୧ ଲକ୍ଷ ୮୧ ହଜାର ନକଲି ଚାଷୀ ସରକାରଙ୍କ ରାଜସ୍ୱ ଲୁଟ କରୁଥିଲେ: ସମବାୟ ମନ୍ତ୍ରୀ

Spread the love

ଜେଏମଜେ ବ୍ୟୁରୋ : ଲୁଟୁଛନ୍ତି ନକଲି ଚାଷୀ। ରାଜ୍ୟରେ ଏତେ ସଂଖ୍ୟକ ନକଲି ଚାଷୀ ଅଛନ୍ତି, ଯେଉଁମାନଙ୍କ ପାଇଁ ପ୍ରକୃତ ଚାଷ କରୁଥିବା ଲୋକ ଲାଭବାନ ହୋଇପାରୁନାହିଁ। ଏଭଳି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ନକଲି ଚାଷୀମାନେ ରାଜସ୍ବ ଲୁଟ୍ କରିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଚାଷୀ କେହି ଏମିତି କରି ନାହାନ୍ତି। ଏସବୁ ଦଲାଲଙ୍କ କାମ। ବିଜେଡ଼ି ସରକାର ସମୟରୁ ସେମାନେ ଏଭଳି କାମ କରି ଆସୁଥିଲେ ଏବଂ ରାଜସ୍ୱ ଲୁଟ କରୁଥିଲେ । ଯେଉଁମାନେ ସବୁ ଧରା ପଡିଛନ୍ତି ସେମାନେ ସବୁ ବିଜେଡି ସମର୍ଥିତ ଲୋକ ।

ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ଥିବା‌ ସରକାରଙ୍କ ରାଜୁତି ସମୟରେ ଚାଷୀଙ୍କ ନାଁରେ ମିଛ ପଞ୍ଜିକରଣ କରି ଜାଲିଆତି କରାଯାଉଥିଲା । ଗତବର୍ଷ ଆମେ ନଜାଣି ପାରିବାରୁ ଏଭଳି କିଛି ନକଲି ଚାଷୀ ପଞ୍ଜିକରଣ କରି ଧାନ ବିକ୍ରି କରିଥିଲେ । ପରେ ଆମେ ବିଭିନ୍ନ ଅଞ୍ଚଳରେ ଦେଖିଲୁ ଯେ, ଧାନ ଯିଏ ଚ‌ାଷ କରିଛି ସେ ବିକିବାକୁ ଟୋକନ ପାଉନି। କିନ୍ତୁ ଧାନ ଯିଏ କରିନି, ଯାହାର ବିଲ ପଡିଆ ପଡିଛି ସେ ଟୋକନ ପାଉଛି । ଏହା ଜାଣିବା ପରେ ଆମେ ବିଭାଗ ପକ୍ଷରୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲୁ । ତଦନ୍ତ ପରେ ୧ ଲକ୍ଷ ୮୧ ହଜାର ନକଲି ଚାଷୀ ଧରାପଡିଛନ୍ତି । ଆଗକୁ ଆହୁରି ମଧ୍ୟ କିଛି ଲୋକ ବାହାରିବେ । ଏବେ ଧରାପଡ଼ିଥିବା ନକଲି ଚାଷୀଙ୍କୁ କାରଣ ଦର୍ଶଆ ନୋଟିସ ପଠାଯାଇଛି । କ’ଣ ପାଇଁ ଏମିତି ଚାଷ ନାଁରେ ମିଛ ପଞ୍ଜିକରଣ କରି ସରକାରଙ୍କ ରାଜସ୍ୱ ଲୁଟ କରୁଛନ୍ତି ତା’ର ଉତ୍ତର ଆସିବା ପରେ କାର୍ଯ୍ୟାନୁଷ୍ଠାନ ଦିଆଯିବ ।

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…