କେବେ ବସିବ ବିଧାନସଭାର ମୌସୁମୀ ଅଧିବେଶନ ?

Spread the love


ଭୁବନେଶ୍ୱର: ପାର୍ଲିଆମେଣ୍ଟରେ ଆରମ୍ଭ ହୋଇଯାଇଛି ମୌସୁମୀ ଅଧିବେଶନ । ସମୟ ଗଡି ଚାଲିଥିଲେ ମଧ୍ୟ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସରକାର ଠିକ ସମୟରେ ଠିକ ନିଷ୍ପତ୍ତି ନେବେ ବୋଲି କହିଛି ଶାସକ ଦଳ । ସେପଟେ ଅଧିବେଶନ ବସିବା ନେଇ ବିଳମ୍ବ ହୋଇନଥିବାବେଳେ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ଥିବାରୁ ସରକାର ସତର୍କତା ଅବଲମ୍ବନ କରୁଥିବା ବିଶେଷଜ୍ଞ କହିଛନ୍ତି ।

ବିଧି ବ୍ୟବସ୍ଥା ଅନୁଯାୟୀ ପ୍ରତିବର୍ଷ ବାଚସ୍ପତି ସମ୍ମିଳନୀ ହୁଏ । ଏହି ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଏ । ଏଥିରେ କେଉଁ ବିଧାନସଭା କେତେ ଦିନ ବସିବ ବୋଲି ନିଷ୍ପତ୍ତି ହୋଇଥାଏ । ବଡ଼ ବିଧାନସଭା ଅନ୍ତତଃ 60 ଦିନ ବସିବ । ଓଡିଶା ବିଧାନସଭା ବଡ଼ ବିଧାନସଭା ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଟେ । କାରଣ 100ରୁ ଉର୍ଦ୍ଧ୍ଵ ଆସନ ବିଶିଷ୍ଟ ବିଧାନସଭା ବଡ଼ ବିଧାନସଭା ପର୍ଯ୍ୟାୟ ଭୁକ୍ତ । ବିଧାନସଭା ନିୟମାବଳୀ ଅନୁସାରେ ବର୍ଷକୁ 3 ଟି ଅଧିବେଶନ ବସିବ । ବଜେଟ, ମୌସୁମୀ ଓ ଶୀତକାଳୀନ ଅଧିବେଶନ ବସିବ । ଏହା ଛଡା ଜରୁରୀକାଳୀନ ପରିସ୍ଥିତିରେ ସରକାର ଯେକୌଣସି ସମୟରେ ସ୍ଵତନ୍ତ୍ର ଅଧିବେଶନ ଡାକି ପାରିବେ । ପ୍ରତି ଅଧିବେଶନ ମଧ୍ୟରେ ବ୍ୟବଧାନ 6 ମାସରୁ ଅଧିକ ହୋଇପାରିବ ନାହିଁ ।

ଭୟରେ ମୌସୁମୀ ଅଧିବେଶନ ଡାକୁ ନାହାଁନ୍ତି ସରକାର-
କେବେ ବସିବ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ? ଜୁଲାଇ ମାସ ସରି ଅଗଷ୍ଟ ଅରମ୍ଭ ହେବାକୁ ଯାଉଥିବା ବେଳେ ଅଧିବେଶନ ବସିବା ନେଇ ସୂଚନା ମିଳିନାହିଁ । ଏମିତିକି ଅଧିବେଶନ ବସିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଏହାକୁ ନେଇ ବିରୋଧୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ଭୟରେ ମୌସୁମୀ ଅଧିବେଶନ ଡାକୁ ନାହାନ୍ତି ସରକାର । ମୌସୁମୀ ସରିବାକୁ ବସିଲାଣି ହେଲେ ଅଧିବେଶନ ବସିଲା ନାହିଁ । ଏହା କରି ଗଣତନ୍ତ୍ରକୁ ସରକାର ହତ୍ୟା କରୁଛନ୍ତି । ମହିଳା ନିର୍ଯ୍ୟାତନା, ଛାତ୍ରଛାତ୍ରୀ ସମସ୍ୟା, ଚାଷୀ ହନ୍ତସନ୍ତ, ସ୍କୁଲ ଛାତ୍ରୀ ଗର୍ଭବତୀ କଥା ଉଠେଇବୁ ବୋଲି ସରକାର ଡରୁଛନ୍ତି ।”
ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ବିଧାନସଭା କେବେ ଡାକିବେ ସରକାର ଜାଣିପାରୁ ନାହାନ୍ତି । ଜୁଲାଇରେ ଅଧିବେଶନ ଡାକିଲେ ନାହିଁ । ଅଗଷ୍ଟ ମାସ ପ୍ରଶ୍ନବାଚିରେ ଅଛି । ଶୀତ ଦିନେ ସରକାର ବୋଧେ ବର୍ଷା କାଳୀନ ଅଧିବେଶନ ଡାକିବେ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି । ନାରୀ ନିର୍ଯ୍ୟାତନା ଚରମ ସୀମାରେ ପହଁଚିଛି । ଶିକ୍ଷାନୁଷ୍ଠାନରେ ଛାତ୍ରୀ ଆତ୍ମଦାହ, ରାସ୍ତାରେ ଯାଉଥିବା ଯୁବତୀଙ୍କୁ ନିଆଁ ଲଗା ଯାଉଛି । ବିଧାନସଭା ନବସିଲେ ଏ ସବୁ ପ୍ରସଙ୍ଗ କେଉଁଠି ଆଲୋଚନା ହେବ ? ସରକାର ସବୁ ଦୃଷ୍ଟିରୁ ସଙ୍କୁଚିତ ମନୋଭାବ ପୋଷଣ କରୁଛନ୍ତି । ବିସ୍ତାରିତ ମାନସିକତାରେ ସରକାର ଆସନ୍ତୁ । ବିରୋଧୀ ଦଳଙ୍କୁ ଆଲୋଚନା କରିବାକୁ ସୁଯୋଗ ଦିଅନ୍ତୁ ।”
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ବିଜେଡି ସରକାରରେ ଅଗଷ୍ଟ ମାସ ନୁହେଁ, ସେପ୍ଟେମ୍ବର ମାସ ଶେଷରେ ଅଧିବେଶନ ବସିବା ନେଇ ନଜିର ରହିଛି । ପରମ୍ପରା ଅନୁଯାୟୀ ଅଧିବେଶନ ଡାକିବା ନେଇ ସରକାର ପଦକ୍ଷେପ ନେବେ । ସଂସଦୀୟ ବ୍ୟାପାର ବିଭାଗ ଏନେଇ ଅବଗତ ଅଛି । ତାରିଖ ସ୍ଥିର କରିବା ଲାଗି ରାଜ୍ୟପାଳଙ୍କ ଅନୁମୋଦନ ଦରକାର । ସେପ୍ଟେମ୍ବର ମାସରେ ଅଧିବେଶନ ବସିବା ପରମ୍ପରା ରହିଛି । ଆବଶ୍ୟକ ପଡ଼ିଲେ ଆଗରୁ ମଧ୍ୟ ହେବ । ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଅଛି । ବନ୍ୟା ପରିସ୍ଥିତି ସରକାରଙ୍କ ପ୍ରାଥମିକତା । ଗତ ବର୍ଷକରେ 3 ଅଧିବେଶନରେ ଶାସକ ଦଳ ବସୁଛନ୍ତି । ବିରୋଧୀ ବୟକଟ କରୁଛନ୍ତି । ବୟକଟ ପାଇଁ ଅଧିବେଶନ ଡାକୁଥିଲେ କାହାର ମଙ୍ଗଳ ହେବନାହିଁ । ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ।
ସମ୍ବିଧାନ ବିଶେଷଜ୍ଞ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, “ସାଧାରଣତଃ ମୌସୁମୀ ଅଧିବେଶନ ଜୁନ କିମ୍ବା ଜୁଲାଇ ମାସରେ ବସେ । ଏଥର ଜୁଲାଇ ସରିବାକୁ ବସିଛି । ବିଧାନସଭା ବସିନାହିଁ । ଅଗଷ୍ଟ ମାସରେ ବସିବ କି ନା ନାହିଁ ଅନିଶ୍ଚିତତା ମଧ୍ୟରେ ରହିଛି । କେବେ ବିଧାନସଭା ବସିବ ତାହା ସରକାର ନିଷ୍ପତ୍ତି ନେବେ । ପୂର୍ବରୁ ବିଧାନସଭା ଅଧିବେଶନ କ୍ୟାଲେଣ୍ଡରକୁ ବିଧାନସଭା ସଚିବାଳୟ ପକ୍ଷରୁ ପ୍ରସ୍ତୁତ ହେଉଥିଲା । ଏହାକୁ ସରକାର ଅନୁମୋଦନ ଦେଉଥିଲେ । କିନ୍ତୁ ବର୍ତ୍ତମାନ ବିଧାନସଭା ବସିବା ନେଇ ସମୟ ନିର୍ଧାରଣ ସଂସଦୀୟ ବ୍ୟାପାର ବିଭାଗ କରୁଛନ୍ତି । ବର୍ତ୍ତମାନର ସରକାର ଏକ ଅସୁବିଧା ପରିସ୍ଥିତି ମଧ୍ୟ ଦେଇ ଗତି କରୁଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ଯ୍ୟାତନା ଘଟଣା ସରକାରଙ୍କୁ ବ୍ୟାକଫୁଟକୁ ନେଇଛି ।”

ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ଅଧିବେଶନ ବିଳମ୍ବ-
ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମଦାହ ଘଟଣା ଓଡିଶାର ଛବି ମଳିନ କରିଛି । ବଳଙ୍ଗା ଘଟଣା ମଧ୍ୟ ଅଲୋଡ଼ନ ସୃଷ୍ଟି କରିଛି । ପାର୍ଲିଆମେଣ୍ଟରେ ଅପରେସନ ସିନ୍ଦୁରକୁ ନେଇ ଜୋରଦାର ଆଲୋଚନା ହେଉଛି । ବିଭିନ୍ନ ତଥ୍ୟ ସାମନାକୁ ଆସୁଛି । ଯଦି ଏବେ ବିଧାନସଭା ବସେ, ତେବେ ସାମ୍ପ୍ରତିକ ପରିସ୍ଥିତିରେ ସୃଷ୍ଟିରେ ହୋଇଥିବା ବିଭିନ୍ନ ଘଟଣାର ରୋଚକ ତଥ୍ୟ ବାହାରକୁ ଆସିବ । ଅନ୍ୟ ସମୟରେ ଯେଉଁ ତଥ୍ୟ ସାଧାରଣକୁ ଆସେନାହିଁ, ଅଧିବେଶନ ଚାଲିଥିବା ସମୟରେ ସେହି ତଥ୍ୟ ଲୋକ ଲୋଚନକୁ ଆସିଯାଏ । ଏସବୁ ତଥ୍ୟ ସର୍ବସାଧାରଣ ହେଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ । ତେଣୁ ଶାସକ ଦଳ ଅଧିବେଶନ ସଂକ୍ଷିପ୍ତ କରିବାକୁ ଚେଷ୍ଟା କରନ୍ତି । ବିଧି ଅନୁସାରେ ବିଧାନସଭା ବସିବ । ସରକାର ସତର୍କତା ଅନୁସାରେ ପଦକ୍ଷେପ ନେବେ । ସଂସଦୀୟ ଅଧିବେଶନ ଚାଲିବା ସମୟରେ ଓଡିଶାରେ ମୌସୁମୀ ଅଧିବେଶନ ଚାଲିଥାଏ । ବିରୋଧୀଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରସଙ୍ଗ ଥିବାରୁ ଅଧିବେଶନ ଅହେତୁକ ବିଳମ୍ବ ହେବା ସମ୍ଭାବନା । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିରୋଧୀ ସ୍ୱାଭାବିକଠୁ ଅଧିକ ସକ୍ରିୟ ହୋଇଛନ୍ତି ।”

ବ୍ୟୁରୋ ରିପୋର୍ଟ..

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ