ ନେଇ ଗୋଟିଏ ବି ଲକ୍ଷଣ ଓ ବିଡ଼ମ୍ବନା ଦେଖିବାକୁ ମିଳିଲାଣି ।

ଆରଡିସି : ଗୁରୁତ୍ବପୂର୍ଣ୍ଣ ପଦବି ହେଲେ ଦାୟିତ୍ବ ନେବାକୁ ଅମଙ୍ଗ ହେଉଛନ୍ତି ବାବୁ। ଏହାକୁ ଏବେ ପନିସମେଣ୍ଟ ପୋଷ୍ଟିଂ ବୋଲି ଭାବିଲେଣି । ଦାୟିତ୍ବ ନେଉଥିଲେ ମଧ୍ୟ ଆନ୍ତରିକତା ଦେଖାଉ ନାହାନ୍ତି ।

ଏପିସି : କୃଷି ବିଭାଗର ସବୁଠୁ ବଡ଼ ପଦବି। ରାଜୀବ ଭବନରେ ବିଶାଳ ପ୍ରକୋଷ୍ଠ ରହିଛି । ଏହି ପଦବିର ଉଦ୍ଦେଶ୍ୟ ଥିଲା ଜଳସଂପଦ, କୃଷି, ସମବାୟ ଆଦି ବିଭାଗ ମଧ୍ୟରେ ସମନ୍ବୟ ଆଣିବା । ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ ଏହି ପଦରେ ନିଯୁକ୍ତି ପାଇଥା’ ନ୍ତି । ହେଲେ ଦୀର୍ଘଦିନ ହେବ ଏହି ପଦବି ଫାଙ୍କା ପଡ଼ିଛି । ଦାୟିତ୍ବ ନେବାକୁ ନାକ ଟେକୁଛନ୍ତି ଅଧିକାରୀ ।

ଗୋପବନ୍ଧୁ ଏକାଡେମି : ଏଠାରେ ପ୍ରାଶାସନିକ ଅଧିକାରୀଙ୍କୁ ଜନସେବା ପାଇଁ ପ୍ରଶିକ୍ଷଣ ଦିଆଯାଏ । ଅନୁଭବୀ ଅଧିକାରୀଙ୍କୁ ଏହି ଦାୟିତ୍ବ ମିଳିଥାଏ । ହେଲେ ଏହି ପଦବିରେ ନିଯୁକ୍ତିକୁ ବାବୁମାନେ ପନିସମେଣ୍ଟ ପୋଷ୍ଟିଂ ବୋଲି ଧରି ନେଉଛନ୍ତି । ଏହିଭଳି କିଛି ଗୁରୁତ୍ବପୂର୍ଣ୍ଣ ପଦବିର ଦାୟିତ୍ବ ନେବାକୁ ପଛଘୁଞ୍ଚା ଦେବା ପଛର ସବୁଠୁ ବଡ଼ କାରଣ ହେଲା ଏଠାରେ ଦବ୍‌ଦବା ଓ କ୍ଷମତା ନାହିଁ ।

ଓଡ଼ିଆ ଲୋକଙ୍କ ଭାବାବେଗ ସହ ଜଡ଼ିତ ଶ୍ରୀମନ୍ଦିର । ହେଲେ ମନ୍ଦିର ପ୍ରଶାସନର ଦାୟିତ୍ବ ନେବାକୁ ଆଗଭର ହେଉନାହାନ୍ତି ବାବୁ । ସ୍ଥାୟୀ ପ୍ରଶାସକ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ତଥାପି ସ୍ଥାୟୀ ପ୍ରଶାସକ ନିଯୁକ୍ତି ଏବେ ବି ପ୍ରହେଳିକା ସାଜିଛି । ବାବୁଙ୍କ ଅତିରିକ୍ତ ଦାୟିତ୍ବ ଭାବେ ଏହାକୁ ସୀମିତ ରଖିଛନ୍ତି ସରକାର । ସେହିଭଳି କେବିକେ ଅଧ୍ୟକ୍ଷ ପଦ ପଛୁଆ ଜିଲ୍ଲାକୁ ଆଗୁଆ କରିବାକୁ ଦକ୍ଷ ଅଫିସରଙ୍କୁ ସୁଯୋଗ ଦିଆଯାଏ । ହେଲେ ବିଗତ କିଛି ବର୍ଷ ହେବ କେବିକେ ପୋଷ୍ଟିଂକୁ ଯେମିତି ବଡ଼ବଡ଼ିଆ ବାବୁ ଅଭିଶାପ ମଣିଲେଣି । ପ୍ରଶ୍ନ ଉଠୁଛି ସରକାରୀ ବାବୁଙ୍କର ଯଦି ଏଭଳି ମନୋଭାବ ରୁହେ ତେବେ କେମିତି ବିକଶିତ ହେବ ଓଡ଼ିଶା ?

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 25 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 22 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 34 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 52 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 41 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 44 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ